Posted inଖେଳ

ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର: କ୍ୱାର୍ଟର ଫାଇନାଲରେ ଆଶୁତୋଷ

ଚେନ୍ନାଇ, ୩।୮(ପି.ଟି.)-
ଏଠାରେ ଚାଲିଥିବା କ୍ୟୁ-ଲଙ୍ଗ୍‌ ଅଲ୍‌ ଇଣ୍ଡିଆ ଓପନ୍‌ ସ୍ନୁକର ଚାମ୍ପିୟନଶିପ୍‌ରେ ଓଡ଼ିଶା କ୍ୟୁ ସ୍ପୋଟର୍‌ସ ତାରକା ଆଶୁତୋଷ ପାଢ଼ୀଙ୍କ ଆକର୍ଷଣୀୟ ପ୍ରଦର୍ଶନ ଅବ୍ୟାହତ ରହିଛି। ଶୁକ୍ରବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ଏହି ଓଡ଼ିଆ ଖେଳାଳି ଜାତୀୟ ଜୁନିୟରର ୨ ନମ୍ବର ର଼୍ୟାଙ୍କ୍‌ରେ ଥିବା ମହାରାଷ୍ଟ୍ରର କ୍ରିଶ୍‌ ଗୁରବକ୍ସାନିଙ୍କୁ ୪-୨ ଫ୍ରେମ୍‌ରେ ପରାସ୍ତ କରିଛନ୍ତି। ପ୍ରଥମ ଗେମ୍‌କୁ ୨୮-୯୯ରେ ହାରିଥିଲେ ହେଁ ଏକାଗ୍ରତା ନ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ଆଶୁତୋଷ। ଦ୍ୱିତୀୟ ଓ ତୃତୀୟ ଗେମ୍‌ରେ ସେ ଯଥାକ୍ରମେ ୭୦-୧୫, ୭୭-୦ରେ ଜିତି ଅଗ୍ରଣୀ ହାସଲ କରିଥିଲେ। ଗୁରବକ୍ସାନି ୪ର୍ଥ ଗେମ୍‌କୁ ୬୦-୨୦ରେ ଜିତି ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ ହେଁ ଅଭିଜ୍ଞତାର ଉପଯୋଗ କରି ଆଶୁତୋଷ ପରବର୍ତ୍ତୀ ୨ ଗେମ୍‌କୁ ଯଥାକ୍ରମେ ୭୪-୭୨ ଓ ୬୨-୨୩ ପଏଣ୍ଟରେ ଜିତି ମ୍ୟାଚ୍‌ ବିଜୟୀ ହୋଇଥିଲେ। କ୍ୱାର୍ଟର ଫାଇନାଲରେ ଏହି ଓଡ଼ିଶା ଖେଳାଳି ଲକ୍ଷ୍ମଣ ରାଓ୍ବତଙ୍କୁ ଭେଟିବେ। ରାଓ୍ବତ ପ୍ରି-କ୍ୱାର୍ଟର ଫାଇନାଲରେ ୪-୦ ଫ୍ରେମ୍‌ରେ ହରି ରାଜାମଣିଙ୍କୁ ପରାସ୍ତ କରିଥିଲେ। ଅନ୍ୟ ୩ଟି କ୍ୱାର୍ଟର ଫାଇନାଲ ରାଫାତ ହବିବ-ପଣ୍ଡୁରଙ୍ଗିଆ, ଗିରିଶ-ବରୁଣ କୁମାର, ଦିଲୀପ କୁମାର-ଯୋଗେଶ କୁମାରଙ୍କ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରି-କ୍ୱାର୍ଟରରେ ବରୁଣ ୪-୨ରେ ଅନୁଜ ଉପ୍ପଲ, ପଣ୍ଡୁରଙ୍ଗିଆ ୪-୨ରେ ଦକ୍ଷ ରେଡ୍ଡୀ, ଦିଲୀପ କୁମାର ୪-୨ରେ ନିଖିଲ, ଗିରିଶ ୪-୨ରେ ବିଜୟ ନିଚାନି ଏବଂ ଯୋଗେଶ ୪-୦ ଫ୍ରେମ୍‌ରେ ପିଟର ପଲ୍‌ଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri