ଅଶାନ୍ତ ବଡନି ଗ୍ରାମ: ୩ ହଜାର ଟଙ୍କା ପାଇଁ ଗଣ୍ଡଗୋଳ, ରାମସା ଛକରେ ରାସ୍ତାରୋକୋ

ଝରିଗାଁ,୨୪।୫(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ବଡନି ଗ୍ରାମରେ ୩ ହଜାର ଟଙ୍କାକୁ ନେଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଝରିଗାଁ ବ୍ଲକ ପାଲି ପଞ୍ଚାୟତ ବଡନି ଗ୍ରାମର ଜଣେ ବିହାରୀ ବ୍ୟବସାୟୀ ଶିବପ୍ରସାଦ ଗୁପ୍ତା ଗ୍ରାମର ବୁଟୁ ଗୌଡଙ୍କୁ ପ୍ରାୟ ଚାରିମାସ ପୂର୍ବରୁ ୩ ହଜାର ଟଙ୍କା ଦେଇଥିଲେ। ମାତ୍ର ବୁଟୁ ଟଙ୍କା ଫେରାଇ ନ ଥିଲେ। ଏହାପରେ ଶିବପ୍ରସାଦ ଗତ ରବିବାର ସଂନ୍ଧ୍ୟା ପ୍ରାୟ ସାଢେ ଛଅଟା ସମୟରେ ବୁଟୁଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବୁଟୁଙ୍କ ପୁଅ ଡମ୍ବରୁ ଗୌଡ ଘଟଣାସ୍ଥଳରେ ପହଞ୍ଚି ଶିବ ପ୍ରସାଦଙ୍କୁ ମାଡ ମାରିଥିଲେ। ଏ ନେଇ ସୋମବାର ପ୍ରଥମେ ବୁଟୁ ଗୌଡ ଥାନାରେ ଏତଲା ଦେଇଥିଲେ। ସେହି ଅପରାହ୍ନରେ ଶିବପ୍ରସାଦ ଥାନାରେ ଆଉ ଏକ ଅଭିଯୋଗ ଦେଇଥିଲେ। ଏହାପରେ ଥାନା ଅଧିକାରୀ ଉଭୟଙ୍କୁ ମଙ୍ଗଳବାର ଥାନାକୁ ଡକାଇଥିଲେ ମଧ୍ୟ କେହି ଆସି ନ ଥିଲେ। ବୁଧବାର ସକାଳ ପ୍ରାୟ ୮ଟା ସମୟରେ ଶିବ ପ୍ରସାଦଙ୍କ ଦୁଇ ପୁଅ ରିତେଶ ଏବଂ ଅନିଲ ବୁଟୁ ଗୌଡଙ୍କ ଘରକୁ ଯାଇ ପୁଣି ପାଟିତୁଣ୍ଡ କରି ଗଣ୍ଡଗୋଳ କରିଥିଲେ। ଏଥିରେ ଆହତ ହୋଇ ଟୁଟୁ ଝରିଗାଁ ମେଡିକାଲରେ ଚିକିତ୍ସିତ ଅଛନ୍ତିି। ଖବରପାଇ ପୋଲିସ ପହଞ୍ଚି ଶିବପ୍ରସାଦଙ୍କ ସମେତ ତାଙ୍କ ଦୁଇ ପୁଅକୁ ଥାନାକୁ ନେଇଥିଲେ। ଗୁରୁବାର ଘରେ କୌଣସି କାମ ରହିଥିବା ନେଇ ପୋଲିସ ଜିମାରେ ଅନିଲ ଘରକୁ ଆସିଥିଲେ। ଶୁକ୍ରବାର ବୁଟୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଗୁଜବ ପ୍ରକାଶ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ପ୍ରଥମେ ରାମସା ଛକରେ ରାସ୍ତାରୋକୋ କରିଥିଲେ। ଏହାପରେ ଶିବ ପ୍ରାସାଦଙ୍କ ଘରକୁ ଯାଇ ଟେକା ପଥର ମାରିବା ସହ ଘରେ ରହିଥିବା ଦୋକାନ ସାମଗ୍ରୀ ତଥା ବିକ୍ରି କରିବା ପାଇଁ ରହିଥିବା ଡିଜେଲ ଏବଂ ପେଟ୍ରୋଲ ଢାଳି ଦେଇଥିଲେ। ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁୁ ବୁଝାଶୁଝା କରିବା ସହ ଅନିଲଙ୍କୁ ଥାନାକୁ ଆଣିବା ସମୟରେ ଗ୍ରାମବାସୀ ଟେକାପଥର ମାରିଥିଲେ।
ରାସ୍ତା ଅବରୋଧ କରିବା ସହ ଘର ଭାଙ୍ଗିଥିବା ଏବଂ ପୋଲିସ ସମ୍ମୁଖରେ ଯୁବକଙ୍କୁ ମାଡ ମାରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri