ଅଧାପନ୍‌ତରିଆ ହେଇ ପଡ଼ିଛେ ପ୍ରକଳ୍ପ: ପାଏନ୍‌ ଲାଗି ଡହକ୍‌ବିକଲ ଲରିଆବାହାଲବାସୀ

ଡୁଙ୍ଗୁରିପାଲି, ୩ା୬(ଡି.ଏନ୍‌.ଏ) : କେନ୍ଦ୍ର ଆର ରାଏଜ୍‌ ସରକାର ଗାଁଗଁଲିରୁ ସହର ତକ୍‌ ସବୁ ଲୁକ୍‌କୁ ନିରମଲ ପିଇଲା ପାଏନ୍‌ ଯୁଗେଇ ଦେବାକେ ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦାଇତିଅରେ ଥିବାର ଅଧ୍‌କାରୀ, କରମ୍‌ଚାରୀ, ଜନପରତିନିଧିମାନକର ଆଁତରିକତା ଅଭାବୁ ସରକାରକଁର ଇ ମହତ୍‌ ଯୋଜନା ଅନେକ ଜାଗାରେ ବାଟବନା ହେଉଛେ। ଅନେକ୍‌ ଜାଗାରେ ଲୋକ୍‌ ବଛରକୁତା ପାନି ସମସିଆ ସଂଗେ ଯୁଝୁଥିଲାବେଲେ ଖରା ଦିନେ ସମସିଆଟା ଦୁଇଗୁନା ହେଇଯାଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ପଁଚେତ୍‌ରେ।
ସୂଚନା ଅନ୍‌ସାରେ ବୈଦୁପାଲି ପଁଚେତ୍‌ ଲରିଆବାହାଲ ଗାଁ ୪ଟା ଓ୍ବାର୍ଡକେ ନେଇ ଗଠିତ। ଗାଁରେ ପାଖାପାଖି ୩ ହଜାରୁ ଅଧ୍‌କା ଲୋକ୍‌ ବାସ କରୁଛନ୍‌। ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ଗାଁରେ ୫ଟା ନଲ୍‌ଚୁଆଁ ରହିଛେ। ହେଲେ ନଲ୍‌ଚୁଆଁମାନ୍‌କେ ଦୂଷିତ ପାଏନ୍‌ ବାହାରୁଥିଲାବେଲେ ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର। ଇଆଡ଼େ ମୁଡ଼ଫଟା ଖରା ତାତିର ଲାଗି ଗାଁର ବଁଧ୍‌କଟା ଦରଶୁଖା ହେଇ ପାଏନ୍‌ ଗୁଲିଆ ହେଇଗଲାନ। ଏନ୍‌ତାଥି ଗାଁବାସୀ ଉପେ ଶୂଇନ୍‌ ହେଇ ବଁଧ୍‌କଟା, ଖୁଲାଚୁଆଁର ଦୂଷିତ୍‌ ପାଏନ୍‌ ବେଭାର କରୁଥିବାର ଓ୍ବାର୍ଡ ମେମ୍ବର ବନମାଳୀ ପୋଢ଼ କହିଛନ୍‌। ଇଆଡ଼େ ଗାଁବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗ ତରୁଫୁ ୨୦୧୮-୧୯ ଆର୍‌ଥିକ ବଛରରେ ଗୁଟେ ପାଏନ୍‌ ପ୍ରକଳ୍ପ କାମ ମୂଲ ହେଇଛେ। ହେଲେ ୩୦ ହଜାର ଲିଟର କ୍ଷମତାର ଓଭରହେଡ ଟ୍ୟାଙ୍କ ଆର ୫୦ ହଜାର ଟିଲର କ୍ଷମତା ଥିବାର ଗୁଟେ ଭୂତଲ ଟ୍ୟାଙ୍କ କାମ୍‌ ବହୁତ ଦିନ୍‌ ହେଲା ଅଧାପନତରିଆ ହେଇ ପଡ଼ିଛେ। ପ୍ରକଳ୍ପ ପୂରା ହେଲେ ଫଟାମୁଣ୍ଡାରେ ଥିବାର ଆରଡବ୍ଲୁଏସ୍‌ଏସ୍‌ ବିଭାଗର ବୋରିଂରୁ ପାଇପ୍‌ରେ ଲରିଆବାହାଲ ପକଳ୍ପକେ ପାଏନ୍‌ ଯୁଗେଇ ଦିଆଯିବା। ସେ ପାଏନ୍‌ ଭୂତଲ ଟ୍ୟାଙ୍କରେ ଜମା ହେଲା ଉତାରୁ ଓଭରହେଡ ଟ୍ୟାଙ୍କକେ ଚଢ଼େଇ ଗାଁବାସୀକୁ ପାଏନ୍‌ ଯୁଗେଇ ଦିଆଯିବାର ଯୋଜନା ରହିଛେ। ହେଲେ ଗାଁରେ ଚାଲିଥିବାର ପ୍ରକଳ୍ପରେ ସୂଚନା ଫଲକ ଅଭାବୁ ଗାଁବାସୀ ପ୍ରକଳ୍ପ ବାବ୍‌ଦେ ଅଁଧାରେ ରହିଛନ୍‌। ଇଟା କେତେ ଟଁକାର ପ୍ରକଳ୍ପ, କେଭେ ଆରମ୍‌ କେଭେ ଶେଷ୍‌ ଗାଁବାସୀ କିଛି ନାଇଁ ଜାନିପାରୁଥିବାର ଅଭିଯୋଗ କରିଛନ୍‌। ଇଆଡ଼େ ଖରା ଝାଉରେ ଗାଁବାସୀ ପିଇଲା ପାଏନ୍‌ ଲାଗି ନାନା ସମସିଆ ସଂଗେ ଯୁଝୁଛନ୍‌। ଇ ଘଟନା ବାବ୍‌ଦେ ଡୁଙ୍ଗୁରିପାଲି ବିଡିଓ ସହଦେବ ସମାଧିଆକୁଁ ପଚରାଲାରୁ ନିହାତି ଭାବେ ଗାଁବାସୀକର ପିଇଲା ପାଏନ୍‌ ସୁବିଧା କରାଯିବା, ଯଦି ନଲ୍‌ଚୁଆଁରୁ ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର ଲୁକ୍‌କୁ ଟ୍ୟାଙ୍କରରେ ପିଇଲା ପାଏନ୍‌ ଯୁଗେଇ ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଆର୍‌ଡବ୍ଲୁଏସ୍‌ଏସ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ରଞ୍ଜନ ପୁଟେଲକୁଁ ପଚରାଲାରୁ ପ୍ରକଳ୍ପ ପୂରା ହେବାକେ ଆର ୩ରୁ ୪ମାସ ସମିଆ ଲାଗ୍‌ବା, କାମ୍‌ ସଏଲେ ଲୋକ୍‌ ଠିକ୍‌ ହିସାବେ ପାଏନ୍‌ ପାଏବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri