ଅସାଧୁ ଛାତ୍ରୀଛାତ୍ରଙ୍କୁ ଜଗିବେ ୨୧ ଜଣିଆ ସ୍କ୍ବାଡ୍‌

ଅନୁଗୋଳ ଅଫିସ, ୧୮।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଏ ନେଇ ବୋର୍ଡଠାରୁ ଆରମ୍ଭ କରି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ତପତ୍ରତା ପ୍ରକାଶ ପାଇଛି। ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୮ ଜଣିଆ ସ୍କ୍ବାଡ୍‌ ଘୋଷଣା କରାଯାଇଛି। ସେହିପରି ଜିଲାର ୩୧ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ଡିଇଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ପ୍ରଥମେ ବୋର୍ଡ ପକ୍ଷରୁ କେନ୍ଦ୍ରୀୟ ସ୍କ୍ବାଡ୍‌ ସହ ଫ୍ଲାଇଙ୍ଗ ସ୍କ୍ବାଡ୍‌ ଗଠନ ହୋଇଥିଲା। ତେବେ ସୋମବାର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୮ଟି ବ୍ଲକରେ ୧୬ ଜଣିଆ ସ୍କ୍ବାଡ୍‌ଙ୍କ ନାମ ଘୋଷଣା କରାଯାଇଛି। ଏଥିସହ ଜିଲା ମୁଖ୍ୟ କାର୍ଯ୍ୟାଳୟରୁ ମଧ୍ୟ ଦୁଇ ଜଣିଆ ସ୍କ୍ବାଡ୍‌ ଗଠନ କରାଯାଇଛି। ସମ୍ବେଦନଶୀଳ ଘୋଷଣା କରାଯାଇଥିବା କେନ୍ଦ୍ର ଗୁଡ଼ିକରେ ସିସିଟିଭିର ତୀକ୍ଷ୍ନ ନଜରରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ ବୋଲି ସ୍ଥିର କରାଯାଇଛି। ଅନୁଗୋଳ ବ୍ଲକର ୪ଟି କେନ୍ଦ୍ର, ଆଠମଲ୍ଲିକର ୫ଟି, ବଅଁରପାଳର ୩ଟି, ଛେଣ୍ଡିପଦାର ୩ଟି, କଣିହଁ।ର ୮ଟି, କିଶୋରନଗରର ୩ଟି, ପାଲଲହଡ଼ା ବ୍ଲକର ୪ଟି ଓ ତାଳଚେର ବ୍ଲକର ୧ଟି କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ଜିଲାରେ ଚଳିତ ବର୍ଷ ମୋଟ୍‌ ୧୭ ହଜାର ୪୯୨ ଜଣ ପରୀକ୍ଷାର୍ଥୀ ୮୫ଟି କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜିଲା ଶିକ୍ଷା ଅଧିକାରୀ କଳ୍ପନା କୁମାରୀ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri