ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ସୁଜାତା ପ୍ରଧାନ : ନିଜେ ଗଢ଼ିଛନ୍ତି ନିଜ ପରିଚୟ

ବନ୍ତଳା,୨ା୬- ସାତ ଭଉଣୀଭାଇଙ୍କ ମଧ୍ୟରୁ ସେ ହେଉଛନ୍ତି ପାଞ୍ଚ ନମ୍ବର। ଘର ବି ନିପଟ ମଫସଲି ଜଙ୍ଗଲ ଅଧ୍ୟୁଷିତ ଏକ ଗଁ। ରେ। ହେଲେ ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ସେ ଅନୁଗୋଳ ସହରରେ ପାଇପାରିଛନ୍ତି ପ୍ରତିଷ୍ଠା। ନିଜ ପରିଚୟ ଗଢ଼ିଛନ୍ତି ନିଜେ। ସହରରେ କରିଥିବା ଏକ ଟେଲର ଦୋକାନରୁ ଭଲ ଆୟ କରୁଥିବା ବେଳେ ଗଁାରେ ଦୁଇଟି କୁକୁଡ଼ା ଫାର୍ମ ତାଙ୍କୁ ଦେଇଛି ସଫଳ କୁକୁଡ଼ା ଚାଷୀର ପରିଚୟ। ଏଥିପାଇଁ ତାଙ୍କୁ ଜିଲାସ୍ତରୀୟ ପୁରସ୍କାର ମଧ୍ୟ ମିଳିସାରିଛି।
ଆତ୍ମନିର୍ଭରଶୀଳ ହେବାକୁ ଚାହଁୁଥିବା ମହିଳାମାନଙ୍କ ପାଇଁ ଉଦାହରଣ ସାଜିଥିବା ଏହି ମହିଳା ହେଲେ ଅନୁଗୋଳ ଜିଲା ବନ୍ତଳା ବଡକନ୍ତକୁଳ ପଞ୍ଚାୟତ ନୂଆଖେତାର ସୁଜାତା ପ୍ରଧାନ(୪୧)। ହେମନ୍ତ କୁମାର ପ୍ରଧାନଙ୍କ ପାଞ୍ଚ ନମ୍ବର ଝିଅ ସୁଜାତା ପାଠପଢ଼ିବା ବେଳୁ ହିଁ ନିଜ ଗୋଡ଼ରେ ଛିଡା ହେବାକୁ ଯୋଜନା କରିଥିଲେ। ୧୯୯୭ରେ ସେ ବନ୍ତଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ସେହି ସମୟରେ ଅନୁଗୋଳ ବ୍ଲକ ତରଫରୁ ଖିଣ୍ଡାଠାରେ ଟେଲରିଂ ତାଲିମ ଦିଆଯାଉଥିଲା। ସୁଜାତା ମଧ୍ୟ ସେଥିରେ ଯୋଗଦେଇ ତାଲିମ ନେଇଥିଲେ। ୨୦୦୪ରେ ପ୍ରଶାସନ ପକ୍ଷରୁ ଏକ ଏନ୍‌ଜିଓରେ ତାଙ୍କୁ ଟେଲରିଂ ଟ୍ରେନିଂ ମାଷ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା। କିଛି ବର୍ଷ କାମ କରିବା ପରେ ସେ ଗଁାରେ କୁକୁଡ଼ା ଫାର୍ମ କରିବାକୁ ଇଚ୍ଛା କଲେ। ୨୦୦୯ରେ ଖିଣ୍ଡା ଗ୍ରାମ୍ୟ ବ୍ୟାଙ୍କରୁ ସବ୍‌ସିଡରେ ୯୮ ହଜାର ଟଙ୍କା ଋଣ ନେଇ ଗାଁରେ କୁକୁଡ଼ା ଫାର୍ମଟିଏ କଲେ। ସେଥିରୁ ଲାଭ ମିଳିବା ପରେ ଉକ୍ତ ଋଣ ପରିଶୋଧ କରି ୨୦୧୨ରେ ତୁରଙ୍ଗ ୟୁନିୟନ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଋଣ ଆଣି ଆଉ ଏକ କୁକୁଡ଼ା ଫାର୍ମ କଲେ। ସୁଜାତାଙ୍କ ଏହି ସଫଳତା ପାଇଁ କୃଷି ବିଭାଗ ପକ୍ଷରୁ ତାଙ୍କୁ ଜିଲାସ୍ତରୀୟ ଶ୍ରେଷ୍ଠ ଚାଷୀ ଭାବେ ପୁରସ୍କୃତ କରାଯାଇଥିଲା। ହେଲେ ଏତିକିରେ ସେ ଅଟକି ଯାଇ ନ ଥିଲେ। ୨୦୧୩ରେ ଏନ୍‌ଜିଓ ଛାଡି ନିଜେ ଅନୁଗୋଳ ସହରରେ ଏକ ଟେଲରିଂ ଦୋକାନ ଖୋଲିଲେ। ନିଜେ ମାଷ୍ଟର ହୋଇଥିବା ବେଳେ ଆଉ କେତେଜଣ ଝିଅଙ୍କୁ ରଖି କାମ ଶିଖାଇଲେ। ଭଲ କାମ ଜାଣିଥିବାରୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଗ୍ରାହକଙ୍କ ନିକଟରେ ସେ ସ୍ବତନ୍ତ୍ର ଭାବେ ପରିଚିତ ହୋଇପାରିଲେ। ଏବେ ତାଙ୍କ ଦୋକାନକୁ ଅଧିକ ଗ୍ରାହକ ଆସୁଛନ୍ତି। ସବୁ ଖର୍ଚ୍ଚ ଯାଇ ମାସିକ ୨୦ ହଜାରରୁ ଅଧିକ ଆୟ ସେ କେବଳ ଟେଲରିଂ ଦୋକାନରୁ କରିପାରୁଛନ୍ତି। ନିଜ ପାଇଁ କିଛି ଟଙ୍କା ସଞ୍ଚୟ କରିବା ସହିତ ସହରରେ ଏକ ଜାଗା କିଣି ସେଥିରେ ଯୁବତୀମାନଙ୍କୁ ସିଲେଇ ତାଲିମ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କାହା ଉପରେ ବୋଝ ହୋଇ ରହିବା ଅପେକ୍ଷା ନିଜ ଗୋଡ଼ରେ ଠିଆ ହୋଇ ଖୁସିରେ ଅଛନ୍ତି ବୋଲି ସୁଜାତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri