Posted inଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି: ମନଦୀପଙ୍କ ହ୍ୟାଟ୍ରିକ, ଭାରତ ଫାଇନାଲରେ

ଟୋକିଓ, ୨୧।୮(ପି.ଟି.)-ଷ୍ଟ୍ରାଇକର ମନଦୀପ ସିଂଙ୍କ ଆକର୍ଷଣୀୟ ହ୍ୟାଟ୍ରିକ ସହାୟତାରେ ଭାରତ ଏଠାରେ ଚାଲିଥିବା ପୁରୁଷ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଆୟୋଜକ ଜାପାନକୁ ୬-୩ ଗୋଲରେ ପରାସ୍ତ କରିଛି। ଏଥିସହ ଭାରତ ଫାଇନାଲରେ ପ୍ରବେଶ କରିଛି। ପୂର୍ବ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ୧-୨ ଗୋଲରେ ହାରି ଯାଇଥିବା ଭାରତ ଏହି ବିଜୟ ସହ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ବୁଧବାର ଫାଇନାଲରେ ସେହି ନ୍ୟୁଜିଲାଣ୍ଡ ସହ ଭାରତର ମୁକାବିଲା ହେବ।
ଜାପାନ ଭଲ ଖେଳିଥିଲେ ହେଁ ମନଦୀପଙ୍କ ହ୍ୟାଟ୍ରିକ ଗୋଲ ଫଳାଫଳରେ ପ୍ରଭେଦ ଆଣିଥିଲା। ଏହି ଯୁବ ଖେଳାଳି ମ୍ୟାଚର ୯, ୨୯ ଓ ୩୦ତମ ମିନିଟରେ ୩ଟି ଗୋଲ ସ୍କୋର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନୀଳକାନ୍ତ ଶର୍ମା ୩ୟ, ଓଡ଼ିଶାର ନୀଲମ ସଞ୍ଜୀପ ଖେସ୍‌ ୭ମ ଓ ଗୁରଜାନ୍ତ ସିଂ ୪୧ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଜାପାନ ପକ୍ଷରୁ କେନ୍‌ତାରୋ ଫୁକୁଦା ୨୫ତମ, କେନ୍‌ତା ତନକା ୩୬ତମ ଏବଂ କାଜୁମା ମୁରାତା ୫୨ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ପରିଶୋଧ କରିଥିଲେ।
ମ୍ୟାଚର ୩ୟ ମିନିଟରେ ଏକ ଫିଲ୍ଡ ଗୋଲ ମାଧ୍ୟମରେ ନୀଳକାନ୍ତ ଶର୍ମା ଭାରତ ପାଇଁ ଚମତ୍କାର ଆରମ୍ଭ କରିଥିଲେ। ଆରମ୍ଭରୁ ଗୋଲ ହେବା ଫଳରେ ଜାପାନ ଡିଫେନ୍ସ ବିଭାଗ ସ୍ବତଃ ଚାପକୁ ଆସି ଯାଇଥିଲା। ଗୁରଜାନ୍ତ ସିଂଙ୍କ ଶଟ୍‌ ଗୋଲପୋଷ୍ଟ ବାହାରେ ଚାଲି ଯାଇଥିବାବେଳେ ୭ମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ନୀଲମ ସଞ୍ଜୀପ। ୯ମ ମିନିଟରେ ମନଦୀପଙ୍କ ଫିଲ୍ଡ ଗୋଲ ବଳରେ ଭାରତ ୧୦ ମିନିଟ ମଧ୍ୟରେ ୩-୦ ଗୋଲରେ ଅଗ୍ରଣୀ ହାସଲ କରିଥିଲା। ପ୍ରଥମ କ୍ୱାର୍ଟର ଶେଷଭାଗରେ ଜାପାନ ଏକ ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୁରଜାନ୍ତ ସଫଳତାର ସହ ପ୍ରତିହତ କରିଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ଭାରତ ଆକ୍ରମଣାତ୍ମକ ଆଭିମୁଖ୍ୟ ଅପରିବର୍ତ୍ତିତ ରଖିଥିଲେ ହେଁ ଜାପାନ ଗୋଲକିପର ତାକାଶି ୟୋଶିକାଓ୍ବାଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଗୋଲ ହୋଇପାରି ନ ଥିଲା। ଜାପାନ ୨୫ତମ ମିନିଟରେ ଫତ୍ୁକୁଦଙ୍କ ମାଧ୍ୟମରେ ଏକ ଫିଲ୍ଡ ଗୋଲ ଦେବାରେ ସକ୍ଷମ ହୋଇଥିଲା। ମାତ୍ର ମନଦୀପ ୨ ମିନିଟ ବ୍ୟବଧାନରେ ୨ଟି ଫିଲ୍ଡ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୫-୧ ଗୋଲରେ ଅଗ୍ରଣୀ ହାସଲ କରିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଜାପାନ ଆକ୍ରମଣାତ୍ମକ ଖେଳି ଗୋଲ ପରିଶୋଧ ଲକ୍ଷ୍ୟରେ ରହିଥିଲା। ତେବେ ଭାରତୀୟ ଗୋଲକିପର କିଶନ ପାଠକ କେତୋଟି ଶଟ୍‌ ଅଟକାଇବାରେ ସକ୍ଷମ ହୋଇଥିଲେ। ୩୬ତମ ମିନିଟରେ କେନ୍‌ତା ତନକା ଏକ ଫିଲ୍ଡ ଗୋଲ ଦେଇଥିଲେ। ମାତ୍ର ୪୧ତମ ମିନିଟରେ ଗୁରଜାନ୍ତ ସିଂ ଫିଲ୍ଡ ଗୋଲ ଦେବାରୁ ୩ୟ କ୍ୱାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୬-୨ରେ ପହଞ୍ଚତ୍ଥିଲା। ୪ର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଲଢ଼େଇ ଜୋରଦାର ହୋଇଥିଲା। ବିଶେଷ କରି ଘରୋଇ ପରିବେଶରେ ଖେଳୁଥିବା ଜାପାନ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ତେବେ ଦଳ


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?