ଅନୁପ୍ରବେଶକାରୀଙ୍କ ତଥ୍ୟ ଦେବାକୁ ଥାନାକୁ ଚିଠି

ରାଜନଗର, ୨୧ା୧୦(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ସମୁଦ୍ର ଗର୍ଭରେ ଲୀନ ହୋଇଯିବା ପରେ ବିପନ୍ନ ଅଧିବାସୀଙ୍କୁ ବଗପାଟିଆଠାରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୭୧ ପରିବାରକୁ ଥଇଥାନ କରାଯାଇଥିଲା। ଏବେ ସାତଭାୟାର ଆଉ ୧୪୮ପରିବାରଙ୍କ ସହ ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଥିବା ଚାରିଘରିଆର ୯୯ ପରିବାରକୁ ବଗପାଟିଆରେ ଥଇଥାନ କରାଯାଇଛି। ଚାରିଘରିଆର ଯେଉଁ ୯୯ ପରିବାରଙ୍କୁ ଥଇଥାନ ପାଇଁ ସରକାରୀ ସ୍ତରରେ ଜମି ଯୋଗାଇ ଦିଆଯାଇଛି, ସେମାନଙ୍କ ମଧ୍ୟରେ ବାଂଲା ଅନୁପ୍ରବେଶକାରୀ ଥିବା ନେଇ ଅଭିଯୋଗ ହେଉଛି। ୨୦୧୬ରେ ସେତେବେଳର ତହସିଲଦାର ଯେଉଁ ସନ୍ଦିଗ୍ଧ ବାଂଲା ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ରାଜନଗର ଥାନାରେ ଏତଲା ଦେଇଥିଲେ, ଏବେ ସେମାନଙ୍କୁ ବାଦ୍‌ ଦେଇ ତାଙ୍କର ଅନ୍ୟ ଦୁଇଭାଇ ଓ ୩ ଜଣ ପୁତୁରାଙ୍କୁ ଥଇଥାନ କରାଯାଇଛି। ଗୋଟିଏ ବାପର ଗୋଟିଏ ପୁଅ ଯଦି ବାଂଲାଦେଶୀ ହେଲା, ତାଙ୍କର ଆଉ ଦୁଇପୁଅ ଓ ତାଙ୍କର ୩ ଜଣ ପୁଅ କିପରି ଭାରତୀୟ ହେଲେ। ତହସିଲ ପ୍ରଶାସନ ସେମାନଙ୍କୁ ଥଇଥାନ ପାଇଁ କିପରି ଜମି ଯୋଗାଇଦେଲା। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ହରଡ଼ଘଣାରେ ପଡିଛି। ଗୁପ୍ତି ସର୍କଲର ରାଜସ୍ବ ନିରୀକ୍ଷକ ବିଜୟ ଜେନା ତାରାପଦଙ୍କ ଦୁଇଭାଇ ଓ ୩ଜଣ ପୁତୁରା ଭାରତୀୟ ବୋଲି ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ଏପରି କି ସେମାନେ ୩୫ ବର୍ଷ ହେଲା ଚାରିଘରିଆରେ ରହୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଇଛନ୍ତି। ଅପରପକ୍ଷରେ ସେମାନେ ଭାରତୀୟ ବୋଲି ପ୍ରମାଣିତ କରିବାକୁ ଫଟୋ ପରିଚୟ ପତ୍ର, ଆଧାର କାର୍ଡ, ରାଶନ କାର୍ଡ ଓ ଅନ୍ୟ ସରକାରୀ କାଗଜପତ୍ର ଦେଖାଇଛନ୍ତି। ଏହି ବାଂଲାଦେଶୀଙ୍କ ସମ୍ପର୍କରେ ପ୍ରକୃତ ତଥ୍ୟ ଜାଣିବାକୁ ଗୁରୁବାର ରାଜନଗର ତହସିଲଦାର ଚିଠି ନଂ. ୪୦୩୦ରେ ରାଜନଗର ଥାନାକୁ ସେମାନଙ୍କ ପ୍ରକୃତ ପରିଚୟ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।
ରାଜନଗର ତହସିଲ ପକ୍ଷରୁ ଥାନାକୁ ଦିଆଯାଇଥିବା ଚିଠିରେ ଗଣମାଧ୍ୟମରେ ବଗପାଟିଆରେ ବାଂଲା ଅନୁପ୍ରବେଶକାରୀଙ୍କୁ ଥଇଥାନ ସମ୍ପର୍କିତ ଖବର ପ୍ରକାଶ ପାଇଛି। ତାରାପଦ ରପ୍ତାନଙ୍କ ସମେତ ୫ଜଣଙ୍କ ପ୍ରକୃତ ପରିଚୟ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। ଥାନାକୁ ଦିଆଯାଇଥିବା ଚିଠିରେ ରାଜସ୍ବ ନିରୀକ୍ଷକଙ୍କ ତଦନ୍ତ ରିପୋର୍ଟ ମଧ୍ୟ ସଂଯୋଗ କରାଯାଇଛି। ଏ ସମ୍ପର୍କରେ ତହସିଲଦାର ଅଶ୍ୱିନୀ କୁମାର ଭୂୟଁାଙ୍କୁ ପଚାରିବାରୁ ରାଜସ୍ବ ନିରୀକ୍ଷକ ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ସେମାନଙ୍କ ପ୍ରକୃତ ପରିଚୟ ଜାଣିବାକୁ ଆମେ ରାଜନଗର ଥାନାକୁ ଚିଠି କରିଛୁ ବୋଲି ସେ କହିଛନ୍ତି। ତଦନ୍ତ ରିପୋର୍ଟ ପରେ ସନ୍ଦିଗ୍ଧଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ୭୦ ଦଶକ ପରଠୁଁ ବଙ୍ଗୋପସାଗର ତଟବର୍ତ୍ତୀ ରାଜନଗର ବ୍ଲକର ସମୁଦ୍ରକୂଳିଆ ଅଞ୍ଚଳରେ ବାଂଲା ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଏଯାଏ ଜାରି ରହିଛି। ବାଂଲା ଅନୁପ୍ରବେଶକାରୀମାନଙ୍କ କବ୍‌ଜାରେ ରାଜନଗର ବ୍ଲକର ଅଧିକାଂଶ ପଞ୍ଚାୟତ ୯୦ ଦଶକଠାରୁ ରହି ଆସୁଅଛି। ପଞ୍ଚାୟତ ନିର୍ବାଚନଠାରୁ ଆରମ୍ଭ କରି ବିଭିନ୍ନ ପଦ ପଦବୀଙ୍କର ବାଂଲା ଅନୁପ୍ରବେଶକାରୀଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ବଙ୍ଗୋପସାଗରରେ ସାତଭାୟାର ୭ଟି ଗଁା ଲୀନ ହେବା ପରେ ଅବଶିଷ୍ଟ ୫୭୧ଟି ସଂତ୍ରସ୍ଥ ପରିବାରଙ୍କୁ ରାଜ୍ୟ ସରକାର ଭିଟାମାଟିରୁ ଉଠାଇ ଆଣି ବଗପାଟିଆଠାରେ ଥଇଥାନ କରିଛନ୍ତି। ଏବେ ୫ ବାଂଲାଦେଶୀ ପରିବାରଙ୍କୁ ବଗପାଟିଆରେ ସ୍ଥାୟୀ ଭାବେ ବସବାସ କରିବାକୁ ରାଜସ୍ବ ବିଭାଗ ଜାଗା ଚିହ୍ନଟ କରି ଦେଇଛି। ଏହାକୁ ସାତଭାୟାବାସୀଙ୍କ ସମେତ ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜନଗର ତହସିଲ ପକ୍ଷରୁ ୨୦୧୬ ତଦନ୍ତ ବେଳେ ତାରାପଦ ପଶ୍ଚିମବଙ୍ଗର ନୁହେଁ, ବାଂଲାଦେଶରୁ ଆସିଥିବା ନେଇ ଜଣାପଡିଥିଲା। କିନ୍ତୁ ରାଜନୈତିକ ବଡ଼ପଣ୍ଡାମାନେ ନିଜର ସ୍ବାର୍ଥ ପାଇଁ ପ୍ରଶାସନିକ କଳ ଉପରେ ଚାପ ପକାଇ ଥଇଥାନ କରିଛନ୍ତି ବୋଲି ଅଭିଯୋଗ ହେଉଛି। ତାରାପଦ ରପ୍ତାନଙ୍କ ସମେତ ହରିପଦ ରପ୍ତାନ, ନଳିନୀ ରପ୍ତାନ, ମାୟା ଓ ଇତିକା ବାଂଲାଦେଶର ଅନୁପ୍ରବେଶକାରୀ ବୋଲି ସାତଭାୟାର ଡ. ଧରଣୀଧର ରାଉତ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳ ଅମୃତ ଋତୁରାଜ ଏ ଘଟଣାକୁ ପ୍ରାଥମିକତା ଦେବା ସହ ରାଜନଗର ତହସିଲଦାର ଭୂୟଁାଙ୍କୁ ଏହି ଘଟଣାର ସତ୍ୟାସତ୍ୟ ଏବଂ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri