ଅସୁରକ୍ଷିତ ବନ୍ୟପ୍ରାଣୀ: ସାତକୋଶିଆ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଶିକାର; ୩ଜଣ ଶିକାରୀ ସହ ମାଂସ ଜବତ

ଠାକୁରମୁଣ୍ଡା, ୨୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ବାଲିଘାଟ ସଂରକ୍ଷିତ ଜଙ୍ଗଲର କମ୍ପାର୍ମେଣ୍ଟ ନଂ ୧୨ ତଳବନ୍ଧ ନାଳ ନିକଟରେ ଗୁରବାର ରାତିରେ ସାତକୋଶିଆ ବନ କର୍ମଚାରୀ ୩ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୧ କେଜି ଓଜନର ମାଂସ ସହ ଶିକାରରେ ବ୍ୟବହୃତ କଟୁରି, କୁରାଢ଼ୀ ଗୋଟିଏ ଲେଖାଏ ସହ ଏକ ଠେଙ୍ଗାକୁ ବନ ବିଭାଗ ଜବତ କରିଛି। ଗିରଫ ଶିକାରିମାନେ ହେଲେ ସାତକୋଶିଆ ଗ୍ରାମପଞ୍ଚାୟତ ର ବାଲିଘାଟ ଗ୍ରାମର ଯଦୁ ଦେହୁରୀ(୨୨), ତପନ ନାୟକ(୨୩), ରତିରଞ୍ଜନ ନାୟକ(୨୯) ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ କେତକ ଶିକାରୀ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ସୂଚନା ମିଳିଛି।

କୌଣସି ସୂତ୍ରରୁ ଖବର ପାଇ ସାତକୋଶିଆ ରେଞ୍ଜର ରେଞ୍ଜ ଅଧିକାରୀ ପିତାମ୍ବର ସେଠୀ, ଫୋରେଷ୍ଟର ପରମେଶ୍ୱର ମହାନ୍ତ, ନାଲିନିକାନ୍ତ ମହାନ୍ତ, ଫରେଷ୍ଟ ଗାର୍ଡ ରଶ୍ମୀରେଖା ନାୟକ, ସମୀର ମହାନ୍ତ, ସନତ ମହାନ୍ତ, ଗଦାଧର ମହାନ୍ତ, ମକ୍ରଧୁଜ ନାୟକ ପ୍ରମୁଖ ବନ କର୍ମଚାରୀମାନେ ଅଚାନକ ଚଢ଼ାଉ କରିଥିଲେ। ଶିକାରୀ ମାନେ ଶିକାର କରିଥିବା କୁଟରାର ମାଂସ ଭାଗ କରୁଥିବା ବେଳେ ହଠାତ୍‌ ବନକର୍ମଚାରିଙ୍କୁ ଦେଖି ଖସି ପଳାଇ ଯାଇଥିବା ବେଳେ ସେଥିମଧ୍ୟରୁ ୩ ଜଣ ଶିକାରୀ କୁ ବନ ବିଭାଗ ଧରିବାରେ ସଫଳ ହୋଇଥିଲା। ଶୁକ୍ରବାର ଗିରଫ ୩ ଶିକାରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସାତକୋଶିଆ ରେଞ୍ଜ କେଶ ନଂ ୧୨ ଅନୁଯାୟୀ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri