ଅସାହାକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ଲାଠୋର, ୪।୩ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଅଧୀନ ଖର୍ଲି ଗଁାର ବୁରୁଧ୍‌ ଦମ୍ପତି ବସୁ ସାଗର ଆର ତାକର ମାଏକିନା ବଡ଼ ସାଗର। ସେନ୍‌ତା ଇ ବ୍ଲକ ଅଧୀନ କୁଇବାହାଲ ପଁଚେତ୍‌ ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ଯଶୋଦା ମାଝିକୁଁ ପରଶାସନ ସାହାଯ୍‌ର ହାତ୍‌ ବଢ଼େଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଖର୍ଲି ଗଁାର ବୁରୁଧ୍‌ ଦମ୍ପତି ବସୁ ସାଗର ଆର ତାକର ମାଏକିନା ବଡ଼ ସାଗରକଁର ସଁପତି ବଲି କିଛି ନାଇଁ। ଇ ବୁରୁଧ୍‌ ଦମ୍ପତି ନିଜର ଝନେ ଲାଗେଲେସର ଘରେ ଆଶ୍‌ରେ ନେଇଛନ୍‌। ଯେ ମୁଠେ ଦେଲା ଖାଉଛନ୍‌ ନାଇଁ ହେଲେ ଖାଡ଼ା ଉପାସେ ରହୁଛନ୍‌। ଏନ୍‌ତା କି ସେମାନେ ସରକାରକଁର ଭତା, ଖାଏଦ୍‌ ସୁରକ୍ଷା ଆର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଥିଲେ। ସେନ୍‌ତା ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ଯଶୋଦା ଗଲା ୨୦୧୬ରୁ ୫୦ ପରତିଶତ ଦିବ୍ୟାଙ୍ଗ ପରମାନପତର ଥାଇ ବି ଭତା ନାଇଁ ପାଉଥାଇ। ଇ ବାବ୍‌ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଗଲା ୨୬ା୨ା୨୦୨୦ରେ ଟିକିନିଖିନୁ ଖବର ବାହାରିଥିଲା। ଇ ଦୁଇ ଖବରକେ ନେଇ ବରଗଡ଼ ଜିଲାର ଝନେ ସାମାଜିକ କରମୀ ଦୀପା ବାରିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁଁ ଟୁଇଟ କରି ଇ ଅସାହାମାନକୁ ସାହାଯ୍‌ ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ତାକର ଅନୁରୋଧ ହିସାବେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲାପାଳକୁଁ ସାହାଯ୍‌ ଯୁଗେଇ ଦେବାକେ ନିରଦେଶ ଦେଇଥିଲେ। ବଲାଙ୍ଗୀର ଜିଲାପାଳକଁର ନିରଦେଶରେ ତୁରେକେଲା ବିଡିଓ କୁଇବାହାଲ ଆର ହଲନଭଟା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜୟସିଂ ମେହେରକୁଁ ମଙ୍ଗଳବାର ପଠେଇ ଦିବ୍ୟାଙ୍ଗ ଯଶୋଦା ମାଝି, ବସୁ ସାଗର, ବଡ଼ ସାଗରକୁଁ ଭତା ଚେକ୍‌ ହିସାବେ ଦେଇଥିଲେ। ସେନ୍‌ତା ଆଏବାର ଦିନେ ଇମାନକୁ ରାଶନକାର୍ଡ ଯୁଗେଇ ଦିଆଯିବା ଆର ଆବାସ ଯୋଜନା ଲାଗି ପିଡବ୍ଲୁଏଲ୍‌ରେ ସାମିଲ କରାଯାଇଥିବାର କାର୍ଯ୍ୟନିର୍ବାହୀ ଅଧ୍‌କାରୀ ସୂଚନା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri