ଅନୁଗୋଳ ପୋଲିସ ହାତରେ ୯ ଡକାୟତ

ଅନୁଗୋଳ ଅଫିସ, ୨୧।୫

ହେମସୁରପଡ଼ା ଛକରେ ରବିବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ୯ ଜଣିଆ ଏକ ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏମାନଙ୍କ ମଧ୍ୟରେ ୩ଜଣ ନାବାଳକ ଥିବା ପୋଲିସ ସୂଚନା ଦେଇଛି। ଉକ୍ତ ଗ୍ୟାଙ୍ଗଠାରୁ ବନ୍ଧୁକ, ଛୁରି ଓ ନଗଦ ଟଙ୍କା ଜବତ କରାଯାଇଛି। ଗିରଫ ୬ଜଣଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।
ପୋଲିସ କହିବା ଅନୁଯାୟୀ, ଗିରଫ ଡକାୟତମାନେ ମୁଖ୍ୟତଃ ଟ୍ରକ୍‌ ଚାଳକମାନଙ୍କୁ ହିଁ ଟାର୍ଗେଟ୍‌ କରୁଥିଲେ। ଶନିବାର ବିଳମ୍ବିତ ରାତିରେ ଜିନ୍ଦଲକୁ ମାଲ ନେଇ ଯାଉଥିବା ଏକ ଟ୍ରକ୍‌ (ନଂ.ଓଡ଼ି୧୯-ଏଲ-୦୦୮୯)ର ଚାଳକ ରେଙ୍ଗାଲି ଡ୍ୟାମ୍‌ ଥାନା ସୁସୁବା ଗ୍ରାମର ଜୟନ୍ତ ସାହୁଙ୍କୁ ହେମସୁରପଡ଼ା ଛକରେ ୮ରୁ ୯ଜଣ ଡକାୟତ ଅଟକାଇ ମାଡ଼ ମାରି ମୋବାଇଲ ଓ ୭ ହଜାର ୫ ଶହ ଟଙ୍କା ଲୁଟି ନେଇଥିଲେ। ଜଣେ ଚାଳକଙ୍କ ବେକରେ ଛୁରି ଲଗାଇଥିବା ବେଳେ ଅନ୍ୟଜଣେ ବନ୍ଧୁକ ଦେଖାଇଥିଲେ। ଏହାପରେ ଡକାୟତମାନେ ଅନ୍ୟ ଏକ ଟ୍ରକ୍‌ ଚାଳକଙ୍କଠାରୁ ମଧ୍ୟ ଲୁଟ୍‌ପାଟ କରିଥିଲେ। ଏ ନେଇ ଜୟନ୍ତ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଅନୁଗୋଳ ପୋଲିସ ରବିବାର ରାତିରେ ହେମସୁରପଡ଼ା ଛକ ସହ ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ଜଗି ରହିଥିଲା। ଏହି ସମୟରେ ରାଜକିଶୋରପଡ଼ାର ବାପି ଓରଫ ପ୍ରକାଶ ବେହେରା(୨୩), ସୌଭାଗ୍ୟନଗରର ଦୀପୁ ଓରଫ ଦୀପକ ବେହେରା, ହେମସୁରପଡ଼ା ମୋଚି ସାହିର ପାପୁଲ ବାରିକ(୧୯), ସୁଇପର କଲୋନୀର ମନ ମୁଖୀ(୨୧), ସୌଭାଗ୍ୟନଗରର ବାରୁଦ ଓରଫ ବିଷ୍ଣୁ ବେହେରା(୨୪) ଓ ଜରାସିଂହାର ଜଗା ଓରଫ ଜଗନ୍ନାଥ ସାହୁ(୨୯)ଙ୍କ ସହ ହେମସୁରପଡ଼ାର ୩ ନାବାଳକ ଟ୍ରକ୍‌ ଚାଳକଙ୍କ ଠାରୁ ଲୁଟ୍‌ କରିବାକୁ ଯୋଜନା ଚଲାଇଥିବା ବେଳେ ଜଗି ରହିଥିବା ପୋଲିସ ସେମାନଙ୍କୁ ମାଡ଼ି ବସିଥିଲା। ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହ ଛୁରି, ଦୁଇଟି ମୋବାଇଲ ଓ ନଗଦ ୭ ହଜାର ୫ ଶହ ଟଙ୍କା ପୋଲିସ ଜବତ କରିଥିଲା। ଏ ସଂକ୍ରାନ୍ତରେ ନଂ.୩୬୧/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି॥


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?