Posted inଖେଳ

ଅନ୍‌ଲାଇନ୍‌ ଫିଟ୍‌ନେସ ଟେଷ୍ଟ କରୁଛି ପିସିବି

କରାଚୀ, ୨୧।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶ ଲକ୍‌ଡାଉନ୍‌ରେ ରହିଥିବାବେଳେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହାର କେନ୍ଦ୍ରୀୟ ଚୁକ୍ତିଭୁକ୍ତ ଖେଳାଳିଙ୍କ ଅନ୍‌ଲାଇନ୍‌ ଫିଟ୍‌ନେସ ଟେଷ୍ଟ ସୋମବାରଠାରୁ ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ହାରିସ୍‌ ସୋହେଲ, ହସନ ଅଲ୍ଲୀ, ମହମ୍ମଦ ଆବାସ, ଅସାଦ ସାଫିକ୍‌, ସର୍ଫରାଜ ଅହମ୍ମଦ, ଇମାଦ୍‌ ଓ୍ବାସିମ ଓ ଶାଦାବ ଖାନ୍‌ଙ୍କ ଫିଟ୍‌ନେସ୍‌ ଟେଷ୍ଟ ହୋଇଛି। ଅବଶିଷ୍ଟଙ୍କର ମଙ୍ଗଳବାର ହେବ। କ୍ରିକେଟ ବୋର୍ଡ ତରଫରୁ ଗତ ସପ୍ତାହରେ ଘରୋଇ ଖେଳାଳିଙ୍କର ମଧ୍ୟ ଫିଟ୍‌ନେସ୍‌ ଟେଷ୍ଟ ହୋଇଥିଲା। ଏହି ସମୟରେ ବ୍ୟାଟ୍ସମ୍ୟାନ ସୋହେବ ମାସୁଦ ଆଘାତପ୍ରାପ୍ତ ହୋଇଥିଲେ। ଅନ୍‌ଲାଇନ୍‌ ଟେଷ୍ଟର ଡିଜାଇନ୍‌ କରିଛନ୍ତି ଜାତୀୟ ଦଳର ଷ୍ଟ୍ରେନ୍ଥ୍‌ ଓ କଣ୍ଡିଶନିଂ କୋଚ୍‌ ୟାସିର ମଲିକ ଅନ୍‌ଲାଇନ୍‌ ଟେଷ୍ଟର ଡିଜାଇନ୍‌ କରିଛନ୍ତି। ସେ ଓ ମୁଖ୍ୟ କୋଚ୍‌ ଓ ଚୟନକର୍ତ୍ତା ମିସ୍‌ବା-ଉଲ୍‌ ହକ୍‌ଙ୍କ ତତ୍ତ୍ୱାବଧାନରେ ଅନ୍‌ଲାଇନ୍‌ ଫିଟ୍‌ନେସ ଟେଷ୍ଟ କାର୍ଯ୍ୟକ୍ରମ ଚାଲିଛି। ପାକିସ୍ତାନ କ୍ରିକେଟ ଦଳର ଆଗକୁ ହଲାଣ୍ଡ, ଆୟର୍ଲାଣ୍ଡ ଓ ଇଂଲଣ୍ଡ ଟୁର୍‌ କାର୍ଯ୍ୟକ୍ରମ ରହିଛି। ଇଂଲଣ୍ଡରେ ଦଳ ଟି୨୦, ଦିନିକିଆ ଓ ଟେଷ୍ଟ ସିରିଜ ଖେଳିବ। ବିଦେଶ ଟୁର୍‌ ଜୁଲାଇରେ ଆରମ୍ଭ ହେବ। ତେବେ କରୋନା ଭାଇରସ୍‌ ମହାମାରୀ ଯେପରି ଭାବେ ବ୍ୟାପିବାରେ ଲାଗିଛି ଅନିଶ୍ଚିତତା ସୃଷ୍ଟି ହୋଇଛି। ପାକିସ୍ତାନ ଟୁର୍‌କୁ କାର୍ଯ୍ୟକାରୀ କରାଯିବ ସମ୍ପର୍କରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ମେ ୧୫ରେ ନିଷ୍ପତ୍ତି ନେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ମେସିଙ୍କୁ ଜୋରଦାର ଝଟକା, ହାତରୁ ଖସିଗଲା ଗୋଲ୍ଡେନ ବୁଟ !

ନ୍ୟୁୟର୍କ,୧୯ା୭: ଆଜି ସ୍ପେନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଫିଫା ବିଶ୍ୱକପ 2026 ଫାଇନାଲ ମୁକାବିଲା ପୂର୍ବରୁ, ଲିଓନେଲ ମେସିଙ୍କୁ ଏକ ଝଟକା ଲାଗିଛି। ସେ…

ଫିଫା ବିଶ୍ୱକପ୍‌ ଫାଇନାଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ ଅବିସ୍ମରଣୀୟ, ଯୋଗଦେବେ ନାମିଦାମି

ନ୍ୟୁୟର୍କ,୧୮।୭: ଫିଫା ବିଶ୍ୱକପ୍‌ ୨୦୨୬ର ଉଦ୍‌ଯାପନୀ ଉତ୍ସବକୁ ଯେପରି ଅବିସ୍ମରଣୀୟ କରାଯାଇପାରିବ ସେଥିପାଇଁ ଆୟୋଜକଙ୍କ ପକ୍ଷରୁ ସବୁମତେ ଉଦ୍ୟମ କରାଯାଇଛି। ରବିବାର ଆର୍ଜେଣ୍ଟିନା ବନାମ ସ୍ପେନ୍‌ ଫାଇନାଲ…

2026 ବିଶ୍ୱକପରେ ଗୋଲଡେନ ବୁଟ ପୁରସ୍କାରରୁ ବଞ୍ଚିତ ହୋଇପାରନ୍ତି Lionel Messi, ଜାଣନ୍ତୁ କାହିଁକି

ଟରଣ୍ଟୋ,୧୮।୭: ଲିଓନେଲ ମେସି ଏବଂ କିଲିଆନ ଏମବାପ୍ପେ 2026 ଫିଫା ବିଶ୍ୱକପରେ ମିଳିତ ଭାବରେ ସର୍ବାଧିକ ଗୋଲ ସ୍କୋରର; ଉଭୟ 8 ଗୋଲ କରିଛନ୍ତି। ଫ୍ରାନ୍ସ ଟାଇଟଲ…

ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲିଙ୍କୁ ନେଇ ଏମିତି କହିଲା ପାକିସ୍ତାନ, କଡ଼ମଡ଼ ହେଲେଣି ପ୍ରଶଂସକ

ନୂଆଦିଲ୍ଲୀ,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଚାଲିଛି। କାର୍ଡିଫରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ ସମୟରେ, ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ…

IND vs ENG 3rd ODI Playing-11: ଫେରିବେ କେଏଲ ରାହୁଲ, କୁଲଦୀପ ଯାଦବ, ଆଉଟ ହେବେ ଏହି ଦୁଇ ଖେଳାଳି!

ନୂଆଦିଲ୍ଲୀ,୧୮।୭: ରବିବାର ଲର୍ଡସରେ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଏବଂ ଅନ୍ତିମ ଦିନିକିଆ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ସିରିଜ ବର୍ତ୍ତମାନ…

ଅବସର ନେବେ କି ରୋହିତ ଶର୍ମା: BCCI ଦେଲା ବଡ଼ ବୟାନ

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଲର୍ଡସ ଦିନିକିଆ ପରେ ଅନ୍ତର୍ଜୀତୀୟ କ୍ରିକେଟରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିସିସିଆଇ…

ବିଶ୍ୱକପ ଜିତିଲେ ମିଳିବ ଦୁଇଗୁଣା ପୁରସ୍କାର: ପ୍ରଥମ ଥର ପାଇଁ ବିଜେତାଙ୍କୁ ମେଡାଲ ସହ ମିଳିବ…

ନ୍ୟୁୟର୍କ,୧୮ା୭ ଫିଫା ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ଚଳିତ ସଂସ୍କରଣର ବିଶ୍ୱ ଚାମ୍ପିୟନ ଦଳର ସମସ୍ତ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ସ୍ବତନ୍ତ୍ର ସ୍ମାରକୀ ମୁଦି ପ୍ରଦାନ…

କେବଳ ରୋହିତ ଶର୍ମା ନୁହନ୍ତି, ଟିମ ଇଣ୍ଡିଆର ଏହି ୬ ଷ୍ଟାର୍‌ ଖେଳାଳି କ୍ରିକେଟକୁ କହିପାରନ୍ତି ଅଲବିଦା! ଲିଷ୍ଟରେ…

ମୁମ୍ବାଇ,୧୮।୭: ଭାରତୀୟ କ୍ରିକେଟରେ ଏବେ ପରିବର୍ତ୍ତନର ପ୍ରକ୍ରିୟା ଖୁବ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଟି-୨୦ ଅନ୍ତର୍ଜାତୀୟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ସନ୍ନ୍ୟାସ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri