ଅନୁଗୋଳ ପୋଲିସର ଜୋରଦାର ଯାଞ୍ଚ

ଅନୁଗୋଳ ଅଫିସ, ୨୬।୨ – ବର୍ଷା ପାଗ ସତ୍ତ୍ୱେ ମଙ୍ଗଳବାର ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଜୋରଦାର ଚେକିଂ କରାଯାଇଛି। ସହର ଉପକଣ୍ଠରେ ନାକାବନ୍ଦୀ କରାଯାଇ ସମସ୍ତ ଗାଡ଼ି ଅଟକାଯାଇ ଯାଞ୍ଚ କରାଯାଇଥିଲା। ସକାଳୁ ଆରମ୍ଭ ହୋଇଥିବା ଏହି ତନଖି ଅପରାହ୍ନରେ ମଧ୍ୟ ଜାରି ରହିଥିଲା। ତେବେ ପାଗ ଏତେ ଖରାପ ସତ୍ତ୍ୱେ ହଠାତ୍‌ ଅନୁଗୋଳ ପୋଲିସ କାହିଁକି ଏପରି ଯାଞ୍ଚ କରିବାକୁ ମନ ବଳାଇଲା ତାହାକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି। କାଳେ ପାଗର ଫାଇଦା ଉଠାଇ ଲୁଟେରାମାନେ କିଛି ବଡ଼ଧରଣର ଲୁଟ୍‌ପାଟ କରିଦେବେ ସେହି ଆଶଙ୍କାରେ ପୋଲିସ ଏପରି ଚେଇଁ ଉଠିଥିବା ଚର୍ଚ୍ଚା ହେଉଛି।
ସହରବାସୀଙ୍କ କହିବା ଅନୁଯାୟୀ, ଅନେକ ସମୟରେ ଦୁର୍ବୃତ୍ତମାନେ ଅନୁଗୋଳ ପୋଲିସକୁ ଚକ୍‌ମା ଦେବାର ନଜିର ରହିଛି। ଏପରି କି ସ୍ପଷ୍ଟ ଦିବାଲୋକରେ ମଧ୍ୟ ସେମାନେ ରାସ୍ତାରେ ଲୁଟପାଟ କରିବା ସହ ଘରେ ପଶି କଳାକନା ବୁଲାଇ ଦେଉଛନ୍ତି। ତେଣୁ ପାଗ କୋହଲା ଥିବାରୁ କାଳେ ଲୁଟେରାମାନେ ପୋଲିସକୁ ଚ୍ୟାଲେଞ୍ଜ ଦେବେ ସେହି ଆଶଙ୍କାରେ ସହରରେ ଏପରି ଯାଞ୍ଚ କରାଯାଇଥିଲା। ସହର ଉପକଣ୍ଠ ପଞ୍ଚମହଲା ଓ କୁରୁଡ଼ୁଲରେ ନାକାବନ୍ଦୀ କରି ପୋଲିସ ଗାଡ଼ିଗୁଡ଼ିକ ଯାଞ୍ଚ କରିଥିଲା। କାଗଜପତ୍ର ସହ ଡିକି ଓ ପରିଚୟପତ୍ର ଦେଖିଥିଲା। ଯେଉଁ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଉଥିଲା ସେମାନଙ୍କୁ ଅଧିକ ପଚରା ଉଚରା କରୁଥିଲା। ଅପରାହ୍ନରେ ସହରର ଶୀତଲ ପ୍ଲାଜା ସମ୍ମୁଖରେ ଦୁଇଟି ଗାଡ଼ିରେ ଆସୁଥିବା ରାଜସ୍ଥାନୀ ତାୱା ବ୍ୟବସାୟୀଙ୍କୁ ତଢ଼ିବା ସହ ଥାନାକୁ ନେଇ ପଚରା ଉଚରା କରିଥିଲା। ଏ ସମ୍ପର୍କରେ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ଏହା ପୋଲିସର ନିୟମିତ ଚେକିଂ। ଯେଉଁମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି ସେମାନଙ୍କୁ ପଚରା ଉଚରା କରାଯାଇ ଛାଡ଼ି ଦିଆଯାଉଛି। ଅନ୍ୟପକ୍ଷରେ ରାଜସ୍ଥାନୀ ତାୱା ବ୍ୟବସାୟୀ କହିଛନ୍ତି, ଭୁବନେଶ୍ୱରରେ ବ୍ୟବସାୟ ସାରି ଦୁଇଟି ଗାଡ଼ିରେ ୯ ଜଣ ଫେରୁଥିଲୁ। ବାଟରେ ବର୍ଷା ପାଇଁ ସୋମବାର ରାତିରେ ଅନୁଗୋଳରେ ରହିଯାଇଥିଲୁ। ରାସ୍ତା ଖର୍ଚ୍ଚ ଉଠିଯିବ ଭାବି ମଙ୍ଗଳବାର ଅପରାହ୍ନ ଯାଏ ରହି ବ୍ୟବସାୟ କରୁଥିଲୁ। କିନ୍ତୁ ଘରକୁ ବାହାରିବା ବେଳକୁ ପୋଲିସ ଥାନାରେ ଆଣି ବସାଇ ଦେଇଥିବା କଥା ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri