ଅଡିଟ୍‌ ଧରିଲା ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି

ରଣପୁର,୧୦ା୯(ସ୍ବ.ପ୍ର.): ନୟାଗଡ ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି ହୋଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ଅଖା ଅଥବା ଅଖା ବାବଦ ଟଙ୍କା ନ ଦେବାରୁ ଅଡିଟ୍‌ ଧରିଛି। ଏ ଅବସରରେ ଅଡିଟ୍‌ କ୍ଲିଅରାନ୍ସ ପାଇଁ ଅଖା ପିଛା ୨୦ ଟଙ୍କା ହିସାବରେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ୨ବର୍ଷର ଅର୍ଥ ଫେରାଇବାକୁ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ୨୩୬ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ୨ବର୍ଷର ଅଖା ଏକ ସମୟରେ ମାଗିଲେ କେଉଁଠୁ ଆଣିବେ ସେ ନେଇ ପ୍ରଧାନଶିକ୍ଷକମାନେ ଚିନ୍ତାରେ ପଡିଛନ୍ତି। ଅନ୍ୟପକ୍ଷରେ ଏତେ ସଂଖ୍ୟକ ଅଖା ଷ୍ଟକ୍‌ରେ ରଖିବା ସମ୍ଭବ ହୋଇ ନ ଥିବାବେଳେ ଅଖା ପିଛା ୨୦ଟଙ୍କା ଆଦାୟକୁ ଶିକ୍ଷକ ସଂଘ ବିରୋଧ କରିଛି । ବ୍ଳକ ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ପ୍ରତ୍ୟାହାର ନ କଲେ ଆନ୍ଦୋଳନ କରାଯିବ ବୋଲି ସଂଘ ଧମକ ଦେଇଛି।
୫ରୁ ୬କେଜି ଚାଉଳ ଉଭାନ
ମଧ୍ୟାହ୍ନଭୋଜନ ଚାଉଳ ବସ୍ତା ସହ ୫୧ କେଜି ଦେବା ପାଇଁ ନିର୍ଦ୍ଦେଶ ରହିଛି । ତେବେ ପ୍ରତି ଅଖା ପିଛା ୫ରୁ ୬କେଜି ସବୁବେଳେ କମ୍‌ ରହୁଛି। ସ୍କୁଲ ଓ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ସମୟରେ ବସ୍ତା ପିଛା ୫ରୁ ୬କେଜି କମ ରହୁଥିବା ବ୍ଲକ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳିନି। ଏପରିସ୍ଥଳେ ପ୍ରଧାନଶିକ୍ଷକ ୫ରୁ ୬କେଜି ଚାଉଳ କେଉଁଠାରୁ ଭରଣା କରିବେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରତି ଅଖାରୁ ୫ରୁ ୬କେଜି ଚାଉଳ କିଏ ନେଉଛି ତା’ର ତଦନ୍ତ କରାଗଲେ ଦୁର୍ନୀତି ପଦାକୁ ଆସିବ ବୋଲି କୁହାଯାଇଛି।
ଚାପରେ ଶିକ୍ଷକ
ଛାତ୍ରୀଛାତ୍ରଙ୍କ କ୍ରୀଡା ଉପକରଣ କିଣିବାକୁ ପ୍ରାଥମିକ ବିଦ୍ୟାଳୟକୁ ୫ ହଜାର ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୦ ହଜାର ଟଙ୍କା ଅନୁଦାନ ଆସିଛି । ହେଲେ ପ୍ରଧାନ ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ଏହି ଟଙ୍କା ଖର୍ଚ୍ଚ କରିପାରିବେନି ବୋଲି ବ୍ଲକ ଶିକ୍ଷା ଅଧିକାରୀ ଅଲିଖିତ ନିର୍ଦ୍ଦେଶନାମା ଦେଇଛନ୍ତି। ନିର୍ଦ୍ଦେଶ ଅନୁସାରେ ସିଆର୍‌ସିସିମାନେ ଏହି ଟଙ୍କାରେ ନୟାଗଡର ଏକ ନିର୍ଦ୍ଦିଷ୍ଟ ଦୋକାନରୁ ଉପକରଣ କିଣି ସ୍କୁଲକୁ ଦେବେ। ପ୍ରଧାନଶିକ୍ଷକ ଟଙ୍କା ଉଠାଇ ସିଆର୍‌ସିସିଙ୍କୁ ଦେବେ। ଯଦି ଦୁର୍ନୀତି ହେବ ପୁଣି ପ୍ରଧାନଶିକ୍ଷକଙ୍କ ଉପରେ ଦୋଷ ଲଦାଯିବ। ପ୍ରତିବାଦ କଲେ ଦୋଷ, ନ କଲେ ବି ଦୋଷ । ଏଣୁ ଚାପରେ ଶିକ୍ଷକମାନେ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି । ନୟାଗଡ଼ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଜିଲା ସଭାପତି ଜ୍ୟୋତି ରଞ୍ଜନ ଦାଶ କୁହନ୍ତି, ଶିକ୍ଷକମାନଙ୍କ ପ୍ରତି ଅନ୍ୟାୟ ବଢ଼ୁଛି। ଶିକ୍ଷା ବିଭାଗ ଏହାର ନିରାକରଣ ନ କଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ। ଜିଲା ଶିକ୍ଷା ଅଧିକାରୀ ଶିବ ଶଙ୍କର ପ୍ରଧାନ କୁହନ୍ତି, ଶିକ୍ଷା ବିଭାଗର ନିର୍ଦ୍ଦେଶ ଅଛି, ଅଡିଟ୍‌ ଧରିଛି, ଅଖା ଟଙ୍କା ଫେରାଇବାକୁ ପଡିବ। ଏଥିପାଇଁ ବସ୍ତା ପିଛା ୨୦ ଟଙ୍କା ନ ଦେଲେ ଆଇନଗତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri