ଅବହେଳିତ ମା’ ତାରାଶୁଣୀଙ୍କ ପୀଠ

ପଦ୍ମପୁର, ୧୧।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ସାବରଙ୍ଗ ପଞ୍ଚାୟତ ଅଧୀନ ଆଟୋ ରାଜସ୍ବ ଗ୍ରାମର ଧନନ୍ତ୍ୱରୀ ନଦୀକୂଳରେ ଅବସ୍ଥିତ ମା’ ତାରାଶୁଣୀଙ୍କ ପୀଠ। ଜିଲାର ଏହି ପୁରାତନ ପୀଠ ଅବହେଳିତ ଅବସ୍ଥାରେ ରହିଛି। ମା’ଙ୍କ ମନ୍ଦିର ଅସମ୍ପୂର୍ଣ୍ଣ ହୋଇରହିଥିବା ବେଳେ ପ୍ରସାଦ ରୋଷେଇଶାଳ ନାହିଁ। ପାନୀୟ ଜଳର ସୁବିଧା ନ ଥିବାବେଳେ ଭକ୍ତମାନେ ଶୌଚ ହେବା ପାଇଁ ଶୌଚାଳୟ ମଧ୍ୟ ନାହିଁ। ସନ୍ଧ୍ୟା ହେଲେ ପୀଠ ଅନ୍ଧାରରେ ରହୁଛି। ଆଜି ପର୍ଯ୍ୟନ୍ତ ମନ୍ଦିର ବୈଦ୍ୟୁତିକରଣ ହୋଇପାରୁ ନାହିଁ। ମା’ଙ୍କ ତୋରଣ ଦ୍ୱାର ଏଯାଏ ହୋଇପାରି ନ ଥିବାବେଳେ ମନ୍ଦିରକୁ ପ୍ରବେଶ ରାସ୍ତା ଅଧା ତିଆରି ହୋଇ ପଡ଼ିରହିଛି। ଫଳରେ ଯାତାୟାତ ପାଇଁ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସଦର ବ୍ଲକଠାରୁ ୧୪ କି.ମି. ଦୂରରେ ରହିଛି ଏହି ପୀଠ। ଜିଲାର ସାବରଙ୍ଗ, ଗୋରାମାଟି, ତୋରଣପଦା, କ୍ଷୀରସାହି, ଆଟୋ, ବଣିଆ, ପଗଡ, ପଲ୍ଲୀ, ଚାପୁଣ୍ଡିଆ, କୋଦଣ୍ଡପୁର, ସାହାଡ଼ା, ଅଣ୍ଡରାଇ, ଧାମରା, ଚାନ୍ଦବାଲି, ବାସୁଦେବପୁର, ପଦ୍ମପୁର ଏବଂ ପଡ଼ୋଶୀ ଜିଲା କେନ୍ଦୁଝର, ଯାଜପୁର ଓ ବାଲେଶ୍ୱରରୁ ହଜାର ହଜାର ଭକ୍ତ ପ୍ରତ୍ୟହ ଏଠାକୁ ପୂଜାର୍ଚ୍ଚନା ପାଇଁ ଆସନ୍ତି। ମା’ଙ୍କ ପୀଠରେ ସବୁଦିନ ପୂଜା ହେଉଥିଲେ ମଧ୍ୟ ଶନିବାର ଓ ମଙ୍ଗଳବାର ଭକ୍ତଙ୍କ ସମାଗମ ଅଧିକ ହୋଇଥାଏ। ଉଲ୍ଲେଖନୀୟ ଯେ, ରାଜରାଜୁଡାଙ୍କର ଶାସନ ପରେ ଆରମ୍ଭ ହୋଇଥିଲା ଜମିଦାରୀ ପ୍ରଥା। କିମ୍ବଦନ୍ତୀ ଅନୁସାରେ ଅଞ୍ଚଳର ଜମିଦାର ମହାପାତ୍ର ବଂଶାନୁକ୍ରମିକ ଭାବେ ଅଞ୍ଚଳରେ କର ଖଜଣା ଆଦାୟ କରୁଥିଲେ। ପ୍ରାୟ ଦୁଇଶହ ବର୍ଷ ତଳେ ଉଆସଡିହ କୁହାଯାଇଥିବା ମା’ଙ୍କର ପୀଠ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ବିଷଧର ସର୍ପ, ବାଘ, ଭାଲୁ, ଝିଙ୍କ ଆଦି ଜଙ୍ଗଲରେ ବାସ କରୁଥିଲେ। ଜଙ୍ଗଲକୁ କାଟିବା ଅଞ୍ଚଳରେ ବାରଣ ଥିଲା। ଜଙ୍ଗଲ କାଟିଲେ ମା’ ତାରାଶୁଣୀଙ୍କର କୋପ ଦୃଷ୍ଟି ଭୟରେ କେହି ଜଙ୍ଗଲ କାଟୁ ନ ଥିଲେ। ଦିନେ ସ୍ଥାନୀୟ ଅଞ୍ଚଳର କେତେଜଣ କୁମ୍ଭାର ଗଛ କାଟିବାକୁ ଆସିଥିଲେ। ଜଣେ ଗଛ କାଟିବା ଆରମ୍ଭ କରିବାରୁ ମୂର୍ଚ୍ଛା ହୋଇ ତଳେ ପଡ଼ିଯାଇଥିଲେ। ପରେ ପରିବାର ଲୋକେ ମା’ଙ୍କ ପାଖରେ କ୍ଷମା ପ୍ରାର୍ଥନା ପୂର୍ବକ ପୂଜା କରିବାରୁ ମୂର୍ଚ୍ଛା ହୋଇପଡ଼ିଥିବା କୁମ୍ଭାର ଚେତା ଫେରିପାଇଥିଲେ। ସେବେଠାରୁ ଗ୍ରାମବାସୀଙ୍କ ଦ୍ୱାରା ମା’ଙ୍କ ପୂଜା ହୋଇଆସୁଛି। ଛଅ ଭାଗ ଶାସନର ଉମାପ୍ରସାଦ ମିଶ୍ରଙ୍କ ୩ ପୁରୁଷ ଧରି ମା’ଙ୍କ ପୂଜା କରି ଆସୁଛନ୍ତି। ସବୁଦିନ ମା’ଙ୍କ ପୂଜା ହେଉଥିବା ବେଳେ ବିଷୁବ ସଂକ୍ରାନ୍ତି ଦୁଇଦିନ ପୂର୍ବରୁ ଏଠାରେ ଘଟପୂଜା କରାଯାଏ। ସଂକ୍ରାନ୍ତି ଦିନ ହଜାର ହଜାର ଭକ୍ତ ମାନସିକ ପୂରଣ ନିମିତ୍ତ ପୀଠରେ ମାଟିଘୋଡା ବସାଇ ପୂଜା କରନ୍ତି। ମାନସିକଧାରୀ ପାଟୁଆମାନେ ମାସ ସାରା ନିରାମିଷ ଭୋଜନ କରି ଦେହରେ କଣ୍ଟା ଫୋଡ଼ାନ୍ତି।
ମା’ଙ୍କ ମନ୍ଦିର ପରିଚାଳନା ପାଇଁ ଗ୍ରାମର ଶୀତିକଣ୍ଠ ମଲ୍ଲିକ, ସୁଶାନ୍ତ ମହାକୁଡ, ପ୍ରଭାସୁ ମଲ୍ଲିକ, ରଥ ଭଞ୍ଜ, କମଳାକାନ୍ତ ଭଞ୍ଜ, ବଟକୃଷ୍ଣ ନାୟକ ଓ କୃପାସିନ୍ଧୁ ବାରିକଙ୍କୁ ନେଇ ଏକ ପରିଚାଳନା କମିଟି ଗଠିତ ହୋଇଛି। ହେଲେ ଏଯାଏ ମନ୍ଦିର କମିଟିକୁ କୌଣସି ସରକାରୀ ଅନୁଦାନ ମିଳିପାରି ନାହିଁ। କେବଳ ଭକ୍ତମାନଙ୍କ ସହାୟତା ଓ ସ୍ଥାନୀୟ କେତେକ ଲୋକଙ୍କ ବଦାନ୍ୟତା ରାଶିରେ ମନ୍ଦିରର ରକ୍ଷଣାବେକ୍ଷଣ କରାଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବିକାଶ ଦିଗରେ ପଦକ୍ଷେପ ନେବା ସହ ଏହାକୁ ଏକ ଐତିହ୍ୟ ପୀଠ ଭାବେ ମାନ୍ୟତା ଦିଆଯିବା ଲାଗି ସ୍ଥାନୀୟ ଜନସାଧାରଣ ଓ ପରିଚାଳନା କମିଟି ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଗୋଲକ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଭଦ୍ରକର ଏହା ଏକ ପୁରାତନ ପୀଠ। ଏହାର ଉନ୍ନତୀକରଣ ନେଇ ରାଜ୍ୟ ସଂସ୍କୃତି ବିଭାଗକୁ ପ୍ରସ୍ତାବ ପଠାଯିବା ଦିଗରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?