ଅସୁରକ୍ଷିତ ଘରେ ଚାଲିଛି ପାଠପଢ଼ା : ଗୃହ ନିର୍ମାଣ ସତ୍ତ୍ୱେ ହେଉନି ହସ୍ତାନ୍ତର

ରଣପୁର,୧୯।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବ୍ଲକ ସୁଆଁସିଆ ସାହି ଅଙ୍ଗନୱାଡି କେନ୍ଦ୍ରରେ କାନ୍ଥ ଭୁଶୁଡି ୨୦୧୨ ଜୁଲାଇ ୯ରେ ୭ ଶିଶୁଙ୍କ ମୃତ୍ୟୁ ପରେ ବି ପ୍ରଶାସନ ସତର୍କ ହେଉ ନ ଥିବା ଅଭିଯୋଗ ହେଉଛି। ଅଘଟଣ ଘଟିବାର ୭ ବର୍ଷ ପରେବି ଅସୁରକ୍ଷିତ ଘରେ ପାଠପଢ଼ା, ଗଛମୂଳେ ରୋଷେଇ କରିବା ପରି ଘଟଣା ପୁଣି ଦେଖିବାକୁ ମିଳୁଛି।
ପ୍ରକାଶଯୋଗ୍ୟ, ଏ ସମସ୍ତ ଘଟଣା ପରେ ଓସ୍ତପଡା ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇଥିବାବେଳେ ସ୍ଥାନୀୟ ପ୍ରାଥମିକ ସ୍କୁଲରେ କେନ୍ଦ୍ର ଚାଲୁଛି । ନବନିର୍ମିତ ଅଙ୍ଗନୱାଡି କେନ୍ଦ୍ର ହସ୍ତାନ୍ତର ହୋଇ ନ ଥିବାରୁ କେନ୍ଦ୍ରଟି ସ୍କୁଲରେ ଚାଲୁଛି । ସୂଚନାଯୋଗ୍ୟ, ଫନୀ ବାତ୍ୟା ପରେ ୩ ବିପନ୍ନ ପରିବାର ନବନିର୍ମିିତ ଅଙ୍ଗନୱାଡିି କେନ୍ଦ୍ରରେ ରହୁଥିଲେ । ୨ ପରିବାର ଚାଲି ଯାଇଥିବାବେଳେ ଘର ଭାଙ୍ଗି ଯାଇଥିବାରୁ ଜଣେ ବିପନ୍ନ ପରିବାର ସେଠାରେ ଅଟକି ରହିଯାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଗୋଟିଏ ପରିବାରକୁ ସୁରକ୍ଷା ଦେବାକୁ ଯାଇ ଅନେକ ଶିଶୁଙ୍କୁ ଅସୁରକ୍ଷିତ କରିବା ଘଟଣା କେତେଦୂର ଠିକ୍‌? ଛୋଟ ଛୋଟ ପିଲାମାନେ ବର୍ଷ ବର୍ଷ ଧରି ଅସୁରକ୍ଷିତ ଘରେ ପାଠ ପଢ଼ୁଥିଲେ ମଧ୍ୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଯିବା ସାଧାରଣରେ ଅସନ୍ତୋଷର କାରଣ ପାଲଟିଛି । ରଣପୁର ସିଡିପିଓ ବ୍ରହ୍ମୋତ୍ରି ମିଶ୍ର ଏ ସମସ୍ୟା ନେଇ କୁହନ୍ତି, ନବନିର୍ମିତ ଘର ଆମକୁ ହସ୍ତାନ୍ତର କରାଯାଇନି। ପରିତ୍ୟକ୍ତ ଘରେ କେନ୍ଦ୍ର ଚାଲିଥିବା ସମ୍ପର୍କରେ ପଚାରିବାରୁ ତଦନ୍ତ ପରେ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପରେ ବି ଛୋଟ ଛୋଟ ପିଲାମାନେ ପୁଣି ଭଙ୍ଗାଘରେ ପାଠ ପଢ଼ିବାରୁ ପିଲାଙ୍କ ଜୀବନ ପ୍ରତି ଅଣଦେଖା କରାଯାଉଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଆଗାମୀ ଦିନରେ ଏହା ଆନ୍ଦୋଳନକୁ ଖୋରାକ ଯୋଗାଇପାରେ ବୋଲି କେତେଜଣ ସ୍ଥାନୀୟ ଲୋକେ କହିଛନ୍ତି। ସୂଚନାଯୋଗ୍ୟ, ରଣପୁର ବ୍ଲକରେ ୨୪୫ ଅଙ୍ଗନୱାଡି କେନ୍ଦ୍ର ଓ ୭୮ ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି । ଅଙ୍ଗନୱାଡି ଓ ମିନି ଅଙ୍ଗନୱାଡି ମିଶି ୩୨୩ କେନ୍ଦ୍ରରୁ ୨୬୮ କେନ୍ଦ୍ରର ଗୃହନିର୍ମାଣ ପାଇଁ ଦିଆଯାଇଥିତ୍ଲା କାର୍ଯ୍ୟାଦେଶ । ଏଥିରୁ ୭ବର୍ଷରେ ମାତ୍ର ୯୬ ଘର ସମ୍ପୂର୍ଣ୍ଣ ହୋଇଛି । ସମ୍ପୂର୍ଣ୍ଣ ଘରଗୁଡିକ ଉଦ୍‌ଘାଟନ ହୋଇପାରି ନ ଥିବାରୁ ଅଧିକାଂଶ ପରିତ୍ୟକ୍ତ ହୋଇ ନଷ୍ଟ ହେବାକୁ ବସିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?