Posted inଖେଳ

ଅନ୍ତିମ ଦିବସରେ ଖେଳିପାରିଲେନି: ସ୍ମିଥ୍‌ ଟେଷ୍ଟ ଇତିହାସରେ ମାର୍ନସ ପ୍ରଥମ ବଦଳ ଖେଳାଳି

ଲଣ୍ଡନ, ୧୯ା୮(ଏଏଫ୍‌ପି)- ସ୍ଥାନୀୟ ଲଡର୍‌ସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ଆଶେସ ସିରିଜର ୨ୟ ଟେଷ୍ଟ ମ୍ୟାଚ୍‌ର ୫ମ ଦିନ ଖେଳରୁ ବରିଷ୍ଠ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ବାଦ୍‌ ଦିଆଯାଇଛି। ଶନିବାର ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୮୦ ରନ କରି ବ୍ୟାଟିଂ କରୁଥିବାବେଳେ ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ସ୍ମିଥ୍‌ଙ୍କ ବେକରେ ବାଜିଥିଲା ଏବଂ ସେ ମସ୍ତିଷ୍କରେ ଗୁରୁତର ଆଘାତ ପାଇ ପଡ଼ିଆ ଛାଡ଼ିଥିଲେ। ତେବେ ପରେ ପ୍ରତ୍ୟାବର୍ତ୍ତନ କରି ସ୍ମିଥ୍‌ ୯୨ ରନ କରି ଆଉଟ୍‌ ହୋଇଥିଲେ। କିନ୍ତୁ ରବିବାର ମ୍ୟାଚ୍‌ର ଅନ୍ତିମ ଦିବସର ପୁରା ଖେଳରୁ ତାଙ୍କୁ ବାଦ୍‌ ଦିଆଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଜଣାପଡ଼ିଛି। ‘ଗତକାଲି ରାତିରୁ ମେଡିକାଲ ଷ୍ଟାଫ୍‌ଙ୍କ ଦ୍ୱାରା ସ୍ମିଥ୍‌ଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ଶୋଇକି ଉଠିବା ପରେ ରବିବାର ସେ ରିପୋର୍ଟ କରିଛନ୍ତି। ସ୍ମିଥ୍‌ଙ୍କ ମୁଣ୍ଡ ବିନ୍ଧା ହେଉଥିବା ସହ ଦୁର୍ବଳ ଅନୁଭବ କରୁଛନ୍ତି’ ବୋଲି ଅଷ୍ଟ୍ରେଲିଆ ଟିମ୍‌ର ମୁଖପାତ୍ର କହିଛନ୍ତି। ନୂତନ କରି ଆରମ୍ଭ ହୋଇଥିବା ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌ ଅଂଶବିଶେଷ ସ୍ବରୂପ ଏହି ଟେଷ୍ଟ ସିରିଜ ଆସୁଥିବାରୁ ନିୟମ ଅନୁଯାୟୀ ଜଣେ ଖେଳାଳି ବେକ କିମ୍ବା ମୁଣ୍ଡରେ ଆଘାତ ପାଇଲେ ତାଙ୍କ ବଦଳରେ ଅନ୍ୟଜଣେ ସମ୍ପୂର୍ଣ୍ଣ ଭାବେ ଫିଲ୍ଡିଂ ଓ ବ୍ୟାଟିଂ କରିପାରିବ। ପୂର୍ବରୁ ଆଘାତପ୍ରାପ୍ତ ଖେଳାଳିଙ୍କ ସ୍ଥାନରେ କେବଳ ବଦଳ ଖେଳାଳିଙ୍କୁ ଫିଲ୍ଡିଂର ସୁଯୋଗ ମିଳୁଥିଲା। ମାର୍ନସ ଲବଶ୍ଚଗନ ଦ୍ୱାଦଶ ଖେଳାଳିଭାବେ ସ୍ମିଥ୍‌ଙ୍କ ବଦଳରେ ରବିବାର ଫିଲ୍ଡିଂ କରିଥିଲେ। ଫଳରେ ଟେଷ୍ଟ କ୍ରିକେଟ୍‌ ଇତିହାସରେ ମାର୍ନସ ପ୍ରଥମ ବିକଳ୍ପ ଖେଳାଳି ହେବାର କିର୍ତ୍ତୀମାନ କରିଛନ୍ତି। ଆବଶ୍ୟକ ହେଲେ ସେ ଉଭୟ ବ୍ୟାଟିଂ ଓ ବୋଲିଂ ମଧ୍ୟ କରିପାରିବେ। ମ୍ୟାଚ୍‌ ରେଫରି ରଞ୍ଜନ ମଦ୍‌ଗୁଲେ ଏହାକୁ ଅନୁମୋଦନ କରିଥିଲେ। ତେବେ ଷ୍ଟାର୍‌ ବ୍ୟାଟ୍ସମ୍ୟାନ ସ୍ମିଥ୍‌ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟରେ ଖେଳିବେ କି ନାହିଁ ସେ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

RCB vs GT IPL Final: ଯଦି ବର୍ଷା ଫାଇନାଲରେ ସାଜେ ଖଳନାୟକ, ତେବେ କିଏ ଚାମ୍ପିୟନ ହେବ? ଜାଣନ୍ତୁ ଅହମଦାବାଦର ପାଣିପାଗ…

ନୂଆଦିଲ୍ଲୀ,୩୧।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ପାଇଁ ପର୍ଯ୍ୟାୟ ପ୍ରସ୍ତୁତ। ଆଜି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଟାଇଟଲ ମୁକାବିଲା ହେବ। ଫାଇନାଲରେ ଡିଫେଣ୍ଡିଂ…

Video: ବୈଭବ ସୂର୍ଯ୍ୟବଂଶୀଙ୍କ ଜଣେ ଭଲ ପ୍ରଶଂସକ ହୋଇଯାଇଛନ୍ତି ସଚିନ ତେନ୍ଦୁଲକର , ତାଙ୍କ ପ୍ରଶଂସାରେ କହିଲେ…

ନୂଆଦିଲ୍ଲୀ,୩୧।୫: ‘ବେବି ବସ’ ଭାବରେ ଶୀଘ୍ର ପ୍ରସିଦ୍ଧି ଲାଭ କରୁଥିବା ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ଖେଳ ଶୈଳୀ ସହିତ ଏକ ଚାଞ୍ଚଲ୍ୟକର ଘଟଣା ସୃଷ୍ଟି କରିଛନ୍ତି।…

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

IPL ଇତିହାସରେ ଏମିତି କାରନାମା କରିବାରେ ପ୍ରଥମ ଖେଳାଳି ହେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୩୦।୫: ଗୁଜରାଟ ଟାଇଟାନ୍ସ କ୍ୱାଲିଫାୟର ୨ରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟରେ ପରାସ୍ତ କରି ଆଇପିଏଲ ୨୦୨୬ ଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାଲିଫାୟର ୨ ମ୍ୟାଚ୍‌ରେ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

IPLରୁ RR ବିଦାୟ ନେବା ପରେ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ; ଭାଇରାଲ ଭିଡିଓ ଦେଖି ପ୍ରଶଂସକଙ୍କ ଆଖିରେ ବି ଲୁହ!

ନୂଆଦିଲ୍ଲୀ,୩୦।୫: ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସର ସଫଳତାରେ ବୈଭବ ସୂର୍ଯ୍ୟବଂଶୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ୧୫ ବର୍ଷୀୟ ବ୍ୟାଟସମ୍ୟାନ ଏହି ସିଜିନରେ ଲଗାତାର ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri