ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ସୁଜାତା ପ୍ରଧାନ : ନିଜେ ଗଢ଼ିଛନ୍ତି ନିଜ ପରିଚୟ

ବନ୍ତଳା,୨ା୬- ସାତ ଭଉଣୀଭାଇଙ୍କ ମଧ୍ୟରୁ ସେ ହେଉଛନ୍ତି ପାଞ୍ଚ ନମ୍ବର। ଘର ବି ନିପଟ ମଫସଲି ଜଙ୍ଗଲ ଅଧ୍ୟୁଷିତ ଏକ ଗଁ। ରେ। ହେଲେ ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ସେ ଅନୁଗୋଳ ସହରରେ ପାଇପାରିଛନ୍ତି ପ୍ରତିଷ୍ଠା। ନିଜ ପରିଚୟ ଗଢ଼ିଛନ୍ତି ନିଜେ। ସହରରେ କରିଥିବା ଏକ ଟେଲର ଦୋକାନରୁ ଭଲ ଆୟ କରୁଥିବା ବେଳେ ଗଁାରେ ଦୁଇଟି କୁକୁଡ଼ା ଫାର୍ମ ତାଙ୍କୁ ଦେଇଛି ସଫଳ କୁକୁଡ଼ା ଚାଷୀର ପରିଚୟ। ଏଥିପାଇଁ ତାଙ୍କୁ ଜିଲାସ୍ତରୀୟ ପୁରସ୍କାର ମଧ୍ୟ ମିଳିସାରିଛି।
ଆତ୍ମନିର୍ଭରଶୀଳ ହେବାକୁ ଚାହଁୁଥିବା ମହିଳାମାନଙ୍କ ପାଇଁ ଉଦାହରଣ ସାଜିଥିବା ଏହି ମହିଳା ହେଲେ ଅନୁଗୋଳ ଜିଲା ବନ୍ତଳା ବଡକନ୍ତକୁଳ ପଞ୍ଚାୟତ ନୂଆଖେତାର ସୁଜାତା ପ୍ରଧାନ(୪୧)। ହେମନ୍ତ କୁମାର ପ୍ରଧାନଙ୍କ ପାଞ୍ଚ ନମ୍ବର ଝିଅ ସୁଜାତା ପାଠପଢ଼ିବା ବେଳୁ ହିଁ ନିଜ ଗୋଡ଼ରେ ଛିଡା ହେବାକୁ ଯୋଜନା କରିଥିଲେ। ୧୯୯୭ରେ ସେ ବନ୍ତଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ସେହି ସମୟରେ ଅନୁଗୋଳ ବ୍ଲକ ତରଫରୁ ଖିଣ୍ଡାଠାରେ ଟେଲରିଂ ତାଲିମ ଦିଆଯାଉଥିଲା। ସୁଜାତା ମଧ୍ୟ ସେଥିରେ ଯୋଗଦେଇ ତାଲିମ ନେଇଥିଲେ। ୨୦୦୪ରେ ପ୍ରଶାସନ ପକ୍ଷରୁ ଏକ ଏନ୍‌ଜିଓରେ ତାଙ୍କୁ ଟେଲରିଂ ଟ୍ରେନିଂ ମାଷ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା। କିଛି ବର୍ଷ କାମ କରିବା ପରେ ସେ ଗଁାରେ କୁକୁଡ଼ା ଫାର୍ମ କରିବାକୁ ଇଚ୍ଛା କଲେ। ୨୦୦୯ରେ ଖିଣ୍ଡା ଗ୍ରାମ୍ୟ ବ୍ୟାଙ୍କରୁ ସବ୍‌ସିଡରେ ୯୮ ହଜାର ଟଙ୍କା ଋଣ ନେଇ ଗାଁରେ କୁକୁଡ଼ା ଫାର୍ମଟିଏ କଲେ। ସେଥିରୁ ଲାଭ ମିଳିବା ପରେ ଉକ୍ତ ଋଣ ପରିଶୋଧ କରି ୨୦୧୨ରେ ତୁରଙ୍ଗ ୟୁନିୟନ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଋଣ ଆଣି ଆଉ ଏକ କୁକୁଡ଼ା ଫାର୍ମ କଲେ। ସୁଜାତାଙ୍କ ଏହି ସଫଳତା ପାଇଁ କୃଷି ବିଭାଗ ପକ୍ଷରୁ ତାଙ୍କୁ ଜିଲାସ୍ତରୀୟ ଶ୍ରେଷ୍ଠ ଚାଷୀ ଭାବେ ପୁରସ୍କୃତ କରାଯାଇଥିଲା। ହେଲେ ଏତିକିରେ ସେ ଅଟକି ଯାଇ ନ ଥିଲେ। ୨୦୧୩ରେ ଏନ୍‌ଜିଓ ଛାଡି ନିଜେ ଅନୁଗୋଳ ସହରରେ ଏକ ଟେଲରିଂ ଦୋକାନ ଖୋଲିଲେ। ନିଜେ ମାଷ୍ଟର ହୋଇଥିବା ବେଳେ ଆଉ କେତେଜଣ ଝିଅଙ୍କୁ ରଖି କାମ ଶିଖାଇଲେ। ଭଲ କାମ ଜାଣିଥିବାରୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଗ୍ରାହକଙ୍କ ନିକଟରେ ସେ ସ୍ବତନ୍ତ୍ର ଭାବେ ପରିଚିତ ହୋଇପାରିଲେ। ଏବେ ତାଙ୍କ ଦୋକାନକୁ ଅଧିକ ଗ୍ରାହକ ଆସୁଛନ୍ତି। ସବୁ ଖର୍ଚ୍ଚ ଯାଇ ମାସିକ ୨୦ ହଜାରରୁ ଅଧିକ ଆୟ ସେ କେବଳ ଟେଲରିଂ ଦୋକାନରୁ କରିପାରୁଛନ୍ତି। ନିଜ ପାଇଁ କିଛି ଟଙ୍କା ସଞ୍ଚୟ କରିବା ସହିତ ସହରରେ ଏକ ଜାଗା କିଣି ସେଥିରେ ଯୁବତୀମାନଙ୍କୁ ସିଲେଇ ତାଲିମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାହା ଉପରେ ବୋଝ ହୋଇ ରହିବା ଅପେକ୍ଷା ନିଜ ଗୋଡ଼ରେ ଠିଆ ହୋଇ ଖୁସିରେ ଅଛନ୍ତି ବୋଲି ସୁଜାତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri