ଅଶ୍ୱତ୍ଥମା ଚରିତ୍ରରେ ଅଭିନୟ କରିବେ ଭିକି

ମୁମ୍ବାଇ: ଅଭିନେତା ଭିକି କୌଶଲ ପୁନଶ୍ଚ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ୍‌’ର ନିର୍ଦ୍ଦେଶକ ଆଦତ୍ୟ ଧରଙ୍କ ପରବର୍ତ୍ତୀ ଫିଲ୍ମରେ ଅଶ୍ୱତ୍ଥମା ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ପ୍ରୋଜେକ୍ଟରେ ଭିକିଙ୍କ ସହିତ କାମ କରିବାକୁ ଯାଉଥିବା ଆଦିତ୍ୟ ସୁନିଶ୍ଚିତ କରାଇଛନ୍ତି। ଉକ୍ତ ଫିଲ୍ମ ଏକ ପିରିୟଡ ଡ୍ରାମା ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ନିର୍ଦ୍ଦେଶକଙ୍କ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ ଏହା ଏକ ପିରିୟଡ ଫିଲ୍ମ ନୁହେଁ। ଏହା ଆଧୁନିକ ସମୟର ଏକ ସୁପରହିରୋ ଆକ୍ସନ ଫିଲ୍ମ। ମହାଭାରତର କଥାବସ୍ତୁ ଅନୁସାରେ ଅଶ୍ୱତ୍ଥମା ହେଉଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର। ସେ କୁରୁକ୍ଷେତ୍ର ଯୁଦ୍ଧରେ କୌରବଙ୍କ ସାଥିରେ ରହି ପାଣ୍ଡବଙ୍କ ବିରୋଧରେ ଯୁଦ୍ଧ କରିଥିଲେ।
ନିର୍ଦ୍ଦେଶକ ଉକ୍ତ ଫିଲ୍ମ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି। ଏହାର ଶୁଟିଂ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ତେବେ ଏହାର ରିଲିଜ ୨୦୨୦ ମଧ୍ୟଭାଗରେ ହେବା ଲକ୍ଷ୍ୟ ରଖାଯାଇଛି। ଭିକି ମଧ୍ୟ ସୁୁଜିତ୍‌ ସର୍‌କାରଙ୍କ ଉଦ୍ଧାମ ସିଂ ବାୟୋପିକ୍‌ରେ ‘ତଖତ୍‌’ ଭୂମିକାରେ ଏବଂ କରନ୍‌ ଜୋହରଙ୍କ ନିର୍ଦ୍ଦେଶିତ ଏକ ହରର୍‌ ଫିଲ୍ମରେ ଦୃଶ୍ୟମାନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ମାନହାନି ମାମଲା, ଭିଡିଓ ଶେୟାର କରିବା ପଡିଲା ମହଙ୍ଗା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ପୁଣିଥରେ ଆଇନଗତ ବିବାଦରେ ଫସିଛନ୍ତି। ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri