ଅନୁଗୋଳ ବନମଣ୍ଡଳରେ ୧୩୧ କୁମ୍ଭୀର

ଅନୁଗୋଳ ସହର, ୬।୨ – ସାତକୋଶିଆ ବନଖଣ୍ଡ, ମହାନଦୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ଆଠଗଡ଼, କଟକ, ଢେଙ୍କାନାଳ, ଅନୁଗୋଳ ବନଖଣ୍ଡ ଓ ଯାଜପୁର ବନଖଣ୍ଡକୁ ନେଇ ଗଠିତ ଅନୁଗୋଳ ବନମଣ୍ଡଳରେ ମୋଟ୍‌ ୧୩୧ଟି କୁମ୍ଭୀର ଅଛନ୍ତି। ଗତ ଜାନୁୟାରୀ ୯ରୁ ୧୧ ତାରିଖ ଯାଏ ହୋଇଥିବା କୁମ୍ଭୀର ଗଣନାରୁ ଏହା ଜଣାପଡ଼ିଛି। ତେବେ ମୋଟ୍‌ ୮ଟି ବନଖଣ୍ଡ ମଧ୍ୟରୁ କେବଳ ସାତକୋଶିଆ, ମହାନଦୀ ଓ ଆଠମଲ୍ଲିକ ବନଖଣ୍ଡରେ ଏହି ୧୩୧ଟି କୁମ୍ଭୀର ଥିବା ସ୍ପଷ୍ଟ ହୋଇଛି।
ସାତକୋଶିଆ ମହାନଦୀ ଗଣ୍ଡର ୨୧ କିଲୋମିଟର ମଧ୍ୟରେ ଥିବା କଦଳୀଖୋଲା ୱାଚ ଟାୱାର, ଟିକରପଡ଼ା କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ ପୋଲ୍‌, ଆଠମଲ୍ଲିକ ବନଖଣ୍ଡର ମାନଜୋର ପ୍ରୋଜେକ୍ଟ, ମହାନଦୀ, ଜାମୁଡ଼ୋଲି ଓ ମହାନଦୀ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଜାଗାରେ କୁମ୍ଭୀର ଗଣନା କରାଯାଇଥିଲା। ମହାନଦୀର ସାତକୋଶିଆ ଗଣ୍ଡରେ ୮ଟି ଘଡ଼ିଆଳ ଥିବାବେଳେ ୮୫ଟି ମଗର ରହିଛନ୍ତି। ସେହିପରି ସାତକୋଶିଆ ଓ ଆଠମଲ୍ଲିକ ବନଖଣ୍ଡର ବିଭିନ୍ନ ଜଳାଶୟରେ ୨୮ଟି ମଗର ରହିଛନ୍ତି। ଟିକରପଡ଼ା କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ରରେ ୪ଟି ଘଡ଼ିଆଳ ଥିବାବେଳେ ୬ ମଗର ଅଛନ୍ତି। ମୋଟ୍‌ ଉପରେ ୧୨ଟି ଘଡ଼ିଆଳ ଓ ୧୧୯ ମଗରକୁ ମିଶାଇ ଅନୁଗୋଳ ବନମଣ୍ଡଳରେ ୧୩୧ କୁମ୍ଭୀର ଥିବା କୁହାଯାଇଛି। ଏଠାରେ ୨୦୧୪ରେ ୯୬ଟି ଘଡ଼ିଆଳ ଓ ମଗର ଥିବାବେଳେ ୨୦୧୫ରେ ୧୦୭ଟି, ୨୦୧୬ରେ ୧୧୧, ୨୦୧୭ରେ ୧୦୬, ୨୦୧୮ରେ ୧୦୮ ଓ ୨୦୧୯ରେ ୧୧୨ଟି କୁମ୍ଭୀର ଥିବାବେଳେ ଚଳିତବର୍ଷ ଉକ୍ତ ସଂଖ୍ୟାରେ ୧୯ ବୃଦ୍ଧି ଘଟିଥିବା ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପରାଜ୍‌ କରାଟେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri