ଅନୁପ, ବର୍ଦ୍ଧନଙ୍କୁ କୋର୍ଟରେ ହାଜର କଲା ପୋଲିସ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ, ବ୍ରଜରାଜନଗର(ଡି.ଏନ.ଏ.), ୧୯ା୨:ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ମଙ୍ଗଳବାର ରାୟଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଛି। ସେଥିପାଇଁ ଉଭୟଙ୍କୁ ରାୟଗଡ଼ ଜେଲରୁ ଦିନ ପ୍ରାୟ ୧୧ଟା ୩୦ରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଅଣାଯାଇଥିଲା। ସେମାନଙ୍କୁ ଅପରାହ୍ନ ୪ଟା ୩୦ରେ କୋର୍ଟରେ ହାଜର କରାଯାଇଥିଲା। ହେଲେ ପୋଲିସ ଆବେଦନ କରିବା ବେଳେ କୋର୍ଟରେ ଉପଯୁକ୍ତ କାଗଜପତ୍ର ଦେଇ ପାରି ନ ଥିବାରୁ କୋର୍ଟ ଦିନକ ପାଇଁ ରାୟ ସ୍ଥଗିତ ରଖିଛନ୍ତି। ସରକାରୀ ଓକିଲ ବେଦପ୍ରକାଶ ପଟେଲ କହିଛନ୍ତି, ପୋଲିସ ପକ୍ଷରୁ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା, ନାର୍କୋ ଓ ଡିଏନ୍‌ଏ ଟେଷ୍ଟ ପାଇଁ ଆବେଦନ କରାଯାଇଛି। କୋର୍ଟ ମଙ୍ଗଳବାର ଆବେଦନ ଗ୍ରହଣ କରିଥିଲେ ମଧ୍ୟ ରାୟ ସ୍ଥଗିତ ରଖିଛନ୍ତି। ବୁଧବାର ରାୟ ପ୍ରକାଶ ପାଇବ।

ରାଜଧାନୀରେ ଅନୁପଙ୍କ ୩ ସାଙ୍ଗଙ୍କୁ ନୋଟିସ
କଳ୍ପନା ଏବଂ ଝିଅ ବବ୍‌ଲି ହତ୍ୟା ଘଟଣାରେ ପୋଲିସ ଏକାଧିକ ଲୋକଙ୍କୁ ପଚରାଉଚରା କରୁଛି। ଅନୁପଙ୍କ କକା ପୁଅ ଭାଇ ନୃପଲାଲ ସାଏ, ପୁତୁରା ସଂଗ୍ରାମ ସାଏ ଓ କଳ୍ପନାଙ୍କ ଭାଉଜ ରୀନା ଦାଶଙ୍କୁ ମଙ୍ଗଳବାର ଥାନାରେ ହାଜର ହେବାକୁ ଛତିଶଗଡ଼ ପୋଲିସ ନୋଟିସ କରିଥିଲା। ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି, ଏହି ମାମଲାରେ ଅନୁପଙ୍କ କେତେକ ଅତି ଘନିଷ୍ଠ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରାଯିବା ପାଇଁ ନୋଟିସ କରାଯାଇଛି। କେଉଁମାନଙ୍କୁ ନୋଟିସ ଜାରି କରାଯାଇଛି ସେନେଇ ତଦନ୍ତ ଚାଲିଥିବାରୁ କହିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।
ନାର୍କୋ, ଡିଏନ୍‌ଏ ଟେଷ୍ଟ ପାଇଁ ଆବେଦନ
ଅନୁପ ସାଏ, ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଜେରା ବେଳେ କଥା ବଦଳାଉଛନ୍ତି। ଉଭୟ ପୋଲିସକୁ ଭିନ୍ନ କାହାଣୀ କହୁଛନ୍ତି। ତେଣୁ ଉଭୟଙ୍କ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟରେ ମଙ୍ଗଳବାର ଆବେଦନ କରାଯାଇଛି। ଏପରିକି ଅନୁପଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ମଧ୍ୟ ଆବେଦନ କରାଯାଇଛି। ଉଭୟ କଳ୍ପନା ଓ ବବ୍‌ଲିଙ୍କୁ ଲୁହାରଡ଼ରେ ପିଟି ହତ୍ୟା କରିବା ପରେ ମୃତଦେହକୁ ଗାଡ଼ି ଚଢ଼ାଇ ପ୍ରମାଣ ନଷ୍ଟ ଲାଗି ଉଦ୍ୟମ କରାଯାଇଥିଲା। କିନ୍ତୁ ଏହି ହତ୍ୟାକାଣ୍ଡ ସମୟରେ ଅନ୍ୟ ଏକ ଗାଡ଼ି ସେଠାରେ ଉପସ୍ଥିତ ଥିଲା ବୋଲି ବର୍ଦ୍ଧନ ପୋଲିସକୁ କହିଛନ୍ତି। ତେଣୁ ତାଙ୍କୁ ଅଧିକ ପଚରାଉଚରା କରିବା ସହ ମୁହଁାମୁହିଁ ଜେରା କରାଯିବ। ଏହାପରେ କୋର୍ଟଙ୍କ ଅନୁମତି ପରେ ନାର୍କୋ ଟେଷ୍ଟ କରାଯିବ। ଏହା ହେଲେ ଅଭିଯୁକ୍ତ ମିଛ ଲୁଚାଇ ପାରିବେ ନାହିଁ।
କଳ୍ପନାଙ୍କ ସାମଗ୍ରୀ ପୋଡ଼ି ଦିଆଯାଇଥିଲା
କଳ୍ପନା ଓ ବବ୍‌ଲିଙ୍କୁ ହତ୍ୟା ପରେ ଅନୁପ ସାଧାରଣ ମଣିଷ ଭଳି ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଫ୍ଲାଟକୁ ଯିବା ଆସିବା କରୁଥିଲେ। କିଛିଦିନ ପରେ ଉକ୍ତ ଫ୍ଲାଟକୁ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିଲେ। ବିକ୍ରି କରିବା ପୂର୍ବରୁ କଳ୍ପନାଙ୍କ ବିଭିନ୍ନ ସାମଗ୍ରୀକୁ ଘର ପଛ ପଟେ ପୋଡ଼ି ଦେଇଥିବା ସୁନ୍ଦରପଦାରେ ରହୁଥିବା ଜଣେ ପଡ଼ୋଶୀ କହିଛନ୍ତି। ଏପରିକି ବର୍ତ୍ତମାନ ରହୁଥିବା ଘର ମାଲିକ କହିଛନ୍ତି ସେମାନେ ରହିବା ପୂର୍ବରୁ ଘର ପୂରା ଖାଲି ଥିଲା। କିଛି ବି ସାମଗ୍ରୀ ନ ଥିଲା। ଘର ରଙ୍ଗ ଦିଆଯିବା ପରେ ସେମାନେ ରହିଥିଲେ ବୋଲି ଘର ମାଲିକ ସୁରେଶ ଚନ୍ଦ୍ର ଦାଶ କହିଛନ୍ତି।
କେହି ହାଜର ହେଲେନି
ଛତିଶଗଡ଼ ପୋଲିସ ତରଫରୁ ମୃତକଙ୍କ ଭାଉଜ ରୀନା ଦାଶ, ଅନୁପଙ୍କ ବଡ଼ଭାଇ ପ୍ରମୋଦ ସାଏ ଓ ଅଭିଯୁକ୍ତଙ୍କ କାକା ପୁଅ ଭାଇ ନୃପଲାଲ ସାଏଙ୍କୁ ସୋମବାର ନୋଟିସ ଦିଆଯାଇଥିଲା। ପ୍ରମୋଦ ସାଏ ଘରେ ନ ଥିବାରୁ ତାଙ୍କ ପୁଅ ସଂଗ୍ରାମ ସାଏ ପୋଲିସଠାରୁ ନୋଟିସ ଗ୍ରହଣ କରିବା ସହିତ ତଦନ୍ତରେ ସହାୟତା କରିବା ପାଇଁ ଛତିଶଗଡ଼ ପୋଲିସକୁ କହିଥିଲେ। ସେହିପରି ରୀନା ଦାଶ ଏକୁଟିଆ ମହିଳା ହୋଇଥିବାରୁ କାହା ସହ ଯିବେ ବୋଲି ପୋଲିସକୁ କହିଥିଲେ। ସେହିପରି ନୃପଲାଲ ସାଏ ଘରେ ନ ଥିବାରୁ ତାଙ୍କ ବାପାଙ୍କୁ ପୋଲିସ ନୋଟିସ ଦେଇଥିଲା। ମଙ୍ଗଳବାର କେହି ହେଲେ ପୋଲିସକୁ ଦେଖା କରିବାକୁ ନ ଯାଇ ଫୋନ୍‌ରେ କଥା ହୋଇଛନ୍ତି। ନିଜ ସୁବିଧାରେ ଆସି ଦେଖା କରିବାକୁ ପୋଲିସ କହିଛି।
ବୋଲେରୋ ମାଲିକ ଥାନାରେ ହାଜର
ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ (ନଂ. ଓଆର୍‌ ୦୨ ଏୱାଇ- ୮୫୯୬) ର ମାଲିକ ଲୋଇସିଂ ପଞ୍ଚାୟତର ବାରଖଣ୍ଡିଆ ଗ୍ରାମର ସୁନୀଲ ସାଏ ଚକ୍ରଧରନଗର ଥାନାରେ ହାଜର ହୋଇଛନ୍ତି। ହତ୍ୟାକାଣ୍ଡରେ ଉକ୍ତ ବୋଲେରୋର ସଂପୃକ୍ତି ରହିଥିବା ଛତିଶଗଡ଼ ପୋଲିସ କହୁଛି। ୨୦୧୪ ନିର୍ବାଚନରେ ସତ୍ୟପାଠରେ ଦାଖଲ କରାଯାଇଥିବା ଉକ୍ତ ବୋଲେରୋ ୨୦୧୫ ମସିହାରେ ଅନୁପଙ୍କଠାରୁ ସୁନୀଲ କିଣିଥିଲେ। ପରେ ଭୁବନେଶ୍ୱର ଆର୍‌ଟିଓ କ୍ଲିୟରାନ୍ସ ଦେଇଛି। ବର୍ତ୍ତମାନ ଉକ୍ତ ବୋଲେରୋ ଗୁଜରାଟର ଆଲମପୁର ଅଞ୍ଚଳରେ ଚାଲୁଛି। ବୋଲେରୋ ଠାବ କରିବା ପରେ ଛତିଶଗଡ଼ ପୋଲିସ ଆଣିବାକୁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri