ଅନେକ କେନ୍ଦ୍ରରେ ଝୁଲୁଥିଲା ତାଲା

ଯାଜପୁର ଟାଉନ,୨୭ା୨(ଡିଏନଏ): ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ଅଚାନକ ଗସ୍ତ ସମୟରେ ଜିଲା ସଦର ମହକୁମା ନିକଟସ୍ଥ ଅକରପଡାରେ ଥିବା ରାମକୃଷ୍ଣ ପ୍ରାଣୀ ଚିକିତ୍ସା ସହାୟତା କେନ୍ଦ୍ର ପୂର୍ବାହ୍ନ ୯.୫୦ ପର୍ଯ୍ୟନ୍ତ ଖୋଲି ନ ଥିଲା। ଏହି ପ୍ରାଣୀ ଚିକିତ୍ସାଳୟରେ ବହୁ ସମୟରେ ତାଲା ଝୁଲି ରହୁଥିବାବେଳେ କର୍ମଚାରୀମାନେ ଏଠାକୁ ଆସୁନାହାନ୍ତି ବୋଲି ସ୍ଥାନୀୟ ଲୋକେ କହିଥିଲେ। ଏହାପରେ ଭାରପ୍ରାପ୍ତ ଜିଲାପାଳ ଅକରପଡା ପଞ୍ଚାୟତ ଭେଲଙ୍ଗସ୍ଥିତ କୁଞ୍ଜବିହାରୀ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଯାଇ ପହଞ୍ଚିଥିଲେ। ପୂର୍ବାହ୍ନ ୧୦ଟା ୩୦ରେ ଏହି ଚିକିତ୍ସା କେନ୍ଦ୍ରଟିରେ ମଧ୍ୟ ତାଲା ପଡିଥିବା ଦେଖାଯାଇଥିଲା। ଦାୟିତ୍ୱରେ ଥିବା ଚିକିତ୍ସକ ଓ କର୍ମଚାରୀ ସେମାନଙ୍କ ଇଚ୍ଛା ଅନୁସାରେ ଏଠାକୁ ଆସୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିବାବେଳେ ନିଜେ ବରିଷ୍ଠ ପ୍ରଶାସକ ନାୟକ ବୁଧବାର ଜନସାଧାରଣଙ୍କ ଅଭିଯୋଗର ସତ୍ୟାସତ୍ୟ ଥିବା ଦେଖିବାକୁ ପାଇଥିଲେ। ନାୟକ ଏହାପରେ ସ୍ଥାନୀୟ ଶହୀଦ ସତ୍ୟାନନ୍ଦ ହୋମିଓପାଥିକ ଚିକିତ୍ସା କେନ୍ଦ୍ର ଓ ବିରଜାପୁର ପଞ୍ଚାୟତର ୩ନଂ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ। ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ୟୁନିଫର୍ମ ପିନ୍ଧି ନ ଥିବା ଦେଖାଯିବା ସହିତ ଉପସ୍ଥାନ ଖାତାରେ ରହିଥିବା ପିଲାଙ୍କ ନାମ ତୁଳନାରେ ବହୁ କମ ପିଲା ସେଠାରେ ବସିଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାର ବିକାଶ ଉପରେ ମନ୍ତ୍ରୀଙ୍କ ଫୋକସ୍‌

ଛତ୍ରପୁର,୧୮ା୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସାମାଜିକ ଭିତିଭୂମିର ଉନ୍ନତି ପାଇଁ ସରକାରୀସ୍ତରରେ ବିଭିନ୍ନ ଯୋଜନାକୁ ତ୍ୱରାନ୍ବିତ କରାଯାଉଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପାନୀୟ ଜଳ…

ଶୁଖିଲା ପଡ଼ିଲାଣି ନଈ, ନାଳ: ଗୃହପାଳିତ ପ୍ରାଣୀଙ୍କ ପାଇଁ ଜଳକୁଣ୍ଡ ନିର୍ମାଣ କରାଯାଉ

କେସିଙ୍ଗା,୧୮ା୪(ତୁମେଶ୍ୱର ସାହୁ)- ଗ୍ରୀଷ୍ମତାତିକୁ ଦୃଷ୍ଟିରେ ରଖି କେସିଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟ ଓ ପ୍ରାଣୀସମ୍ପଦ ସହାୟକ କେନ୍ଦ୍ରରେ ଗୃହପାଳିତ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

ଶେଷ ଓଭରରେ ଦିଲ୍ଲୀର ରୋମାଞ୍ଚକ ବିଜୟ

ବେଙ୍ଗାଲୁରୁ,୧୮ା୪: ଡେଭିଡ୍‌ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକ ଆଇପିଏଲ୍‌ ମ୍ୟାଚ୍‌ରେ ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri