ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ସମୁତ୍କର୍ଷ

ବଳଙ୍ଗା, ୧୯ା୫(ଡି.ଏନ୍‌.ଏ.)-ପ୍ରଳଙ୍କରୀ ବାତ୍ୟା ଫନୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲା। ବାତ୍ୟାରେ ନିଜର ସର୍ବସ୍ବ ହରାଇ ବେସାହାରା ହୋଇପଡ଼ିଛନ୍ତି ଲକ୍ଷ ଲକ୍ଷ ଲୋକ। ବାତ୍ୟାକୁ ୧୬ଦିନ ବିତିଥିଲେ ବି ଅନେକଙ୍କ ପାଖରେ କୌଣସି ସରକାରୀ ସହାୟତା ପହଞ୍ଚତ୍ ପାରିନାହିଁ। ଲୋକଙ୍କ ଏପରି ଦୁର୍ଦ୍ଦିନରେ ସହାୟତାର ହାତ ବଢ଼ାଇଛନ୍ତି ଭୁବନେଶ୍ୱରର କେତେଜଣ ଉତ୍ସାହୀ ଯୁବକ। ସମୁତ୍କର୍ଷ ନାମରେ ପରିଚିତ ଏହି ସଂଗଠନର କର୍ମକର୍ତ୍ତାମାନେ ନିମାପଡ଼ା ବ୍ଲକର ବଳଙ୍ଗା ଥାନା ଅନ୍ତର୍ଗତ କୋହ୍ଲଣ ଓ ଚକ୍ରକୁଦରେ ଶନିବାର ପହଞ୍ଚତ୍ ବିପନ୍ନମାନଙ୍କୁ ସପ ଓ ମଶାରି ବାଣ୍ଟିଥିଲେ। ବାତ୍ୟା ପରେ ସରକାରୀ ସହାୟତାକୁ ଚାହିଁ ବସିଥିବା ବିପନ୍ନ ପରିବାର ଏହାକୁ ପାଇ ସନ୍ତୋଷ ପ୍ରକାଶ କରିବା ସହ ଯୁବକମାନଙ୍କୁ ଆଶୀର୍ବାଦ କରିଥିଲେ। ଯୁବକମାନେ ନିଜ ଖର୍ଚ୍ଚରେ ପ୍ରାୟ ୧୦୦ଟି ପରିବାରଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିଥିଲେ। କେବଳ ସେଠି ନୁହେଁ ବାତ୍ୟା ପରେ ଏହି ସଂଗଠନର କର୍ମକର୍ତ୍ତାମାନେ ଭୁବନେଶ୍ୱରରେ ମଧ୍ୟ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଏଥିରେ ଦେବୀପ୍ରସାଦ ମହାପାତ୍ର, ସତ୍ୟଜିତ୍‌ ବିଶ୍ୱାଳ, ସଚ୍ଚିଦାନନ୍ଦ ଦାଶ, ଶିବାନନ୍ଦ ଦଳାଇ, ଶିବନାରାୟଣ ଦାଶ, ହରେକୃଷ୍ଣ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

ସ୍ଥାୟୀ ନୂଆ ଡିଜିପି କିଏ ହେବେ: ଧରୁଛି ଜାତୀୟସ୍ତର ରଙ୍ଗ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ):ଓଡ଼ିଶାର ସ୍ଥାୟୀ ନୂଆ ଡିଜିପି କିଏ ହେବେ ତାହା କିଛିଦିନ ହେବ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ଉପରେ ନିର୍ଭରକରୁଛି। ମଙ୍ଗଳବାର ଉଚ୍ଚ ନ୍ୟାୟାଳୟରେ ଏ ବିଷୟରେ…

ସୁପ୍ରିମକୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଏତେ ଅପରାଧିକ ମାମଲା

ଭୁବନେଶ୍ୱର, ୧୯।୮: ନେତାମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ନିଖୋଜ ମା’ଙ୍କୁ ଖୋଜୁଛି ବିଜୟ: ବଜାରରୁ ଗଳିକନ୍ଦି ବୁଲି ମାରୁଛନ୍ତି ପୋଷ୍ଟର

ଭୁବନେଶ୍ୱର, ୧୯ା୮(ପ୍ରସନଜିତ୍‌ ସାହୁ):ରାଜଧାନୀ ଭୁବନେଶ୍ବରରେ ନିଖୋଜଙ୍କ ସଂଖ୍ୟା ବଢି ଚାଲୁଥିବା ବେଳେ ଉଦ୍ଧାର କରିବାରେ ବିଫଳ ହେଉଛି କମିଶନରେଟ୍‌ ପୋଲିସ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଆଳରେ ପୋଲିସ…

୨୦ରୁ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌, ଏମ୍‌.ଏଡ୍‌ ନାମଲେଖା ଆବେଦନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯ା୮(ସୁଚିସ୍ମିତା ସାହୁ):ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌-ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୨୦ ତାରିଖ ଅପରାହ୍ନ ୨ଟାରୁ ଆବେଦନ…

ପୁଣି ସୃଷ୍ଟି ହେବ ଲଘୁଚାପ: ୩ ଦିନ ପରେ ବଢିବ ବର୍ଷା

ଭୁବନେଶ୍ୱର,୧୯ା୮(ବନ୍ଦନା ସେଠୀ):ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଝାଡ଼ଖଣ୍ଡ ଓ ବିହାର ମଧ୍ୟଦେଇ ଗତି କରିବା ସହ ଦୁର୍ବଳ ହୋଇ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri