Posted inପୁରୀ

ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ମାଗଣା ମାସ୍କ ବଣ୍ଟନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ସଚେତନତା ପରିପ୍ରେକ୍ଷୀରେ ଅଲ୍‌ ଓଡ଼ିଶା ଟେଲର ଶ୍ରମିକ ଆସୋସିଏଶନ ପକ୍ଷରୁ ନିମାପଡ଼ା ପୂର୍ଣ୍ଣେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ୫ଶହ ଲୋକଙ୍କୁ ହାତତିଆରି ମାସ୍କ ବଣ୍ଟନ କରାଯାଇଛି। ଆସୋସିଏଶନର ରାଜ୍ୟ ସଭାପତି କୁନଚନ୍ଦ୍ର ବେହେରା, ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ବିନ୍ଧାଣି ରତ୍ନ ପ୍ରମୁଖ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିଥିଲେ। ଏହାସହ କରୋନା ସମ୍ପର୍କରେ ସାରା ଦେଶ ଓ ରାଜ୍ୟରେ ପାଳିତ ହେଉଥିବା ଲକ୍‌ଡାଉନ ବ୍ୟବସ୍ଥା ଓ ସାମାଜିକ ଦୂରତା ରକ୍ଷା, ଜରୁରୀ ନ ଥିଲେ ଘରୁ ନ ବାହାରିବା, ହ୍ୟାଣ୍ଡଓ୍ବାଶରେ ହାତ ଧୋଇବା ପାଇଁ ଆସୋସିଏଶନର କର୍ମକର୍ତ୍ତାମାନେ ଲୋକମାନଙ୍କୁ ସଚେତନ କରିଥିଲେ। ବଣ୍ଟାଯାଉଥିବା ଏହି ମାସ୍କଗୁଡିକ ଟେଲର ଭଉଣୀଭାଇମାନେ ନିଜେ ପ୍ରସ୍ତୁତ କରିଥିବା ସଭାପତି ବେହେରା ଓ ସମ୍ପାଦକ ବିନ୍ଧାଣୀରତ୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଶୋଭାଯାତ୍ରାରେ ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଅସୁସ୍ଥ

ପୁରୀ, ୨୨।୪: ଶୋଭାଯାତ୍ରାରେ ସମୟରେ ଅସୁସ୍ଥ ହୋଇଛନ୍ତି ପୁରୀ ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ଶୋଭାଯାତ୍ରା ଚାଲିଥିବା ସମୟରେ ପିପିଲି ହାଟ ଛକ ନିକଟରେ...

ନିମାପଡ଼ାରୁ ସୁରଙ୍କ ବଡ଼ପୁଅକୁ ଟିକେଟ୍ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨୦ା୪: ଓଡ଼ିଶାର ଚର୍ଚ୍ଚିତ ରାଜନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପୁରୀ ନିମାପଡ଼ାରୁ ପ୍ରାର୍ଥୀ କରିଛି କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା...

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri