Posted inଖେଳ

ଅନ୍ତିମ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ନାଗପୁର, ୧୦।୧୧(ପି.ଟି.)- ଚଳିତ ସେସନରେ ଭାରତ ଘରୋଇ ପରିବେଶରେ ତା’ର ପ୍ରଥମ ଟି୨୦ ସିରିଜ ବିଜୟ ହାସଲ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଭାରତ ଓ ବାଂଲାଦେଶ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଏବେ ୧-୧ ସମାନସ୍ତରରେ ରହିଛି। ଫଳରେ ଉଭୟ ଦଳ ପାଖରେ ସିରିଜ ବିଜୟୀ ହେବାର ସୁଯୋଗ ରହିଛି। ତେବେ ଏଥିପାଇଁ ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହେବା ଜରୁରୀ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପୂର୍ବରୁ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସମେତ କେତେକ ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ପ୍ରତିଭାସମ୍ପନ୍ନ ଖେଳାଳି ଚୟନ କରିବା ଭାରତର ମୂଳ ଲକ୍ଷ୍ୟ ରହିଛି। ତେବେ ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତକୁ ସେତେଟା ସଫଳତା ମିଳିନାହିଁ। ପ୍ରଥମ ଦୁଇ ମ୍ୟାଚ୍‌ରେ ଯୁବ ଖେଳାଳିମାନେ ସେତେଟା ଦମ୍‌ ଦେଖାଇପାରି ନାହାନ୍ତି। ଅବଶ୍ୟ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମିଡଲ ଓଭରରେ ସେ ପୁଣି ଥରେ ନିଜକୁ ଉଇକେଟ ହାସଲକାରୀ ବୋଲର ରୂପେ ପ୍ରମାଣିତ କରିଛନ୍ତି।
ଗତ ମ୍ୟାଚ୍‌ରେ ଚହଲ ଓ ଅନ୍ୟ ବୋଲରମାନେ ବାଂଲାଦେଶକୁ ୧୫୨/ ୬ରେ ସୀମିତ ରଖିଥିଲେ। ଏହାପରେ କାମଚଳା ଅଧିନାୟକ ରୋହିତ ଶର୍ମା ଚିରାଚରିତ ଢଙ୍ଗରେ ଧୂଆଁଧାର ବ୍ୟାଟିଂ କରି ଦ୍ରୁତ ୮୫ ରନ କରି ଭାରତକୁ ଅତି ସହଜରେ ଜିତାଇଥିଲେ ଓ ସିରିଜକୁ ୧-୧ ସମାନସ୍ତରକୁ ଆଣିଥିଲେ। ସ୍ପିନର ଓ୍ବାଶିଂଟନ ସୁନ୍ଦର ଅବଶ୍ୟ କିଛିମାତ୍ରା ସଫଳ ପ୍ରଦର୍ଶନ କରିଛନ୍ତି। ତେବେ ଦୁଇଟି ମ୍ୟାଚ୍‌ରେ ଦ୍ରୁତ ବୋଲର ଖଲିଲ ଅହମ୍ମଦ ବେଶ୍‌ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି। ଫଳରେ ତାଙ୍କ ବଦଳରେ ଶାର୍ଦ୍ଦୁଳ ଠାକୁର ଦଳରେ ସ୍ଥାନ ପାଇବେ ଓ ଦୀପକ ଚହରଙ୍କ ସହ ପେଶ୍‌ ବୋଲିଂ ଦାୟିତ୍ୱ ସମ୍ଭାଳିବେ। ସେହିପରି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଉଇକେଟ ହାସଲ କରିପାରି ନ ଥିବାବେଳେ ବ୍ୟାଟିଂରେ ମଧ୍ୟ ପ୍ରଭାବୀ ସାବ୍ୟସ୍ତ ହୋଇପାରିନାହାନ୍ତି। ରାଜକୋଟ ଓ ଦିଲ୍ଲୀରେ ରୋହିତ ସମାନ ଦଳ ନେଇ ପଡିଆକୁ ଓହ୍ଲାଇଥିଲେ। ଫଳରେ ମନୀଷ ପାଣ୍ଡେ, ସଞ୍ଜୁ ସାମସନ ଓ ରାହୁଲ ଚହର ସୁଯୋଗ ନ ପାଇ ବେଞ୍ଚ୍‌ରେ ବସିଥିଲେ। ଯଦି ତୃତୀୟ ମ୍ୟାଚ୍‌ରେ ଏମାନେ ସୁଯୋଗ ନ ପାଆନ୍ତି ତାହାଲେ ଆସନ୍ତା ମାସରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ସିରିଜରେ ଏମାନେ ଖେଳିବାକୁ ସୁଯୋଗ ପାଇବେ।
ଏହି ସିରିଜ ପରେ ସିନିୟର ଖେଳାଳିମାନେ ମଧ୍ୟ ଦଳକୁ ଫେରିବେ। ଭାରତୀୟ ଦଳରେ ଏକାଧିକ ସମସ୍ୟା ରହିଛି। ଖାସ୍‌ କରି ବ୍ୟାଟିଂ ବିଭାଗରେ ବହୁତ କିଛି ଉନ୍ନତି ହେବାର ଆବଶ୍ୟକତା ରହିଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭଳି ଧୂଆଁଧାର ବ୍ୟାଟ୍ସମ୍ୟାନ ଭାରତୀୟ ଦଳରେ ନ ଥିବା ପରିଲକ୍ଷିତ ହୋଇଛି। ଶ୍ରେୟାସ ଆୟାର ସୀମିତ ସମୟ ମଧ୍ୟରେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଲୋକେଶ ରାହୁଲ ଏପର୍ଯ୍ୟନ୍ତ ଦମ୍‌ ଦେଖାଇପାରି ନାହାନ୍ତି। ସେହିପରି ଅଲରାଉଣ୍ଡର ଶିବମ୍‌ ଦୁବେ ମଧ୍ୟ କିଛି ସେଭଳି ଖାସ୍‌ କରିପାରିନାହାନ୍ତି। ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଉପରେ ମଧ୍ୟ ଚାପ ରହିବ। ଧାଓ୍ବନ ରନ୍‌ର ଗତି ବଢାଇବାରେ ସଫଳ ହୋଇ ନ ଥିବା ବେଳେ ପନ୍ତ ଉଇକେଟ ପଛରେ ପ୍ରଭାବୀ ସାବ୍ୟସ୍ତ ହୋଇ ପାରିନାହାନ୍ତି। ପୂର୍ବରୁ ମଧ୍ୟ ତାଙ୍କ ଶଟ୍‌ ଚୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଅନ୍ତିମ ମ୍ୟାଚ୍‌ରେ ଏହି ଦୁଇ ଖେଳାଳି ସେମାନଙ୍କ ସମାଲୋଚକଙ୍କୁ ଚୁପ୍‌ କରାଇବାର ସୁଯୋଗ ପାଇବେ।
ନାଗପୁରରେ ଭାରତ ସିରିଜ ବିଜୟୀ ହେବା ଆଶା କରାଯାଉଛି। ତେବେ ପ୍ରଥମ ମ୍ୟାଚ୍‌ ଭଳି ବାଂଲାଦେଶ ଭାରତକୁ ଚକ୍‌ମା ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଅବଶ୍ୟ ବାଂଲାଦେଶ ଦଳରେ ତାମିମ ଇକବାଲ ଓ ତାରକା ଅଲରାଉଣ୍ଡର ତଥା ଅଧିନାୟକ ସାକିବ ଅଲ ହାସନ ନାହାନ୍ତି। ଗୁରୁବାର ରାଜକୋଟରେ ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ହରାଇ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଥିଲା। ବାଂଲାଦେଶର ସବୁ ବ୍ୟାଟ୍ସମ୍ୟାନ ଭଲ ଟଚ୍‌ରେ ରହିଛନ୍ତି ଓ ଏହି ମ୍ୟାଚ୍‌ରେ ପୁଣି ଥରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ୨୦ ବର୍ଷୀୟ ଲେଗ୍‌ ସ୍ପିନର ଅମିନୁଲ ଇସ୍‌ଲାମ ଅଧିକ ରନ ବ୍ୟୟ ନ କରି ୪ ଉଇକେଟ ହାସଲ କରି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଅଧିନାୟକ ମହମୁଦୁଲ୍ଲା ମଧ୍ୟ ଅମିନୁଲଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ତେବେ ବିଜୟୀ ହେବାକୁ ହେଲେ ବାଂଲାଦେଶକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ଦଳର ତାରକା ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇବାରେ ବିଫଳ ହୋଇଛନ୍ତି। ଏହା ସିରିଜ ନିର୍ଣ୍ଣାୟକ ମ୍ୟାଚ୍‌ ହୋଇଥିବାରୁ ଏଥିରେ ଜବରଦସ୍ତ ରୋମାଞ୍ଚ୍‌ ଓ ସଂଘର୍ଷ ଦେଖିବାକୁ ମିଳିବ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଖଲିଲ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ରାହୁଲ ଚହର, ଶିଖର ଧାଓ୍ବନ, ଶିବମ ଦୁବେ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କ୍ରୁନାଲ ପାଣ୍ଡ୍ୟା, ରିଷଭ ପନ୍ତ, ଲୋକେଶ ରାହୁଲ, ସଞ୍ଜୁ ସାମସନ, ଓ୍ବାଶିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର।
ବାଂଲାଦେଶ ଦଳ: ମହମୁଦୁଲ୍ଲା ରିୟାଦ (ଅଧିନାୟକ), ତାଇଜୁଲ ଇସ୍‌ଲାମ, ମହମ୍ମଦ ମିଥୁନ, ଲିଟନ କୁମାର ଦାସ, ସୌମ୍ୟ ସରକାର, ନଇମ ଶେଖ, ମୁସ୍‌ଫିକର ରହିମ, ଅଫିଫ୍‌ ହୋସେନ, ମୋସାଡେକ ହୋସେନ ସାଇକତ, ଅମିନୁଲ ଇସ୍‌ଲାମ, ଆରାଫତ ସନ୍ନୀ, ଅବୁ ହାଇଦର, ଅଲ- ଅମିନ ହୋସେନ, ମୁସ୍ତାଫିଜୁର ରହମାନ ଓ ସୈଫୁଲ ଇସ୍‌ଲାମ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ସ୍ଥାନ: ନାଗପୁର
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

ମିଚେଲ୍‌ ମାର୍ଶଙ୍କ ରିପ୍ଲେସମେଣ୍ଟ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ଡ: ଏହି ଖେଳାଳିଙ୍କୁ ଦଳରେ କଲା ସାମିଲ

ନୂଆଦିଲ୍ଲୀ, ୨୬ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ଅବଶିଷ୍ଟାଂଶ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମିଚେଲ ମାର୍ଶଙ୍କ ସ୍ଥାନରେ ଆଫଗାନିସ୍ତାନ ଅଲରାଉଣ୍ଡର ଗୁଲ୍‌ବଦିନ ନାଇବଙ୍କୁ ଦଳରେ ସାମିଲ...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ସବୁ ମ୍ୟାଚ୍‌ ଜିତିପାରିବୁ ନାହିଁ…କାହିଁକି ଏମିତି କହିଲେ ୨୦.୫ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡଛି। ବେଙ୍ଗାଲୁରୁ ନିଜ ଘରେ ହାଇଦ୍ରାବାଦକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri