ଅଭିବୃଦ୍ଧିର କାରକ

ଆକାର ପଟେଲ
ଭାରତ କିପରି ଉଚ୍ଚହାରର ଅଭିବୃଦ୍ଧି ହାସଲ କରିବ ଓ ତାକୁ ଧରିରଖି ପାରିବ? ଉଚ୍ଚହାର କହିଲେ ବାର୍ଷିକ ୮ ପ୍ରତିଶତ ବା ତା’ଠୁ ଅଧିକ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ଚାହୁଁଛି ୨୦୨୫ ସୁଦ୍ଧା ଏକ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ସେଠି ପହଞ୍ଚିବା ପାଇଁ ଭାରତକୁ ୯ ପ୍ରତିଶତ ହାରରେ ବଢ଼ିବାକୁ ହେବ। ଆମେ ଏବେ ୫ ପ୍ରତିଶତ ହାରରେ ବୃଦ୍ଧିପାଉଛୁ ବୋଲି ଗତ ତ୍ରିମାସୀର ତଥ୍ୟରୁ ଜଣାପଡ଼ିଛି। ତେଣୁ ୯ ପ୍ରତିଶତ ହାରରେ ବୃଦ୍ଧି ପାଇବା କ’ଣ ସମ୍ଭବ? ଏହାର ଉତ୍ତର ହେଉଛି ‘ହଁ’ କାରଣ ଅନ୍ୟ ଦେଶରେ ତାହା ସମ୍ଭବ ହୋଇଛି। ଏହା ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନିଶ୍ଚିତଭାବରେ ବିଶ୍ୱାସ କରୁଛନ୍ତି। କିଛିବର୍ଷ ତଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ମୁଁ ତାଙ୍କର ଏକ ସାକ୍ଷାତ୍‌କାର ନେଇଥିଲି। ସେତେବେଳେ ସେ କହିଥିଲେ ଯେ ତାଙ୍କ ରାଜ୍ୟ ୧୫ ପ୍ରତିଶତ ହାରରେ ବୃଦ୍ଧି ପାଇବା ସେ ଚାହାନ୍ତି, ଯାହାଫଳରେ ଭାରତ ୧୦ ପ୍ରତିଶତ ହାରରେ ବୃଦ୍ଧି ପାଇପାରିବ।
ତେଣୁ ଉଚ୍ଚାଭିଳାଷ ତ ନିଶ୍ଚିତ ଭାବରେ ରହିଛି ଏବଂ ଆଧୁନିକ ସମୟରେ ଅତି କମ୍‌ରେ ତିନୋଟି ବୃହତ୍‌ ଦେଶ ନିଜର ଉଚ୍ଚାଭିଳାଷ ପୂରଣ କରିପାରିଛନ୍ତି। ପ୍ରଥମେ ମୁଁ ସୋଭିଏଟ୍‌ ୟୁନିୟନର ନାମ ନେବି ଯଦିଚ ଏହା କେତେକ ପାଠକଙ୍କୁ ବିସ୍ମିତ କରିପାରେ। ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ବାହାରିବା ପରେ ରୁଷିଆ ଖୁବ୍‌ ଗରିବ ଥିଲା। ୧୯୫୦ରୁ ୧୯୭୦ ଭିତରେ ସୋଭିଏଟ୍‌ ଅର୍ଥନୀତି ହଠାତ୍‌ ଖୁବ୍‌ ଦ୍ରୁତଗତିରେ, ବାର୍ଷିକ ୧୦ ପ୍ରତିଶତରୁ ଅଧିକ ହାରରେ ବୃଦ୍ଧି ପାଇବାକୁ ଲାଗିଲା। ଦେଶର ଅର୍ଥନୀତି ସାମ୍ୟବାଦୀ ସରକାର ଦ୍ୱାରା ପରିଚାଳିତ ହେଲେ ସୁଦ୍ଧା ଏପରି ବିସ୍ମୟକର ଅଭିବୃଦ୍ଧି ଦେଖିବାକୁ ମିଳିଲା। ପରେ ସୋଭିଏଟ୍‌ ୟୁନିୟନ ଭାଙ୍ଗି ଯେଉଁ ନୂତନ ରୁଷିଆ ଜନ୍ମ ନେଇଛି, ତାହା ପାଶ୍ଚାତ୍ୟ ମାନଦଣ୍ଡ ଅନୁସାରେ ଗରିବ ହେଲେ ବି ଅବଶିଷ୍ଟ ବିଶ୍ୱ ତୁଳନାରେ ଧନୀ। ଦ୍ୱିତୀୟ ବୃହତ୍ତମ ଦେଶ ଚାଇନା ବି ୧୯୯୦ ଦଶକରୁ ନିରବଚ୍ଛିନ୍ନ ଭାବେ ଅନେକ ବର୍ଷ ଧରି ଓ ତା’ ପରେ ବି ବାର୍ଷିକ ୧୦ ପ୍ରତିଶତରୁ ଉଚ୍ଚହାରରେ ଅଭିବୃଦ୍ଧି ହାସଲ କରିଚାଲିଛି। ତେଣୁ ଲକ୍ଷ୍ୟ ହାସଲ ସମ୍ଭବ।
ତେବେ କଥା ହେଉଛି ଆମେ ଲକ୍ଷ୍ୟ ହାସଲ ଆଡ଼କୁ ଅଗ୍ରଗତି କଲାବେଳେ କିଏ ଆମକୁ ରୋକୁଛି। ଆମେ ଏଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରକ ଉପରେ ଦୃକ୍‌ପାତ କରିପାରିବା, ଯାହା ଅର୍ଥନୀତିକୁ ପରିଚାଳିତ କରୁଛି। ପ୍ରଥମଟି ହେଉଛି ଷ୍ଟେଟ୍‌ ବା ସରକାର ଏବଂ କେମିତି ଏହା ବିଭିନ୍ନ ନୀତି ମାଧ୍ୟମରେ ଅର୍ଥନୀତିକୁ କ୍ରିୟାଶୀଳ କରୁଛି। ନିକଟରେ ଭାରତ ସରକାର କର୍ପୋରେଟ୍‌ଗୁଡ଼ିକର ଟିକସ ହ୍ରାସ କଲେ। ଷ୍ଟକ୍‌ ମାର୍କେଟଗୁଡ଼ିକ ମୋଦି ସରକାରଙ୍କ ଏହି ପଦକ୍ଷେପ ସପକ୍ଷରେ ଅନୁକୂଳ ପ୍ରତିକ୍ରିୟା ପ୍ରକାଶ କଲେ ଏବଂ ଆଗାମୀ ଦିନରେ ସେମାନଙ୍କ ମଧ୍ୟରେ ଏହି ଉତ୍ସାହ ଯଦି ବଳବତ୍ତର ରହେ, ତେବେ ତାହା ଅଭିବୃଦ୍ଧିକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିବ। ସରକାର ଏପରି ସବୁ ନୀତି ନିର୍ଦ୍ଧାରଣ କରିପାରିବେ, ଯାହାଦ୍ୱାରା ଅଭିବୃଦ୍ଧି ତ୍ୱରାନ୍ବିତ ହେବ। ତେବେ ତାହା ସରକାରଙ୍କ ଦକ୍ଷତା ଉପରେ ନିର୍ଭର କରେ। ଭାରତର ଗୋଟିଏ ସମସ୍ୟା ହେଉଛି ସରକାର ଆଇନ କରୁଛନ୍ତି, କିନ୍ତୁ ତାହାକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକାରୀ କରିପାରୁ ନାହାନ୍ତି। ଗୋଟିଏ ଉଦାହରଣ ହେଉଛି ଆୟକର। ଅନ୍ୟ ମଧ୍ୟମ ଆୟବର୍ଗର ଦେଶଗୁଡ଼ିକ ତୁଳନାରେ ଭାରତରେ ଆୟକର ଦେଉଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌। କାରଣ ସରକାର ସେମାନଙ୍କୁ ଆୟକର ଦେବା ପାଇଁ ମନେଇପାରୁ ନାହାନ୍ତି ବା ବାଧ୍ୟ କରିପାରୁ ନାହାନ୍ତି। ଏହା ସୁଶାସନର ଲକ୍ଷଣ ନୁହେଁ। ଦ୍ୱିତୀୟ କାରକ ହେଉଛି ଜନସମାଜ ଓ ଏହାର ମେଧା। ଅର୍ଥନୀତି ବୃଦ୍ଧି ପାଇପାରିବ ଯଦି ଲୋକମାନେ ଅଧିକ ସଞ୍ଚୟ କରିବେ ଓ ନିବେଶ କରିବେ। ତା’ପରେ ବ୍ୟକ୍ତି ଓ କର୍ପୋରେଟମାନେ ନିଜର ସମ୍ପଦକୁ ବିନିଯୋଗ କରି ବିଭିନ୍ନ ଦ୍ରବ୍ୟ ଓ ସେବା ସୃଷ୍ଟି କରିବା ଦରକାର। ମଧ୍ୟବିତ୍ତବର୍ଗର ରକ୍ଷଣଶୀଳତା ଏଥିରେ ପ୍ରତିବନ୍ଧକ ସାଜୁଛି। ଭାରତର ମଧ୍ୟବିତ୍ତବର୍ଗ ଲକ୍ଷ୍ୟ ଓ ଉଚ୍ଚାଭିଳାଷକୁ ନେଇ ନିଜ ଜୀବନର ମାର୍ଗ ଆପଣାଇଥାନ୍ତି। ସେମାନେ ଉଚ୍ଚ ପଦବୀର ସରକାରୀ ବା କର୍ପୋରେଟ ଚାକିରି ବା ବାବୁଗିରିକୁ ପସନ୍ଦ କରିଥାନ୍ତି। ତା’ପରେ ସେମାନେ ଡାକ୍ତରୀ ବା ଇଞ୍ଜିନିୟରିଂକୁ ପସନ୍ଦ କରିଥାନ୍ତି, ତାହା ବି ନିଯୁକ୍ତିଭିତ୍ତିକ। ଏହାର ବିଭିନ୍ନ କାରଣ ବିଷୟରେ ଆମେ ତର୍ଜମା କରିବା ଉଚିତ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ତା’ ନ ହେଲେ ଆମେ କେବଳ ଜିଡିପି ଉପରେ ଗୁରୁତ୍ୱ ଦେବା ଏବଂ ସେଥିପାଇଁ କେବଳ ବର୍ତ୍ତମାନର ସରକାରଙ୍କୁ ଦାୟୀ କରିବା, ଯାହା ଠିକ୍‌ ନୁହେଁ।
ଆମ ରକ୍ଷଣଶୀଳତାର ଗୋଟିଏ କାରଣ ଜାତିବାଦ। ଆମେ ଯଦି ୧୦୦ଟି ବଡ଼ ଘରୋଇ କର୍ପୋରେଟ ସଂସ୍ଥା ବା ଆଧୁନିକ ସୂଚନା ପ୍ରଯୁକ୍ତି କମ୍ପାନୀକୁ ଦେଖିବା ତେବେ ସେଥିରେ ଅଧିକାଂଶ ଦୁଇ ବା ତିନୋଟି ଛୋଟ ସମ୍ପ୍ରଦାୟର ଲୋକ ହିଁ କାମ କରୁଛନ୍ତି, ଯେପରି ଅଗ୍ରଓ୍ବାଲ ବା ଗୁଜରାଟୀ ବଣିଆ। ଅନ୍ୟ ସବୁ ସମାନ ଥିବାବେଳେ ସେମାନେ ଅନ୍ୟମାନଙ୍କ ଅପେକ୍ଷା ପୁଞ୍ଜି ବୃଦ୍ଧି କରିବା ଓ ପରିଚାଳନା କରିବାରେ ଅଧିକ ଦକ୍ଷ ଥିବା ପରି ଜଣାପଡ଼ନ୍ତି। ସେମାନେ ପୁଞ୍ଜି ପରିଚାଳନାରେ ରିସ୍କ ନେବା ପାଇଁ ଅଭ୍ୟସ୍ତ ଯେଉଁଥିରେ ମେଧାର କିଛି ଭୂମିକା ନାହିଁ। ଚାଇନାରେ ଏ ସମସ୍ୟା ନାହିଁ। ଚାଇନାର ମୂଳ ସମ୍ପ୍ରଦାୟ ହେଉଛି ହାନ୍‌। ଏକା ହାନ୍‌ ସମ୍ପ୍ରଦାୟର ଚାଇନିଜ୍‌ମାନେ ଚାଇନା, ହଂକଂ, ସିଙ୍ଗାପୁର, ମାଲେସିଆ ବା ତାଇଓ୍ବାନରେ ଦେଖିବାକୁ ମିଳନ୍ତି। ତେଣୁ ସେମାନଙ୍କ ଔଦ୍ୟୋଗିକ ମେଧାର ଅଭାବ ନାହିଁ, ଯାହା ଆମ ଦେଶରେ ସୀମିତ। ଆମ ଦେଶର ଆର୍ଥିକ ଅଭିବୃଦ୍ଧି କିପରି ବଢ଼ିବ ଏବଂ କେଉଁ କାରଣରୁ ତାହା ବଢ଼ିପାରୁ ନାହିଁ, ତା’ ଉପରେ ଅଧିକ ବିଶ୍ଳେଷଣ କରାଯିବାର ଆବଶ୍ୟକତା ରହିଛି। କେବଳ ସରକାର ବା ତାଙ୍କ ନୀତିକୁ ଏଥିପାଇଁ ଦାୟୀ କରିବା ଠିକ୍‌ ନୁହେଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri