Posted inଜାତୀୟ

ଅଟା ତରଳ କି କଠିନ ରାହୁଲ ଗାନ୍ଧୀ ଜାଣନ୍ତି ନାହିଁ: ସମ୍ବିତ ପାତ୍ର

ନୂଆଦିଲ୍ଲୀ,୪।୯: ଦରଦାମ୍‌ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଦଳ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଅନୁଷ୍ଠିତ ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋର୍‌ଦାର ବର୍ଷିଛନ୍ତି। ମୋଦି ଭୟ ଓ ଘୃଣାର ପ୍ରସାର କରି ଦେଶକୁ ଦୁର୍ବଳ କରିଦେଲେଣି। ଦେଶ ବିଭାଜନକାରୀ ଭାଜପା-ଆର୍‌ଏସ୍‌ଏସ୍‌ ନୀତିକୁ ମିଳିତ ବିରୋଧୀ ଦଳ ପରାଜିତ କରିବେ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଭାଷଣକୁ ଭାଜପା ଟାର୍ଗେଟ କରିଛି। ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ ୨୦୧୪ ଠାରୁ ଏହା କହିଆସୁଛନ୍ତି ଏବଂ ତାଙ୍କ ଭାଷଣରେ କ୍ରୋଧ ଏବଂ ଘୃଣା ଦେଖାଯାଉଛି। ରାହୁଲ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ବାଖ୍ୟା କରିବାବେଳେ ଅଟାକୁ ଲିଟରରେ ପରିଣତ କରିଛନ୍ତି। ଆଳୁ ମାଟି ତଳେ କି ଉପରେ ହୁଏ, ଅଟା କଠିନ କି ତରଳ ସେ ଜାଣନ୍ତି ନାହିଁ। କିନ୍ତୁ ପ୍ରତ୍ୟେକ ବିଷୟ ଉପରେ କହିବା କେବଳ ସେ ଜାଣନ୍ତି।
ସମ୍ବିତ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଜୀ ଏବଂ ସୋନିଆ ଜୀ ୫ ହଜାର କୋଟି ଟଙ୍କା ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ଜାମିନରେ ଆସିଛନ୍ତି, ତଦନ୍ତ ଚାଲିଛି। ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନେ ଭାବୁଥିଲେ ଦୁର୍ନୀତି ହେଉଛି ସେମାନଙ୍କର ଜନ୍ମଗତ ଅଧିକାର, ଆଜି ସେମାନେ ଭୟଭୀତ। ଏହି ଭୟ ହେତୁ ରାହୁଲଙ୍କ ଭାଷଣରେ ଘୃଣା ଏବଂ କ୍ରୋଧ ଦୃଶ୍ୟମାନ ହେଉଥିଲା। ଆଜି କଂଗ୍ରେସ ଦଳ କେବଳ ଦୁଇ ଜଣଙ୍କ ଦଳ ହୋଇ ରହିଛି। ପାର୍ଟି ଦୁଇ ପରିବାର ସଦସ୍ୟଙ୍କୁ ବଞ୍ଚାଇବା ପାଇଁ ରାମଲିଲା ମଇଦାନକୁ ଯାଇଥିଲେ।
ସୂଚନାଯୋଗ୍ୟ, ରାମଲୀଳା ମଇଦାନରେ ଅନୁଷ୍ଠିତ ‘ମହଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ ରାଲିରେ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ଆକାଶଛୁଆଁ ହୋଇଛି। ବେରୋଜଗାରୀ ଶୀର୍ଷ ଛୁଇଁଲାଣି। ମୋଦି ଭୟ ଓ ଘୃଣାର ପ୍ରସାର କରି ପଡୋଶୀ ଦେଶକୁ ଉପକୃତ କରାଇବା ସହ ଭାରତକୁ ଦୁର୍ବଳ କରାଉଛନ୍ତି। ଦୁଇଜଣ ବଡ଼ ଶିଳ୍ପପତିଙ୍କ ଫାଇଦା ପାଇଁ ସେ ୨୪ ଘଣ୍ଟା କାମ କରୁଛନ୍ତି। ସେମାନେ ଗଣମାଧ୍ୟମ ସମେତ ପ୍ରଧାନମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରୁଛନ୍ତି। ଏହି ଦୁଇ ଶିଳ୍ପପତି ଏବଂ ଗଣମାଧ୍ୟମର ସହଯୋଗ ବିନା ମୋଦି କଦାପି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ, ଏହା ନିଶ୍ଚିତ ବୋଲି ରାହୁଲ କହିଛନ୍ତି।
ରାହୁଲ ମହଙ୍ଗାଇ ଉପରେ କହିଥିଲେ, ଅଟା ଲିଟର ୨୨ ଟଙ୍କାରେ ମିଳୁଥିଲାବେଳେ ଏବେ ତାହା ବଢ଼ି ୪୦ ଟଙ୍କାରେ ପହଞ୍ଚତ୍ଲାଣି। ସଙ୍ଗେ ସଙ୍ଗେ ସେ ନିଜର ଭୁଲ୍‌ ଜାଣିପାରି ତାହାକୁ ସଂଶୋଧନ କରିନେଇଥିଲେ। ତେବେ ପାଟିରୁ ଖସିଯାଇଥିବା ଏହି ଭୁଲ୍‌କୁ ନେଇ ସେ ସୋସିଆଲ ମିଡିଆରେ ଟ୍ରୋଲ୍‌ ହୋଇଛନ୍ତି। ତାଙ୍କ ଭୁଲ୍‌ ଉକ୍ତିର ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଘୂରିବୁଲୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

ଗଞ୍ଜାମ ପୋଲିସ ଜିଲାରେ ସ୍ବତନ୍ତ୍ର ଡ୍ରାଇଭ୍‌: ୪୪୪ ଓ୍ବାରେଣ୍ଟି କାର୍ଯ୍ୟକାରୀ

ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ…

ଇତିହାସ ରଚିଲେ ବିରାଟ, ୫୦୦ ରନ କରି କଲେ ଏମିତି ରେକର୍ଡ ଯାହା ଭାଙ୍ଗିବା ହେବ ଅସମ୍ଭବ!

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କୁ ‘ରେକର୍ଡର ରାଜା’ ଖାଲିଟାରେ କୁହାଯାଏ ନାହିଁ। ସେ ଏବେ ଇଣ୍ଡିଆନ ପ୍ରିମିୟର ଲିଗରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଭାଙ୍ଗିବା…

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

NEET ପେପର ଲିକ୍ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ, ଶିକ୍ଷାମନ୍ତ୍ରୀଙ୍କୁ କାହିଁକି….

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ଉଠାଇ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri