ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପରିବେଷଣରେ ଅନିୟମିତତା: ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟରେ ଝୁଲୁଛି ତାଲା

ରସୁଲପୁର,୨୦।୮(ଡିଏନଏ)- ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଦାମୋଦରପୁର ଗ୍ରାମସ୍ଥିତ ଅଭିରାମ ପରମହଂସ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପରିବେଷଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଶନିବାର ଏହି ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଓ ଅଣ୍ଡା ଦିଆଯାଉ ନାହିଁ। ଏପରିକି ନିର୍ଦ୍ଧାରିତ ସମୟ ପୂର୍ବରୁ ବିଦ୍ୟାଳୟକୁ ଛୁଟି କରି ଦିଆଯାଉଛି। ଏହିଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର କେତେଜଣ ଛାତ୍ର। ଅଭିଯୋଗ ପାଇବା ପରେ ‘ଧରିତ୍ରୀ’ର ବ୍ଲକ ପ୍ରତିନିଧି ସକାଳ ସାଢେ ୧୦ଟାରେ ବିଦ୍ୟାଳୟରେ ପହଞ୍ଚତ୍ ଥିଲେ। ସେତେବେଳେ ଶ୍ରେଣୀ ପ୍ରକୋଷ୍ଠ ଓ କାର୍ଯ୍ୟାଳୟରେ ତାଲା ଝୁଲୁଥିଲା। ତେବେ ବିଦ୍ୟାଳୟ ଫାଟକ ସମ୍ମୁଖରେ ବୁଲୁଥିବା କେତେଜଣ ଛାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ, ଶନିବାର ୧୦ଟାରେ ବିଦ୍ୟାଳୟ ଛୁଟି ହୁଏ ବୋଲି କହିଥିଲେ ା ଏଥିସହ ଏହି ଦିନ ବିଦ୍ୟାଳୟରେ କେବେ ବି ମଧ୍ୟାହ୍ନ ଭୋଜନ ଦିଆଯାଏ ନାହିଁ ା ଏପରିକି ସପ୍ତାହକୁ ୨ଥର ଅଣ୍ଡା ମିଳିବା ବଦଳରେ ସମୟେ ସମୟେ ବୁଧବାର ଅଣ୍ଡା ଦିଆଯାଏ। ଆଉ କେତେବେଳେ ଅଣ୍ଡା ସ୍ଥାନରେ ସୋୟାବିନ ବଡି ତରକାରୀ ପରିବେଷଣ କରାଯାଏ ବୋଲି କହିଥିଲେ। ଏହି ଦିନ ବିଦ୍ୟାଳୟଗୁଡିକ ସକାଳ ୬ଟାରୁ ଆରମ୍ଭ ହୋଇ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବାର ନିୟମ ରହିଛି। ମାତ୍ର ଏହି ବିଦ୍ୟାଳୟରେ ନିୟମ କାର୍ଯ୍ୟକାରୀ ହେବାରେ ବ୍ୟତିକ୍ରମ ଦେଖାଦେଉଛି। ବିଦ୍ୟାଳୟ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇ ଦେଢ ଘଣ୍ଟା ପୂର୍ବରୁ ଛୁଟି ହେଉଛି। ଶିକ୍ଷୟିତ୍ରୀଶିକ୍ଷକମାନେ ଅପରାହ୍ନ ସାଢେ ୧୨ଟାରେ ବିଦ୍ୟାଳୟ ଛାଡିବା ନିୟମ ଆଦୌ ପାଳନ କରାଯାଉ ନାହିଁ। ଏହି ସମୟ ପୂର୍ବରୁ ବ୍ଲକ ଅଞ୍ଚଳର ଅଧିକାଂଶ ବିଦ୍ୟାଳୟରେ ତାଲା ଝୁଲୁଛି ା ଏସବୁ ଘଟଣାକ୍ରମକୁ ଅନୁଧ୍ୟାନ କଲେ ରାଜ୍ୟ ସରକାରଙ୍କ ୫-ଟି ଯୋଜନା ବିଦ୍ୟାଳୟଗୁଡିକ ପାଇଁ ମୂଲ୍ୟହୀନ ହୋଇପଡିଛି। ବିଦ୍ୟାଳୟ ପରିଚାଳନାରେ ସ୍ବଚ୍ଛତା, ସମୟାନୁବର୍ତ୍ତିତା ଭଳି ନିୟମଗୁଡିକ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ତଦାରଖ ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଗୁରୁତ୍ୱ ପ୍ରଦାନ କରୁ ନ ଥିବା କୁହାଯାଉଛି। ଏହାକୁ ସୁଯୋଗ ବୋଲି ମନେ କରି ବହୁ ବିଦ୍ୟାଳୟରେ ସରକାରୀ ନିୟମ ପାଳନ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ହେଲେ ଏନେଇ ବାରବାଟୀ କ୍ଲଷ୍ଟର ସିଆରସିସି ରାମଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ, ଅଭିଯୋଗ ଉପରେ ସେ ତଦନ୍ତ କରିବେ ା ମାତ୍ର ଏହା ସତ୍ୟ ହୋଇଥିଲେ ତାହା ଅକ୍ଷମଣୀୟ ତ୍ରୁଟି ବୋଲି କହିଛନ୍ତି ା ମଧ୍ୟାହ୍ନଭୋଜନକୁ ନେଇ ତୁରନ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ଏକ ସମୀକ୍ଷା ବୈଠକ ଡାକିବେ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri