ଅବହେଳିତ ମା’ ତାରାଶୁଣୀଙ୍କ ପୀଠ

ପଦ୍ମପୁର, ୧୧।୧୦(ଡି.ଏନ.ଏ.)- ଭଦ୍ରକ ଜିଲା ସାବରଙ୍ଗ ପଞ୍ଚାୟତ ଅଧୀନ ଆଟୋ ରାଜସ୍ବ ଗ୍ରାମର ଧନନ୍ତ୍ୱରୀ ନଦୀକୂଳରେ ଅବସ୍ଥିତ ମା’ ତାରାଶୁଣୀଙ୍କ ପୀଠ। ଜିଲାର ଏହି ପୁରାତନ ପୀଠ ଅବହେଳିତ ଅବସ୍ଥାରେ ରହିଛି। ମା’ଙ୍କ ମନ୍ଦିର ଅସମ୍ପୂର୍ଣ୍ଣ ହୋଇରହିଥିବା ବେଳେ ପ୍ରସାଦ ରୋଷେଇଶାଳ ନାହିଁ। ପାନୀୟ ଜଳର ସୁବିଧା ନ ଥିବାବେଳେ ଭକ୍ତମାନେ ଶୌଚ ହେବା ପାଇଁ ଶୌଚାଳୟ ମଧ୍ୟ ନାହିଁ। ସନ୍ଧ୍ୟା ହେଲେ ପୀଠ ଅନ୍ଧାରରେ ରହୁଛି। ଆଜି ପର୍ଯ୍ୟନ୍ତ ମନ୍ଦିର ବୈଦ୍ୟୁତିକରଣ ହୋଇପାରୁ ନାହିଁ। ମା’ଙ୍କ ତୋରଣ ଦ୍ୱାର ଏଯାଏ ହୋଇପାରି ନ ଥିବାବେଳେ ମନ୍ଦିରକୁ ପ୍ରବେଶ ରାସ୍ତା ଅଧା ତିଆରି ହୋଇ ପଡ଼ିରହିଛି। ଫଳରେ ଯାତାୟାତ ପାଇଁ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସଦର ବ୍ଲକଠାରୁ ୧୪ କି.ମି. ଦୂରରେ ରହିଛି ଏହି ପୀଠ। ଜିଲାର ସାବରଙ୍ଗ, ଗୋରାମାଟି, ତୋରଣପଦା, କ୍ଷୀରସାହି, ଆଟୋ, ବଣିଆ, ପଗଡ, ପଲ୍ଲୀ, ଚାପୁଣ୍ଡିଆ, କୋଦଣ୍ଡପୁର, ସାହାଡ଼ା, ଅଣ୍ଡରାଇ, ଧାମରା, ଚାନ୍ଦବାଲି, ବାସୁଦେବପୁର, ପଦ୍ମପୁର ଏବଂ ପଡ଼ୋଶୀ ଜିଲା କେନ୍ଦୁଝର, ଯାଜପୁର ଓ ବାଲେଶ୍ୱରରୁ ହଜାର ହଜାର ଭକ୍ତ ପ୍ରତ୍ୟହ ଏଠାକୁ ପୂଜାର୍ଚ୍ଚନା ପାଇଁ ଆସନ୍ତି। ମା’ଙ୍କ ପୀଠରେ ସବୁଦିନ ପୂଜା ହେଉଥିଲେ ମଧ୍ୟ ଶନିବାର ଓ ମଙ୍ଗଳବାର ଭକ୍ତଙ୍କ ସମାଗମ ଅଧିକ ହୋଇଥାଏ। ଉଲ୍ଲେଖନୀୟ ଯେ, ରାଜରାଜୁଡାଙ୍କର ଶାସନ ପରେ ଆରମ୍ଭ ହୋଇଥିଲା ଜମିଦାରୀ ପ୍ରଥା। କିମ୍ବଦନ୍ତୀ ଅନୁସାରେ ଅଞ୍ଚଳର ଜମିଦାର ମହାପାତ୍ର ବଂଶାନୁକ୍ରମିକ ଭାବେ ଅଞ୍ଚଳରେ କର ଖଜଣା ଆଦାୟ କରୁଥିଲେ। ପ୍ରାୟ ଦୁଇଶହ ବର୍ଷ ତଳେ ଉଆସଡିହ କୁହାଯାଇଥିବା ମା’ଙ୍କର ପୀଠ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ବିଷଧର ସର୍ପ, ବାଘ, ଭାଲୁ, ଝିଙ୍କ ଆଦି ଜଙ୍ଗଲରେ ବାସ କରୁଥିଲେ। ଜଙ୍ଗଲକୁ କାଟିବା ଅଞ୍ଚଳରେ ବାରଣ ଥିଲା। ଜଙ୍ଗଲ କାଟିଲେ ମା’ ତାରାଶୁଣୀଙ୍କର କୋପ ଦୃଷ୍ଟି ଭୟରେ କେହି ଜଙ୍ଗଲ କାଟୁ ନ ଥିଲେ। ଦିନେ ସ୍ଥାନୀୟ ଅଞ୍ଚଳର କେତେଜଣ କୁମ୍ଭାର ଗଛ କାଟିବାକୁ ଆସିଥିଲେ। ଜଣେ ଗଛ କାଟିବା ଆରମ୍ଭ କରିବାରୁ ମୂର୍ଚ୍ଛା ହୋଇ ତଳେ ପଡ଼ିଯାଇଥିଲେ। ପରେ ପରିବାର ଲୋକେ ମା’ଙ୍କ ପାଖରେ କ୍ଷମା ପ୍ରାର୍ଥନା ପୂର୍ବକ ପୂଜା କରିବାରୁ ମୂର୍ଚ୍ଛା ହୋଇପଡ଼ିଥିବା କୁମ୍ଭାର ଚେତା ଫେରିପାଇଥିଲେ। ସେବେଠାରୁ ଗ୍ରାମବାସୀଙ୍କ ଦ୍ୱାରା ମା’ଙ୍କ ପୂଜା ହୋଇଆସୁଛି। ଛଅ ଭାଗ ଶାସନର ଉମାପ୍ରସାଦ ମିଶ୍ରଙ୍କ ୩ ପୁରୁଷ ଧରି ମା’ଙ୍କ ପୂଜା କରି ଆସୁଛନ୍ତି। ସବୁଦିନ ମା’ଙ୍କ ପୂଜା ହେଉଥିବା ବେଳେ ବିଷୁବ ସଂକ୍ରାନ୍ତି ଦୁଇଦିନ ପୂର୍ବରୁ ଏଠାରେ ଘଟପୂଜା କରାଯାଏ। ସଂକ୍ରାନ୍ତି ଦିନ ହଜାର ହଜାର ଭକ୍ତ ମାନସିକ ପୂରଣ ନିମିତ୍ତ ପୀଠରେ ମାଟିଘୋଡା ବସାଇ ପୂଜା କରନ୍ତି। ମାନସିକଧାରୀ ପାଟୁଆମାନେ ମାସ ସାରା ନିରାମିଷ ଭୋଜନ କରି ଦେହରେ କଣ୍ଟା ଫୋଡ଼ାନ୍ତି।
ମା’ଙ୍କ ମନ୍ଦିର ପରିଚାଳନା ପାଇଁ ଗ୍ରାମର ଶୀତିକଣ୍ଠ ମଲ୍ଲିକ, ସୁଶାନ୍ତ ମହାକୁଡ, ପ୍ରଭାସୁ ମଲ୍ଲିକ, ରଥ ଭଞ୍ଜ, କମଳାକାନ୍ତ ଭଞ୍ଜ, ବଟକୃଷ୍ଣ ନାୟକ ଓ କୃପାସିନ୍ଧୁ ବାରିକଙ୍କୁ ନେଇ ଏକ ପରିଚାଳନା କମିଟି ଗଠିତ ହୋଇଛି। ହେଲେ ଏଯାଏ ମନ୍ଦିର କମିଟିକୁ କୌଣସି ସରକାରୀ ଅନୁଦାନ ମିଳିପାରି ନାହିଁ। କେବଳ ଭକ୍ତମାନଙ୍କ ସହାୟତା ଓ ସ୍ଥାନୀୟ କେତେକ ଲୋକଙ୍କ ବଦାନ୍ୟତା ରାଶିରେ ମନ୍ଦିରର ରକ୍ଷଣାବେକ୍ଷଣ କରାଯାଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବିକାଶ ଦିଗରେ ପଦକ୍ଷେପ ନେବା ସହ ଏହାକୁ ଏକ ଐତିହ୍ୟ ପୀଠ ଭାବେ ମାନ୍ୟତା ଦିଆଯିବା ଲାଗି ସ୍ଥାନୀୟ ଜନସାଧାରଣ ଓ ପରିଚାଳନା କମିଟି ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ସଂସ୍କୃତି ଅଧିକାରୀ ଗୋଲକ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଭଦ୍ରକର ଏହା ଏକ ପୁରାତନ ପୀଠ। ଏହାର ଉନ୍ନତୀକରଣ ନେଇ ରାଜ୍ୟ ସଂସ୍କୃତି ବିଭାଗକୁ ପ୍ରସ୍ତାବ ପଠାଯିବା ଦିଗରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri