ଅଧ୍ୟାପକ ପଦବୀ ପୂରଣ ଦାବିରେ ଧାରଣା

ବାରିପଦା ଅଫିସ, ୨୧ା୨- ବାରିପଦା ତକତପୁରସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ (ଏମ୍‌ିପିସି)ରେ ଖାଲି ପଡ଼ିଥିବା ଅଧ୍ୟାପକ ପୂରଣ ଦାବିରେ ଗୁରୁବାର ମାରିସା ସେନା ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେନାର କର୍ମକର୍ତ୍ତାମାନେ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାବିଦ୍ୟାଳୟରେ ୯୬ ଅଧ୍ୟାପକ ପଦବୀ ମଧ୍ୟରୁ ୬୧ଟି ଖାଲି ପଡ଼ିଛି। ଯାହା ଦ୍ୱାରା ପିଲାମାନଙ୍କ କୋର୍ସ ଠିକ୍‌ ଭାବେ ସରୁନାହିଁ ଓ ପ୍ରତ୍ୟେକ ଦିନ ଠିକ୍‌ ଭାବେ କ୍ଲାସ ମଧ୍ୟ ହେଉନାହିଁ। ସରକାରୀ ନିୟମ ଅନୁସାରେ ପରୀକ୍ଷା ସରିବାର ୨୦ରୁ ୪୫ ଦିନ ମଧ୍ୟରେ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଏହା ହୋଇପାରୁନାହିଁ। ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ କରିବା, ପରୀକ୍ଷାଫଳ ୪୫ ଦିନ ଭିତରେ ପ୍ରକାଶ ପାଇବା,ସାନ୍ତାଳୀ ବିଭାଗର ଅଧା ନିର୍ମାଣ ହୋଇଥିବା ମ୍ୟୁଜିୟମକୁ ତୁରନ୍ତ ସମୂର୍ଣ୍ଣ କରିବା,୨୦୨୦-୨୧ ଶିକ୍ଷା ବର୍ଷରେ ମହାବିଦ୍ୟାଳୟର ଛାତ୍ରୀନିବାସ ଓ ଛାତ୍ରାବାସରେ ପିଲାମାନଙ୍କୁ ରଖିବା ଭଳି ୪ ଦଫା ଦାବି ସେନା ପକ୍ଷରୁ ଉପସ୍ଥାପନ କରାଯାଇଛି। ସକାଳ ୮ ଘଟିକା ସମୟରେ ସେନା ପକ୍ଷରୁ ତାଲା ବନ୍ଦ କରାଯାଇ ଧାରଣା ଦିଆଯାଇଥିଲା। ପରେ ମଧ୍ୟାହ୍ନ ୧୨ଟା ୩୦ରେ କଲେଜ ଅଧ୍ୟକ୍ଷା ଝରଣା ବେହେରା ଓ ଲକ୍ଷ୍ମୀପୋଷି ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଆସି ବୁଝାଶୁଝା କରିଥିଲେ। ଅଧ୍ୟକ୍ଷା ବେହେରା ଏ ନେଇ ଉଚ୍ଚଶିକ୍ଷା ବିଭାଗକୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେନା କର୍ମକର୍ତ୍ତା ବିକ୍ଷୋଭରୁ ହଟିଥିଲେ। ଆଗାମୀ ୧୫ ଦିନ ଭିତରେ ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ପୁନର୍ବାର ବିକ୍ଷୋଭ କରାଯିବ ବୋଲି ମାରିସା ସେନାର ସଭାପତି ଅର୍ଜୁନ ମୁର୍ମୁ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରାଜ ହେମ୍ବ୍ରମ, ଲକ୍ଷ୍ମଣ ସୋରେନ୍‌, ବାବୁଲି ମାର୍ଣ୍ଡି, ରବୀନ୍ଦ୍ର ସୋରେନ୍‌, ରାଜ ହେମ୍ବ୍ରମ, ଲକ୍ଷ୍ମଣ ସୋରେନ୍‌, ବାବୁଲୁ ମାର୍ଣ୍ଡି,କଳ୍ପନା ନାଏକଙ୍କ ସମେତ ଏକାଧିକ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri