ଅନ୍ଧବିଶ୍ୱାସ ଓ ଚକରା ମଉସା

ସୁଧାକର ଦାସ
ଅନ୍ଧବିଶ୍ୱାସ କ’ଣ ଏକ ପ୍ରଥା? ଏହା ସହିତ ଆମ ସାମାଜିକ ଓ ଅର୍ଥନୈତିକ ଜୀବନର କ’ଣ କିଛି ସମ୍ପର୍କ ନାହିଁ? ହତାଶା ଓ ନୈରାଶ୍ୟ ଏହାର ଅନ୍ୟତମ କାରଣ ହୋଇପାରେ। ଛୋଟିଆ କଥାଟିଏ କହୁଛି- କିଛି ଦିନ ତଳେ ମୋ ପତ୍ନୀର ଡାହାଣ ହାତ ପାପୁଲିରେ ଅଚାନକ କିଛି ଛୋଟ ଛୋଟ ଫୋଟକା ବାହାରିଲା। ଆଙ୍ଗୁଠିର ଗଣ୍ଠିରୁ ଆରମ୍ଭକରି କାନ୍ଧ ପର୍ଯ୍ୟନ୍ତ ଭୀଷଣ ଯନ୍ତ୍ରଣା। ପ୍ରଥମେ ମୁଁ ଜଣେ ଚର୍ମରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କଲି। ପାଞ୍ଚ ଛ’ ପ୍ରକାରର ରକ୍ତ ପରୀକ୍ଷା କରେଇ ମେଡିସିନ ଆଣିଲି। ମେଡିସିନ ଖାଇବା ଆଉ ମଲମ ଲଗେଇବାର ୧୦ ଦିନ ପର୍ଯ୍ୟନ୍ତ କିଛି ବି ସୁଫଳ ମିଳିଲାନି। ମୋ ବିବ୍ରତ ପତ୍ନୀକୁ ମୁଁ ଯେତେ ବୁଝେଇଲେ ବି ମୋର ସାନ୍ତ୍ୱନା ଯେ ମିଛ ଏକଥା ପ୍ରମାଣିତ କରୁଥିଲେ ଦିନକୁ ଦିନ ବାହାରୁଥିବା ନୂଆ ଫୋଟକାମାନେ। ତା’ପରେ ପତ୍ନୀକୁ ନେଇ ଦେଖେଇଲି ଜଣେ ଭେଷଜ ବିଶେଷଜ୍ଞଙ୍କୁ। ପ୍ରଥମେ ତ ଡାକ୍ତର ଆଶ୍ଚର୍ଯ୍ୟ ହେଇଗଲେ। ନିଜ ମୋବାଇଲରେ ମୋ ପତ୍ନୀଙ୍କ ହାତର ଦୁଇ ଚାରିଟା ଫଟୋ ବି ଉଠେଇନେଲେ। ପରାମର୍ଶ ଦେଲେ, ତିନି ଚାରିଟା ରକ୍ତ ପରୀକ୍ଷା କର। ଆଉ ଗୋଟିଏ ଫୋଟକାରୁ ଅଳ୍ପ ଟିକେ ମାଂସ କାଟି ନେଇ ବାୟୋପ୍ସି ପାଇଁ ପଠେଇଦିଅ। ମୁଁ ଡାକ୍ତରଙ୍କ ଚାମ୍ବର୍‌ରୁ ବାହାରିଲା ବେଳକୁ ମୋ ପତ୍ନୀ ଯାଇ ଠିଆ ହେଲାଣି ଗାଡି ପାଖରେ। ମୁଁ ପଚାରିବାରୁ ମୋତେ କହିଲା, ମୋର ଏସବୁ ଟେଷ୍ଟ କିଛି କରେଇବା ଦରକାର ନାହିଁ। ତମେ ଚାଲିଲ ଘରକୁ ଯିବା। ମୋ ମୁଣ୍ଡରେ କିଛି ପଶୁ ନ ଥିଲା। ମୁଁ ନିର୍ବାକ୍‌ ହୋଇ ଗାଡିରେ ବସିଲି। ପରଦିନ ଆମର ଜଣେ ଦୂର ସମ୍ପର୍କୀୟ, ଯିଏ ହସ୍ପିଟାଲରେ ଜଣେ ଫାର୍ମାସିଷ୍ଟ କାମ କରନ୍ତି, ତାଙ୍କୁ ପଚାରିଲି। ସେ ଆଉ ଜଣେ ପ୍ରସିଦ୍ଧ ଭେଷଜ ବିଶେଷଜ୍ଞଙ୍କ ନାଁ କହିଲେ। ପରଦିନ ପତ୍ନୀକୁ ନେଇ ତାଙ୍କ କ୍ଲିନିକ୍‌ରେ ପହଞ୍ଚିଲି। ଦେଖିଲି ସେ ପ୍ରସିଦ୍ଧ ଡାକ୍ତର ପ୍ରଥମରୁ କାହାକୁ ଦେଖନ୍ତି ନାହିଁ। ସାର୍‌ଙ୍କର ଜଣେ ସହଯୋଗୀ ଡାକ୍ତର ଅଛନ୍ତି। ପ୍ରଥମେ ସେ ଦେଖିବେ, ପରୀକ୍ଷାନିରୀକ୍ଷା କରେଇବେ। ତାଙ୍କ ମେଡିସିନରେ ଯଦି ନ କମିଲା ତେବେ ଯାଇ ବଡ ସାର୍‌ ଦେଖିବେ। ସାନ ସାର୍‌ ବି ପତ୍ନୀର ହାତକୁ ଦେଖି ଆହୁରି ୪/୫ ପ୍ରକାର ବ୍ଲଡ୍‌ ଟେଷ୍ଟ କରିବାକୁ କହିଲେ। ଦୁଇ ଦିନ ପରେ ରିପୋର୍ଟ ନେଇ ଦେଖେଇଲି। ସେ କହିଲେ, ସବୁକିଛି ତ ନର୍ମାଲ। ଆପଣ ଟିକେ କାଲି ଆସନ୍ତୁ ବଡ ସାର୍‌ଙ୍କୁ ଦେଖେଇବା। ପରଦିନ ସକାଳୁ ସ୍ବାମୀସ୍ତ୍ରୀ ଦୁହେଁ ବଡ ସାର୍‌ଙ୍କ ପାଖରେ ପହଞ୍ଚିଲୁ। ସେ ସବୁ କାଗଜ ଗୋଟି ଗୋଟି କରି ଦେଖିଲେ। କହିଲେ ଆପଣ ଗୋଟିଏ କାମ କରନ୍ତୁ , ହେମାଟୋଲୋଜିରେ ଅମୁକ ଡାକ୍ତରଙ୍କୁ ଦେଖାନ୍ତୁ। ଏଇଟା ତାଙ୍କ ପାଠର କଥା, ମୋର ନୁହଁ।
ଯେତେ ଦିନ ଗଡୁଥାଏ, ଯେତେ ଡାକ୍ତରଙ୍କ ସଂଖ୍ୟା ବଢୁଥାଏ, ଯେତେ ହାତରେ ଥିବା କାଗଜପତ୍ରର ସଂଖ୍ୟା ବଢୁଥାଏ ସେତିକି ଆଶଙ୍କା ଓ ଉଦ୍‌ବିଗ୍ନତା ଆମ ସ୍ବାମୀସ୍ତ୍ରୀଙ୍କ ଭିତରେ ବଢୁଥାଏ। କିନ୍ତୁ କିଛି ଉପାୟ ନ ଥାଏ। ଡାକ୍ତରଙ୍କ ବାରି ଅନୁସାରେ ଅପେକ୍ଷା କରି ଚାରି ଦିନ ପରେ ତାଙ୍କ ପାଖରେ ପହଞ୍ଚିଲି। ସବୁ କାଗଜପତ୍ର ଦେଖି ପରୀକ୍ଷା ନିରୀକ୍ଷା କରି ସେ ବି କହିଲେ ଆଉ ୨/୩ଟା ବ୍ଲଡ୍‌ ଟେଷ୍ଟ କରେଇ ୟା ପର ବାରିରେ ତାଙ୍କୁ ଦେଖେଇବା ପାଇଁ। ୟା’ ଭିତରେ ରକ୍ତ ପରୀକ୍ଷାରେ ଢେର୍‌ ପଇସା ଖର୍ଚ୍ଚ ହେଇସାରିଥିଲା। ମୋର ଏବେ ପଇସା ଅପେକ୍ଷା ନଷ୍ଟ ହେଉଥିବା ସମୟ ଆଉ ଧରା ପଡୁ ନ ଥିବା ରୋଗକୁ ନେଇ ଆତଙ୍କ ଓ ନୈରାଶ୍ୟ ବଢୁଥିଲା। ଡାକ୍ତରଙ୍କ ଆଉଟଡୋର୍‌ ପାଳି ଦିନ ସେ କହିଥିବା ବ୍ଲଡ୍‌ ଟେଷ୍ଟ ରିପୋର୍ଟ ଆଉ ଅନ୍ୟାନ୍ୟ ରିପୋର୍ଟ ନେଇ ତାଙ୍କୁ ଦେଖେଇଲୁ। ସବୁ ରିପୋର୍ଟ ଦେଖିସାରିବା ପରେ, ମୋ ପତ୍ନୀଙ୍କ ଆଡକୁ ଚାହିଁ ଡାକ୍ତର ପଚାରିଲେ ଆଉ କିଛି ମେଡିସିନ ଖାଉଛ କି ଏବେ? ମୋ ପତ୍ନୀ ଥାଇରଏଡ୍‌, ବିପି, ଯାହା ମେଡିସିନ ଖାଉଛି ସବୁ କହିଗଲା। ସବୁ ଶୁଣିସାରି ଡାକ୍ତର କହିଲେ ଅମୁକ ମେଡିସିନଟା ବନ୍ଦ କରିଦିଅ। ଏଇ ମେଡିସିନର ପାର୍ଶ୍ୱପ୍ରତିକ୍ରିୟାରୁ ଏମିତି ହେଉଛି। ଏଇ ଯୋଉଟା ମୁଁ ଲେଖୁଛି ସେଇଟା ମାସେ ଖାଇନବ, ସବୁ ଠିକ୍‌ ହେଇଯିବ, ଆସିବାକୁ ପଡିବନି।
ସେ ୩୦ଟା ବଟିକାର ଦାମ୍‌ ଥିଲା ୪୨ ଟଙ୍କା। ଆଉ ସେ ଔଷଧ ଖାଇବାର ୪୨ ଘଣ୍ଟା ନ ପୂରୁଣୁ ମୋ ପତ୍ନୀର ଆସ୍ତେ ଆସ୍ତେ ପୀଡା ଲାଘବ ହେବାକୁ ଲାଗିଲା। ସପ୍ତାହେ ବେଳକୁ ପ୍ରାୟ ସବୁକିଛି ଠିକ୍‌ଠାକ୍‌।
ମୋ କଥା ଶୁଣି ହୋ ହୋ ହେଇ ହସି ଉଠିଲା ମୋ ବାଲ୍ୟବନ୍ଧୁ ଦୀପକ। ଆମେ ଦୁହେଁ ଆମ ଗାଁ’ ଘର ବାରଣ୍ଡାରେ ବସି ଭଲମନ୍ଦ ଜୀବନ ବିଷୟରେ କଥା ହେଉଥିଲୁ। କିନ୍ତୁ ଆମ ପଛପଟୁ ଆମ ଘରର ପୁରୁଣା ଚାକର ଚକରା ମଉସାର ପାଟି ଶୁଣି ମୁଁ ଚମକି ପଡିଲି। ଚକରା ମଉସା କହୁଥିଲା- ଏବେ ବୁଝିଲେ ତ ବାବୁ ପିଲାଛୁଆଙ୍କର ଭଲମନ୍ଦ ହେଲେ ଆମେ କାହିଁକି ପାଦୁକ, ବିଭୂତି ବୋଳିପକାଉ। କାହିଁକି ଗୋଦରାଗୋଡିଆ ସନା ବାଆଜି ପାଖକୁ ଯାଉ। କାହିଁକି ଆମ ପିଲା ମାଇପଙ୍କ ହାତରେ, ବେକରେ, ଅଣ୍ଟାରେ ମାଳ ମାଳ ଡଉଁରିଆ ଝୁଲୁଥାଏ! ସତରେ, କାହିଁକି କେଜାଣି ମୋତେ ଜୀବନରେ ପ୍ରଥମ ଥର ଅପାଠୁଆ ଚକରା ମଉସାର କଥା ଭିତ୍ତିହୀନ ମନେହେଲାନି। ଡାକ୍ତରୀ ବିଦ୍ୟା, ପରୀକ୍ଷା ନିରୀକ୍ଷା- ଏସବୁକୁ ନେଇ ମୋର ନା କିଛି ଅଭିଯୋଗ ଅଛି ନା ଅଛି ଆପତ୍ତି। ମୋର କ୍ଷୋଭ ଓ ଚିନ୍ତା ତ ସେଇମାନଙ୍କ ଭାଗ୍ୟକୁ ନେଇ ଯୋଉମାନଙ୍କ ଭାଗ୍ୟରେ ରୋଗ ଅଛି, ହେଲେ ନା ଅଛି ସମୟ ନା ଅଛି ପଇସା।
ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri