ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ଅଭିଯୋଗ

କପ୍ତିପଦା,୧୩ା୬(ଡି.ଏନ.ଏ)- କପ୍ତିପଦା ବ୍ଲକ୍‌ରେ ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରକୃତ ହିତାଧିକାରୀ ଏହି କାର୍ଡ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଥିଲାବାଲା କାର୍ଡ ହାତେଇବାରେ ସଫଳ ହୋଇଛନ୍ତି । ଫଳରେ ବହୁ ବିଧବା, ଗରିବ ଓ ଅସହାୟ ଲୋକ ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। କେତେଜଣ ନିର୍ଦ୍ଦିଷ୍ଟ ଦଲାଲ ଧନୀକ ଶ୍ରେଣୀର ଲୋକଙ୍କଠାରୁ ଟଙ୍କା ଆଦାୟ କରି ଏହି କାର୍ଡ ପ୍ରଦାନରେ ସହାୟତା କରୁଥିବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର କପ୍ତିପଦା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ କପ୍ତିପଦା ବିଡିଓଙ୍କୁ ପ୍ରଦାନ କରାଯାଇଛି। ଏହାର ନକଲ ଜିଲା ଯୋଗାଣ ଅଧିକାରୀ, ଭିଜିଲାନ୍ସ ଡିଏସପି, ବାରିପଦା ଓ କପ୍ତିପଦା ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏହାର ବିଧିବଦ୍ଧ ତଦନ୍ତ କରାଯାଇ କାଯର୍‌ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଭିନ୍ନକ୍ଷମ ମଞ୍ଚ ଓ ଡିଏଲସି ସଦସ୍ୟମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କପ୍ତିପଦା ଯୋଗାଣ ଅଧିକାରୀ ଭାସ୍କର ବାରିକ୍‌ଙ୍କୁ ପଚାରିବାରୁ ୩୦ଟା ପାଖାପାଖି ରାଶନକାର୍ଡ ଧରି ସେମାନେ ମୋ ପାଖକୁ ଆସି ଏ ସବୁକୁ ଅନ୍ତ୍ୟୋଦୟ କାର୍ଡ କରିବାକୁ କହିଥିଲେ। ଟାର୍ଗେଟ ଆସିଲେ ଏସବୁକୁ ପଞ୍ଚାୟତସ୍ତରରେ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମୁଁ ସେମାନଙ୍କୁ କହିଥିଲି ା ମାତ୍ର ସେମାନେ ଗାଳିଗୁଲଜ କରିବା ସହିତ ମୋତେ ଧମକ ଦେଇଥିଲେ। ଏ ନେଇ ମୁଁ ଥାନାରେ ଅଭିଯୋଗ କରିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri