ଅର୍ଥନୀତିକୁ ନେଇ ଟୁଇଟରରେ ଅର୍ଥମନ୍ତ୍ରୀ-ବାୟୋକନ ମୁଖ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ,୨୦-୯: ଦେଶର ଆର୍ଥିକ ପରିସ୍ଥିତିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ବାୟୋକନ ଲିମିଟେଡ ମୁଖ୍ୟ କିରଣ ମଜୁମଦାର ସ’ ଗୁରୁବାର ଟୁଇଟରରେ ମୁହାଁମୁହିଁ ହୋଇଥିଲେ। ମିଡିଆ ଏହାକୁ ତର୍କ ବୋଲି ଉଲ୍ଲେଖ କରିଥିଲେ ସୁଦ୍ଧା କିରଣ ଏହାକୁ ଆଲୋଚନା ବୋଲି କହିଛନ୍ତି।
ବାସ୍ତବରେ ଇ-ସିଗାରେଟକୁ ନିଷେଧ କରାଯିବା ନେଇ କିରଣଙ୍କ ଏକ ଟୁଇଟ୍‌ରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଇ-ସିଗାରେଟ ବ୍ୟାନ୍‌ ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରାମନ୍‌ ଘୋଷଣା କରିବାକୁ ନେଇ କିରଣ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଇ-ସିଗାରେଟ ବ୍ୟାନ୍‌ କରିବା ଘୋଷଣା ସ୍ବାସ୍ଥ୍ୟମନ୍ତ୍ରୀ କରିବା ଉଚିତ୍‌ ନ ଥିଲା କି ବୋଲି ଗୁରୁବାର ସକାଳେ ତାଙ୍କର ଟୁଇଟ୍‌ରେ ପ୍ରଶ୍ନ କରିଥିଲେ। ଗୁଟ୍‌ଖାକୁ ବ୍ୟାନ୍‌ କରିବା ଭଲ ହେବ ନାହିଁକି ବୋଲି ସେ ଆଉ ଏକ ପ୍ରଶ୍ନ ଦୋହରାଇଥିଲେ। ଅର୍ଥନୀତିକୁ ପୁନର୍ବାର ଠିକ୍‌ ରାସ୍ତାକୁ ଆଣିବା ଲାଗି ଅର୍ଥ ମନ୍ତ୍ରଣାଳୟ ପଦକ୍ଷେପ ଘୋଷଣା କରିବା ଉଚିତ ହେବ ବୋଲି ସେ କହିଛନ୍ତି। ତେବେ ସାଧାରଣତଃ ଟୁଇଟରରେ ଏଭଳି ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖୁଥିତ୍ବା ସୀତାରାମନ୍‌ ବାୟୋକନ ମୁଖ୍ୟଙ୍କ ଟୁଇଟ୍‌ର ଜବାବ ଅତ୍ୟନ୍ତ ଶାଳୀନତାର ସହ ଦେଇଛନ୍ତି। ସେ ନିଜ ପ୍ରତିକ୍ରିୟାରେ କ୍ରମାଗତ ୩ ଟୁଇଟ୍‌ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ, ବାୟୋକନ ମୁଖ୍ୟ ଜାଣିରଖିବା ଉଚିତ ଯେ, ଇ-ସିଗାରେଟ ମାମଲାର ନିଷ୍ପତ୍ତି ନେଇଥିବା ମନ୍ତ୍ରିଗୋଷ୍ଠୀର ଅଧ୍ୟକ୍ଷ ଭାବେ ସେ କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ। ଖବରଦାତା ସମ୍ମିଳନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ସଚିବ ତାଙ୍କ ସହିତ ଥିଲେ। ସରକାରୀ ଖବରଦାତା ବୈଠକ ଆୟୋଜନ ବେଳେ ପ୍ରୋଟୋକଲ୍‌ ବା ନିୟମ ପାଳନ କରାଯାଇଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବିଦେଶ ଗସ୍ତରେ ରହିଛନ୍ତି। ସେ ତାଙ୍କର ଟୁଇଟ୍‌ରେ ଲେଖିଛନ୍ତି ଯେ, ଜଣେ ଅର୍ଥମନ୍ତ୍ରୀ ଭାବେ ସେ କାମ କରୁଛନ୍ତି। ଅର୍ଥନୀତିର ସ୍ଥିତି ସୁଧାରିବା ଲାଗି ସରକାର କି’ପ୍ରକାର ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ମଧ୍ୟ ନିୟମିତ ଭାବେ ଜଣାଉଛନ୍ତି। ସୂଚନାଥାଉ କି, ଅର୍ଥନୀତକୁ ସୁଧାରିବା ଉଦ୍ଦେଶ୍ୟରେ ସୀତାରାମନ୍‌ ନିକଟରେ ୩ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିସାରିଛନ୍ତି। ଏହାର ଉତ୍ତରରେ କିରଣ ଲେଖିଛନ୍ତି ଯେ, ଅର୍ଥମନ୍ତ୍ରୀ ପରିପକ୍ୱତାର ସହ ଉତ୍ତର ଦେଇଛନ୍ତି ଏବଂ ତାଙ୍କର ଭ୍ରମକୁ ଦୂର କରିଛନ୍ତି। ଏଥିପାଇଁ ତାଙ୍କୁ ଧନ୍ୟବାଦ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି: ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ବିଜେଡି ଯୁବଛାତ୍ର

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ପାଠ୍ୟ ପୁସ୍ତକରେ ଗୁରୁତର ତ୍ରୁଟିକୁ ନେଇ ବିଜୁ ଜନତା ଦଳର ଯୁବ ଛାତ୍ର ଶାଖା ତରଫରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛି।…

୨୪ ଘଣ୍ଟାରେ ୪ ଥର ଅଫର ଦେଲେ ସରକାର, ହେଲେ CJP କହିଲା ନା ନଡ୍ଡାଙ୍କ ଘର ନା ଅଫିସ…

ନୂଆଦିଲ୍ଲୀ,୨୩।୭: କକ୍ରୋଚ ଜନତା ପାର୍ଟିର ଏକ ବିବୃତ୍ତିରେ କୁହାଯାଇଛି ଯେ ଏହା ନିରପେକ୍ଷ ଆଲୋଚନାକୁ ପସନ୍ଦ କରେ। ଏହା କାହାର କାର୍ଯ୍ୟାଳୟ କିମ୍ବା ମନ୍ତ୍ରଣାଳୟରେ ଆଲୋଚନା କରିବାକୁ…

CJP ପ୍ରଦର୍ଶନ ପ୍ରଭାବ! NDMCର ବଡ଼ ନିଷ୍ପତ୍ତି, ଏହି ସମୟରୁ ବନ୍ଦ ହେବ ଦୋକାନ

ନୂଆଦିଲ୍ଲୀ,୨୩ା୭: ଗୁରୁବାର ସନ୍ଧ୍ୟା ୬:୩୦ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀର କନଟ୍ ପ୍ଲେସ୍ ଖାଲି ହୋଇପାରେ । ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନସିଲ୍ (NDMC)ର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ…

CJPର ବଡ଼ ଘୋଷଣା: ଆସନ୍ତାକାଲି ସାରା ଦେଶରେ ହେବ ପ୍ରତିବାଦ

ନୂଆଦିଲ୍ଲୀ,୨୩।୯: କକ୍ରୋଚ ଜନତା ପାର୍ଟି (CJP) ଗୁରୁବାର ଏକ ବଡ଼ ଘୋଷଣା କରିଛି। ପୋଲିସ ବର୍ବରତା ବିରୋଧରେ ଦଳ ସାରା ଦେଶରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଡାକରା…

ମଣିଷ-ହାତୀ ସଂଘର୍ଷ ପ୍ରଶମନକୁ ସୁଦୃଢ଼ କରିବା ପାଇଁ ପ୍ରୟାସ

କେନ୍ଦୁଝର,୨୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡରେ କେନ୍ଦୁଝରର ଡିଏଫ୍‌ଓ ଧନରାଜ ଏଚ୍‌ଡିଙ୍କ ଅଧ୍ୟକ୍ଷତାରେ ମଣିଷ-ହାତୀ ସଂଘର୍ଷ ପ୍ରଶମନ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

NEET ପେପର୍‌ ଲିକ ବିବାଦ: ଛାତ୍ରୀଛାତ୍ରଙ୍କୁ ଆଲୋଚନା ପାଇଁ ଖୋଲା ନିମନ୍ତ୍ରଣ ଦେଲେ ସରକାର

ନୂଆଦିଲ୍ଲୀ,୨୩।୭: NEET ପେପର ଲିକ ନେଇ ସାରା ଦେଶରେ ପ୍ରତିବାଦ ଜାରି ରହିଛି। ସଡ଼କଠାରୁ ସଂସଦ ପର୍ଯ୍ୟନ୍ତ ରାଜନୈତିକ ବାତାବରଣ ଉଷ୍ମ ହୋଇଛି। ଛାତ୍ର ସଂଗଠନ ଏବଂ…

ଗଞ୍ଜାମ ଜିଲା ଭାଜପା ଯୁବମୋର୍ଚ୍ଚାର ଉପସଭାପତି ଭାବେ ପି.ରାମବାବୁ ନିଯୁକ୍ତ, କହିଲେ ଦଳର…

ଛତ୍ରପୁର,୨୩ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ଯୁବ ସଂଗଠକ ପି. ରାମବାବୁଙ୍କୁ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri