ଅଧ୍ୟାପକ ପଦବୀ ପୂରଣ ଦାବିରେ ଧାରଣା

ବାରିପଦା ଅଫିସ, ୨୧ା୨- ବାରିପଦା ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ (ଏମ୍‌ିପିସି)ରେ ଖାଲି ପଡ଼ିଥିବା ଅଧ୍ୟାପକ ପୂରଣ ଦାବିରେ ଗୁରୁବାର ମାରିସା ସେନା ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେନାର କର୍ମକର୍ତ୍ତାମାନେ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାବିଦ୍ୟାଳୟରେ ୯୬ ଅଧ୍ୟାପକ ପଦବୀ ମଧ୍ୟରୁ ୬୧ଟି ଖାଲି ପଡ଼ିଛି। ଯାହା ଦ୍ୱାରା ପିଲାମାନଙ୍କ କୋର୍ସ ଠିକ୍‌ ଭାବେ ସରୁନାହିଁ ଓ ପ୍ରତ୍ୟେକ ଦିନ ଠିକ୍‌ ଭାବେ କ୍ଲାସ ମଧ୍ୟ ହେଉନାହିଁ। ସରକାରୀ ନିୟମ ଅନୁସାରେ ପରୀକ୍ଷା ସରିବାର ୨୦ରୁ ୪୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଏହା ହୋଇପାରୁନାହିଁ। ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ କରିବା, ପରୀକ୍ଷାଫଳ ୪୫ ଦିନ ଭିତରେ ପ୍ରକାଶ ପାଇବା,ସାନ୍ତାଳୀ ବିଭାଗର ଅଧା ନିର୍ମାଣ ହୋଇଥିବା ମ୍ୟୁଜିୟମକୁ ତୁରନ୍ତ ସମୂର୍ଣ୍ଣ କରିବା,୨୦୨୦-୨୧ ଶିକ୍ଷା ବର୍ଷରେ ମହାବିଦ୍ୟାଳୟର ଛାତ୍ରୀନିବାସ ଓ ଛାତ୍ରାବାସରେ ପିଲାମାନଙ୍କୁ ରଖିବା ଭଳି ୪ ଦଫା ଦାବି ସେନା ପକ୍ଷରୁ ଉପସ୍ଥାପନ କରାଯାଇଛି। ସକାଳ ୮ ଘଟିକା ସମୟରେ ସେନା ପକ୍ଷରୁ ତାଲା ବନ୍ଦ କରାଯାଇ ଧାରଣା ଦିଆଯାଇଥିଲା। ପରେ ମଧ୍ୟାହ୍ନ ୧୨ଟା ୩୦ରେ କଲେଜ ଅଧ୍ୟକ୍ଷା ଝରଣା ବେହେରା ଓ ଲକ୍ଷ୍ମୀପୋଷି ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଆସି ବୁଝାଶୁଝା କରିଥିଲେ। ଅଧ୍ୟକ୍ଷା ବେହେରା ଏ ନେଇ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେନା କର୍ମକର୍ତ୍ତା ବିକ୍ଷୋଭରୁ ହଟିଥିଲେ। ଆଗାମୀ ୧୫ ଦିନ ଭିତରେ ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ପୁନର୍ବାର ବିକ୍ଷୋଭ କରାଯିବ ବୋଲି ମାରିସା ସେନାର ସଭାପତି ଅର୍ଜୁନ ମୁର୍ମୁ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାଜ ହେମ୍ବ୍ରମ, ଲକ୍ଷ୍ମଣ ସୋରେନ୍‌, ବାବୁଲି ମାର୍ଣ୍ଡି, ରବୀନ୍ଦ୍ର ସୋରେନ୍‌, ରାଜ ହେମ୍ବ୍ରମ, ଲକ୍ଷ୍ମଣ ସୋରେନ୍‌, ବାବୁଲୁ ମାର୍ଣ୍ଡି,କଳ୍ପନା ନାଏକଙ୍କ ସମେତ ଏକାଧିକ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ,, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

ଭବିଷ୍ୟତରେ ବିଚାରପତି ହେବି: ଅନ୍ବେଷା

କୁଆଁରମୁଣ୍ଡା,୨୪।୫(ମହେନ୍ଦ୍ର କୁମାର ସାହୁ): ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର +୨ ପରୀକ୍ଷା ଫଳରେ ୯୬.୮୩ ପ୍ରତିଶତ ନମ୍ବର ରଖିଥିବା ସୁନ୍ଦରଗଡ଼ ଜିଲାର ଝିଅ ଅନ୍ବେଷା ପରିଜା…

ମଦ୍ୟପ ପୁଅର ଉନ୍ମକ୍ତ କାଣ୍ଡ, ନିଶାଶକ୍ତ ଅବସ୍ଥାରେ ମା’କୁ ପିଟିପିଟି ମାରିଦେଲେ

ରାଜକନିକା,୨୪।୫(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳ ବଳରାମପୁର ପଞ୍ଚାୟତ ପାତୁଳି ଗାଁରେ ଶନିବାର ବିଳମ୍ଵିତ ରାତ୍ରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା ।…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri