ଅପରେଶନ ପରେ ହରାଇଲେ ଦୃଷ୍ଟିଶକ୍ତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.)

ବେସରକାରୀ ଚିକିତ୍ସାଳୟର ଖାମଖିଆଲ ମନୋଭାବ ଯୋଗୁ ଜଣେ ବୃଦ୍ଧା ଆଖି ହରାଇଥିବା ଅଭିଯୋଗ ହୋଇଛି। କାମାକ୍ଷାନଗର ଏନ୍‌ଏସି ଅଧୀନ ବଡ଼ବିଲା ଗଁାର ଧଳା ପାତ୍ର (୮୦) ଏପରି ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ସୋମବାର ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ନ୍ୟାୟ ମାଗିଛନ୍ତି। ଅନ୍ୟପଟେ ରୋଗୀଙ୍କ ଅବହେଳା ପାଇଁ ଚକ୍ଷୁ ନଷ୍ଟ ହୋଇଯାଇଥିବା ସିଡିଏମ୍‌ଓ କହିଛନ୍ତି।
ଧଳାଙ୍କ କହିବା କଥା, ଗତ ଜାନୁୟାରୀ ୪ରେ ଢେଙ୍କାନାଳର ସର୍ବେଶ୍ୱର ମେମୋରିଆଲ ଚକ୍ଷୁ ଚିକିତ୍ସାଳୟର ଅଧିକାରୀମାନେ ବଡ଼ବିଲା ଗ୍ରାମରେ ପହଞ୍ଚତ୍ ପ୍ରମିଳା ପାତ୍ର (୫୨), ସୂର୍ଯ୍ୟ ପାତ୍ର (୬୦), ଧଳା ପାତ୍ର (୮୦) ଏବଂ ଦେବକୀ ପାତ୍ର (୪୮)ଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ। ବିଶେଷଜ୍ଞଙ୍କ ନିର୍ଦ୍ଦେଶ ଅନୁଯାୟୀ ୭ତାରିଖରେ ସମସ୍ତଙ୍କ ଆଖି ଅପରେଶନ ହୋଇଥିଲା। ୮ତାରିଖରେ ସମସ୍ତେ ଘରକୁ ଫେରିଥିଲେ। ହେଲେ ସେମାନଙ୍କୁ ଦେଖାଯାଇ ନ ଥିଲା। ସୂଚନା ପାଇ ଉପଖଣ୍ଡ ଚିକିତ୍ସାଧିକାର ଡା. ରତ୍ନାକର ସାମଲ ଚକ୍ଷୁ ବିଶେଷଜ୍ଞଙ୍କ ସହ ଗ୍ରାମରେ ପହଞ୍ଚତ୍ ଆବଶ୍ୟକ ଚିକିତ୍ସା କରାଇଥିଲେ। ଏହାପରେ ଅନ୍ୟ ୩ଜଣଙ୍କ ଦୃଷ୍ଟି ଶକ୍ତି ସ୍ବାଭାବିକ ହୋଇଯାଇଥିଲା। ହେଲେ ଧଳାଙ୍କ ଡାହାଣ ଆଖି ନଷ୍ଟ ହୋଇଗଲା। ଏହାପରେ ସେ କଟକ ଯାଇଥିଲେ, ଯେଉଁଠାରେ ତାଙ୍କ ଆଖିକୁ ବାହାର କରି ଦିଆଯାଇଥିବା ସେ କହିଛନ୍ତି। ଏବେ ତାଙ୍କର ଭୀଷଣ ମୁଣ୍ଡ ବିନ୍ଧା ହେଉଛି। ଗୋଟିଏ ଆଖି ସବୁଦିନ ପାଇଁ ହରାଇଥିବାରୁ ସେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଭେଟି ନ୍ୟାୟ ଦେବାକୁ ଦାବି କରିଛନ୍ତି। ଏ ନେଇ ଜିଲାପାଳ କୁହନ୍ତି, ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ। ଏହାପରେ ପୀଡ଼ିତା ବୃଦ୍ଧାଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।
ଏ ନେଇ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କୁହନ୍ତି, ଲୋକଙ୍କୁ ଆଖି ପରୀକ୍ଷା କରାଉଥିବା ଚକ୍ଷୁ ଚିକିତ୍ସାଳୟକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥାଏ। ଆଖି ଅପରେଶନ ପରେ ସମସ୍ୟା ହେବାରୁ ସମସ୍ତଙ୍କୁ କଟକ ଯିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ବୃଦ୍ଧା ଜଣକ ଯାଇ ନ ଥିଲେ। ସେ ଯିବାବେଳକୁ ବିଳମ୍ବ ହୋଇସାରିଥିଲା। ଆଖି ନଷ୍ଟ ହୋଇଯାଇଥିଲା। ତାଙ୍କ ବୟସ ଅଧିକ ହୋଇଯାଇଥିବାରୁ ଆଉ କିଛି କରିହେବନାହିଁ। ବୃଦ୍ଧାଙ୍କ ବାମ ଆଖିକୁ ଦେଖାଯାଉଛି। ଏହା ଯେପରି ସୁସ୍ଥ ରହିବ ସେହି ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

ରାଜ୍ୟରେ ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କଲେ ସମୀକ୍ଷା: ଛୁଟି ଦିନ ସତ୍ତ୍ୱେ…

ଭୁବନେଶ୍ୱର,୨୩।୫: ରାଜ୍ୟର ଆଇନ-ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରିଛନ୍ତି। ଛୁଟି ଦିନ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅଫିସକୁ ଆସି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri