Posted inଫୁରସତ

ଅଜବ ଓ୍ବାଟରିଂ କ୍ୟାନ୍‌

ଫୁଲଗଛରେ ଜଳସିଞ୍ଚନ ପାଇଁ ସାଧାରଣତଃ ଓ୍ବାଟରିଂ କ୍ୟାନ୍‌ର ବ୍ୟବହାର କରାଯାଇଥାଏ। ହେଲେ ଏବେ ମାର୍କେଟ୍‌ରେ ଏମିତି କିଛି ଅଜବ ଡିଜାଇନ୍‌ର ଓ୍ବାଟରିଂ କ୍ୟାନ୍‌ ମିଳିଲାଣି, ଯାହା ଗଛରେ ପାଣି ଦେବାରେ ସାହାଯ୍ୟ କରିବା ସହ ବଗିଚାର ଶୋଭାବର୍ଦ୍ଧନ ମଧ୍ୟ କରିପାରିବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବହୁରୂପୀ ଏଣ୍ଡୁଅ ଶେପ୍‌ର ଓ୍ବାଟରିଂ କ୍ୟାନ୍‌: ଏଠାରେ ଯେଉଁ ଓ୍ବାଟରିଂ କ୍ୟାନ୍‌ କଥା କୁହାଯାଉଛି, ତାହା ବହୁରୂପୀ ଏଣ୍ଡୁଅ ଡିଜାଇନ୍‌ର ହୋଇଥାଏ ସତ; ହେଲେ ରଙ୍ଗ ବଦଳାଇ ପାରେନାହିଁ। କିନ୍ତୁ ଏହା ସାହାଯ୍ୟରେ ଗଛରେ ପାଣି ଦେଲା ବେଳେ ଏକ ନିଆରା ଲୁକ୍‌ ନିଶ୍ଚୟ ମିଳିଥାଏ।

ଗାର୍ଡେନ୍‌ ଟୁଲ୍ସ ଓ୍ବାଟରିଂ କ୍ୟାନ୍‌: ଏହି ଓ୍ବାଟରିଂ କ୍ୟାନ୍‌ ସାହାଯ୍ୟରେ କେବଳ ଗଛରେ ପାଣି ଦେଇହେବ ତାହା ନୁହେଁ, ଏଥିରେ ଖଞ୍ଜା ହୋଇଥିବା ବିଭିନ୍ନ ଗାର୍ଡେନ ଟୁଲ୍ସ ସାହାଯ୍ୟରେ ବଗିଚାରେ ଗାତ ଖୋଳିବା, ଅନାବନା ଗଛକୁ ମଧ୍ୟ ଉପୁଡ଼ା ଯାଇପାରିବ।

ଫୁଲ ଶେପ୍‌ର ଓ୍ବାଟରିଂ କ୍ୟାନ୍‌: ଫୁଲଗଛରେ ପାଣିଦେବା ପାଇଁ ଫୁଲ ଶେପ୍‌ ଓ୍ବାଟରିଂ କ୍ୟାନ୍‌ର ବ୍ୟବହାର କରିବା ସତରେ ଏକ ନିଆରା ଦୃଶ୍ୟ ନୁହେଁ କି! ଆଜିକାଲି ମାର୍କେଟ୍‌ରେ ବିଭିନ୍ନ ଫୁଲ ଡିଜାଇନ୍‌ର ଓ୍ବାଟରିଂ କ୍ୟାନ୍‌ ମିଳିଲାଣି, ଯାହା ସୁନ୍ଦର ଦେଖାଯିବା ସହ ଇନ୍‌ଡୋର୍‌ କିମ୍ବା ଆଉଟ୍‌ଡୋର୍‌ ଗାର୍ଡେନ୍‌କୁ ଆକର୍ଷଣୀୟ ଲୁକ୍‌ ଦେଇପାରିବ।

ବି ଓ୍ବାଟରିଂ କ୍ୟାନ୍‌: ମହୁମାଛି ସଦୃଶ ଏହି ଓ୍ବାଟରିଂ କ୍ୟାନ୍‌ ଦେଖିବାକୁ ଯେମିତି ସୁନ୍ଦର ଲାଗିଥାଏ, ଏହା ସାହାଯ୍ୟରେ ଫୁଲଗଛରେ ପାଣିଦେବା ବି ସେମିତି ସହଜ ହୋଇଥାଏ।

ପକ୍ଷୀଙ୍କ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌: ଏବେ ମାର୍କେଟ୍‌ରେ ବିଭିନ୍ନ ପକ୍ଷୀମାନଙ୍କ ଶେପ୍‌ରେ ବି ଓ୍ବାଟରିଂ କ୍ୟାନ୍‌ ଉପଲବ୍ଧ ହେଲାଣି। ଖାସ୍‌ କରି ହଂସ, ରାଜହଂସ, ବତକ, ପେଚା ତଥା କୁକୁଡ଼ା ଇତ୍ୟାଦି ପକ୍ଷୀଙ୍କ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌ର ଭଲ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ତେବେ ଏହି ପକ୍ଷୀ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌ ସାହାଯ୍ୟରେ ଫୁଲଗଛରେ ପାଣି ଦେଇହେବ ନଚେତ୍‌ ଏହାକୁ ବଗିଚାରେ ସଜେଇ ବଗିଚାର ଶୋଭା ବୃଦ୍ଧି କରିହେବ।

ସ୍ପେଶ୍‌ ସେଭିଂ ଓ୍ବାଟରିଂ କ୍ୟାନ୍‌ ଉଇଥ୍‌ ରୋଟେଟିଂ ସ୍ପାଉଟ୍‌: ସାଧାରଣତଃ ଓ୍ବାଟରିଂ କ୍ୟାନ୍‌ଗୁଡ଼ିକରେ ଥିବା ସ୍ପାଉଟ୍‌ ବା ପାଣିଛିଞ୍ଚା ନଳୀ ଉପରକୁ ଉଠିକି ରହିଥାଏ। ହେଲେ ଏଠାରେ ଯେଉଁ ସ୍ପାଉଟ୍‌ କଥା କୁହାଯାଉଛି, ତାହା ରୋଟେଟିଂ ସିଷ୍ଟମ୍‌ରେ ଥାଏ। ଯେତେବେଳେ ଗଛରେ ପାଣିଦେବାର ଥିବ, ସେତେବେଳେ ସ୍ପାଉଟ୍‌କୁ ମୋଡ଼ି ଉପରକୁ ଉଠାଇପାରିବେ ନଚେତ୍‌ ଏହାକୁ ଓଲଟା ମୋଡ଼ି ସ୍ପେଶ୍‌ ସେଭିଂ କରିପାରିବେ।

ମୂଷା ଶେପ୍‌ର ଓ୍ବାଟରିଂ କ୍ୟାନ୍‌: ଅବିକଳ ମୂଷା ପରି ଦେଖାଯାଉଥିବା ଏହି ଓ୍ବାଟରିଂ କ୍ୟାନ୍‌ଗୁଡ଼ିକ ବି ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ହାତୀ ଶେପ୍‌ର ଓ୍ବାଟରିଂ କ୍ୟାନ୍‌: ହାତୀ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌ ବି ବହୁତ ସୁନ୍ଦର ଦେଖାଯାଇଥାଏ। ହାତୀ ଶୁଣ୍ଢ ଦେଇ ଫୁଲଗଛରେ ପାଣି ଦେଲାବେଳେ ଲାଗେ ସତେ ଯେମିତି ଛୋଟ କୁନି ହାତୀଟିଏ ତା’ର କୁନି ଶୁଣ୍ଢରେ ଫୁଲ ଗଛରେ ପାଣି ଦେଉଛି।

ମାଛ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌: ବିଭିନ୍ନ ପ୍ରକାର ମାଛ ଶେପ୍‌ରେ ବି ଓ୍ବାଟରିଂ କ୍ୟାନ୍‌ ଆସୁଛି, ଯାହା ଦେଖିବାକୁ ସୁନ୍ଦର ଲାଗିବା ସହ ନିଆରା ଅନୁଭୂତି ଦେଇପାରୁଛି।

କେବଳ ଏତିକି ନୁହେଁ, ଆହୁରି ଅନେକ ଅଜବ ଅଜବ ଡିଜାଇନ୍‌ବାଲା ଓ୍ବାଟରିଂ କ୍ୟାନ୍‌ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି, ଯାହାକୁ ଗ୍ରାହକ ନିଜ ପସନ୍ଦ ମୁତାବକ କିଣି ଗଛରେ ପାଣିଦେବା ସହ ବଗିଚାର ଶୋଭାବର୍ଦ୍ଧନ ମଧ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?