ଅନୁଗୋଳ ପୋଲିସ ହାତରେ ୯ ଡକାୟତ

ଅନୁଗୋଳ ଅଫିସ, ୨୧।୫

ହେମସୁରପଡ଼ା ଛକରେ ରବିବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ୯ ଜଣିଆ ଏକ ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ। ଏମାନଙ୍କ ମଧ୍ୟରେ ୩ଜଣ ନାବାଳକ ଥିବା ପୋଲିସ ସୂଚନା ଦେଇଛି। ଉକ୍ତ ଗ୍ୟାଙ୍ଗଠାରୁ ବନ୍ଧୁକ, ଛୁରି ଓ ନଗଦ ଟଙ୍କା ଜବତ କରାଯାଇଛି। ଗିରଫ ୬ଜଣଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି।
ପୋଲିସ କହିବା ଅନୁଯାୟୀ, ଗିରଫ ଡକାୟତମାନେ ମୁଖ୍ୟତଃ ଟ୍ରକ୍‌ ଚାଳକମାନଙ୍କୁ ହିଁ ଟାର୍ଗେଟ୍‌ କରୁଥିଲେ। ଶନିବାର ବିଳମ୍ବିତ ରାତିରେ ଜିନ୍ଦଲକୁ ମାଲ ନେଇ ଯାଉଥିବା ଏକ ଟ୍ରକ୍‌ (ନଂ.ଓଡ଼ି୧୯-ଏଲ-୦୦୮୯)ର ଚାଳକ ରେଙ୍ଗାଲି ଡ୍ୟାମ୍‌ ଥାନା ସୁସୁବା ଗ୍ରାମର ଜୟନ୍ତ ସାହୁଙ୍କୁ ହେମସୁରପଡ଼ା ଛକରେ ୮ରୁ ୯ଜଣ ଡକାୟତ ଅଟକାଇ ମାଡ଼ ମାରି ମୋବାଇଲ ଓ ୭ ହଜାର ୫ ଶହ ଟଙ୍କା ଲୁଟି ନେଇଥିଲେ। ଜଣେ ଚାଳକଙ୍କ ବେକରେ ଛୁରି ଲଗାଇଥିବା ବେଳେ ଅନ୍ୟଜଣେ ବନ୍ଧୁକ ଦେଖାଇଥିଲେ। ଏହାପରେ ଡକାୟତମାନେ ଅନ୍ୟ ଏକ ଟ୍ରକ୍‌ ଚାଳକଙ୍କଠାରୁ ମଧ୍ୟ ଲୁଟ୍‌ପାଟ କରିଥିଲେ। ଏ ନେଇ ଜୟନ୍ତ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଅନୁଗୋଳ ପୋଲିସ ରବିବାର ରାତିରେ ହେମସୁରପଡ଼ା ଛକ ସହ ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ଜଗି ରହିଥିଲା। ଏହି ସମୟରେ ରାଜକିଶୋରପଡ଼ାର ବାପି ଓରଫ ପ୍ରକାଶ ବେହେରା(୨୩), ସୌଭାଗ୍ୟନଗରର ଦୀପୁ ଓରଫ ଦୀପକ ବେହେରା, ହେମସୁରପଡ଼ା ମୋଚି ସାହିର ପାପୁଲ ବାରିକ(୧୯), ସୁଇପର କଲୋନୀର ମନ ମୁଖୀ(୨୧), ସୌଭାଗ୍ୟନଗରର ବାରୁଦ ଓରଫ ବିଷ୍ଣୁ ବେହେରା(୨୪) ଓ ଜରାସିଂହାର ଜଗା ଓରଫ ଜଗନ୍ନାଥ ସାହୁ(୨୯)ଙ୍କ ସହ ହେମସୁରପଡ଼ାର ୩ ନାବାଳକ ଟ୍ରକ୍‌ ଚାଳକଙ୍କ ଠାରୁ ଲୁଟ୍‌ କରିବାକୁ ଯୋଜନା ଚଲାଇଥିବା ବେଳେ ଜଗି ରହିଥିବା ପୋଲିସ ସେମାନଙ୍କୁ ମାଡ଼ି ବସିଥିଲା। ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ସହ ଛୁରି, ଦୁଇଟି ମୋବାଇଲ ଓ ନଗଦ ୭ ହଜାର ୫ ଶହ ଟଙ୍କା ପୋଲିସ ଜବତ କରିଥିଲା। ଏ ସଂକ୍ରାନ୍ତରେ ନଂ.୩୬୧/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି॥


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪: ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା ସୃଷ୍ଟି...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri