Posted inଫୁରସତ

ଅଜବ ଓ୍ବାଟରିଂ କ୍ୟାନ୍‌

ଫୁଲଗଛରେ ଜଳସିଞ୍ଚନ ପାଇଁ ସାଧାରଣତଃ ଓ୍ବାଟରିଂ କ୍ୟାନ୍‌ର ବ୍ୟବହାର କରାଯାଇଥାଏ। ହେଲେ ଏବେ ମାର୍କେଟ୍‌ରେ ଏମିତି କିଛି ଅଜବ ଡିଜାଇନ୍‌ର ଓ୍ବାଟରିଂ କ୍ୟାନ୍‌ ମିଳିଲାଣି, ଯାହା ଗଛରେ ପାଣି ଦେବାରେ ସାହାଯ୍ୟ କରିବା ସହ ବଗିଚାର ଶୋଭାବର୍ଦ୍ଧନ ମଧ୍ୟ କରିପାରିବ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବହୁରୂପୀ ଏଣ୍ଡୁଅ ଶେପ୍‌ର ଓ୍ବାଟରିଂ କ୍ୟାନ୍‌: ଏଠାରେ ଯେଉଁ ଓ୍ବାଟରିଂ କ୍ୟାନ୍‌ କଥା କୁହାଯାଉଛି, ତାହା ବହୁରୂପୀ ଏଣ୍ଡୁଅ ଡିଜାଇନ୍‌ର ହୋଇଥାଏ ସତ; ହେଲେ ରଙ୍ଗ ବଦଳାଇ ପାରେନାହିଁ। କିନ୍ତୁ ଏହା ସାହାଯ୍ୟରେ ଗଛରେ ପାଣି ଦେଲା ବେଳେ ଏକ ନିଆରା ଲୁକ୍‌ ନିଶ୍ଚୟ ମିଳିଥାଏ।

ଗାର୍ଡେନ୍‌ ଟୁଲ୍ସ ଓ୍ବାଟରିଂ କ୍ୟାନ୍‌: ଏହି ଓ୍ବାଟରିଂ କ୍ୟାନ୍‌ ସାହାଯ୍ୟରେ କେବଳ ଗଛରେ ପାଣି ଦେଇହେବ ତାହା ନୁହେଁ, ଏଥିରେ ଖଞ୍ଜା ହୋଇଥିବା ବିଭିନ୍ନ ଗାର୍ଡେନ ଟୁଲ୍ସ ସାହାଯ୍ୟରେ ବଗିଚାରେ ଗାତ ଖୋଳିବା, ଅନାବନା ଗଛକୁ ମଧ୍ୟ ଉପୁଡ଼ା ଯାଇପାରିବ।

ଫୁଲ ଶେପ୍‌ର ଓ୍ବାଟରିଂ କ୍ୟାନ୍‌: ଫୁଲଗଛରେ ପାଣିଦେବା ପାଇଁ ଫୁଲ ଶେପ୍‌ ଓ୍ବାଟରିଂ କ୍ୟାନ୍‌ର ବ୍ୟବହାର କରିବା ସତରେ ଏକ ନିଆରା ଦୃଶ୍ୟ ନୁହେଁ କି! ଆଜିକାଲି ମାର୍କେଟ୍‌ରେ ବିଭିନ୍ନ ଫୁଲ ଡିଜାଇନ୍‌ର ଓ୍ବାଟରିଂ କ୍ୟାନ୍‌ ମିଳିଲାଣି, ଯାହା ସୁନ୍ଦର ଦେଖାଯିବା ସହ ଇନ୍‌ଡୋର୍‌ କିମ୍ବା ଆଉଟ୍‌ଡୋର୍‌ ଗାର୍ଡେନ୍‌କୁ ଆକର୍ଷଣୀୟ ଲୁକ୍‌ ଦେଇପାରିବ।

ବି ଓ୍ବାଟରିଂ କ୍ୟାନ୍‌: ମହୁମାଛି ସଦୃଶ ଏହି ଓ୍ବାଟରିଂ କ୍ୟାନ୍‌ ଦେଖିବାକୁ ଯେମିତି ସୁନ୍ଦର ଲାଗିଥାଏ, ଏହା ସାହାଯ୍ୟରେ ଫୁଲଗଛରେ ପାଣିଦେବା ବି ସେମିତି ସହଜ ହୋଇଥାଏ।

ପକ୍ଷୀଙ୍କ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌: ଏବେ ମାର୍କେଟ୍‌ରେ ବିଭିନ୍ନ ପକ୍ଷୀମାନଙ୍କ ଶେପ୍‌ରେ ବି ଓ୍ବାଟରିଂ କ୍ୟାନ୍‌ ଉପଲବ୍ଧ ହେଲାଣି। ଖାସ୍‌ କରି ହଂସ, ରାଜହଂସ, ବତକ, ପେଚା ତଥା କୁକୁଡ଼ା ଇତ୍ୟାଦି ପକ୍ଷୀଙ୍କ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌ର ଭଲ ଚାହିଦା ରହୁଥିବା ଦେଖିବାକୁ ମିଳୁଛି। ତେବେ ଏହି ପକ୍ଷୀ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌ ସାହାଯ୍ୟରେ ଫୁଲଗଛରେ ପାଣି ଦେଇହେବ ନଚେତ୍‌ ଏହାକୁ ବଗିଚାରେ ସଜେଇ ବଗିଚାର ଶୋଭା ବୃଦ୍ଧି କରିହେବ।

ସ୍ପେଶ୍‌ ସେଭିଂ ଓ୍ବାଟରିଂ କ୍ୟାନ୍‌ ଉଇଥ୍‌ ରୋଟେଟିଂ ସ୍ପାଉଟ୍‌: ସାଧାରଣତଃ ଓ୍ବାଟରିଂ କ୍ୟାନ୍‌ଗୁଡ଼ିକରେ ଥିବା ସ୍ପାଉଟ୍‌ ବା ପାଣିଛିଞ୍ଚା ନଳୀ ଉପରକୁ ଉଠିକି ରହିଥାଏ। ହେଲେ ଏଠାରେ ଯେଉଁ ସ୍ପାଉଟ୍‌ କଥା କୁହାଯାଉଛି, ତାହା ରୋଟେଟିଂ ସିଷ୍ଟମ୍‌ରେ ଥାଏ। ଯେତେବେଳେ ଗଛରେ ପାଣିଦେବାର ଥିବ, ସେତେବେଳେ ସ୍ପାଉଟ୍‌କୁ ମୋଡ଼ି ଉପରକୁ ଉଠାଇପାରିବେ ନଚେତ୍‌ ଏହାକୁ ଓଲଟା ମୋଡ଼ି ସ୍ପେଶ୍‌ ସେଭିଂ କରିପାରିବେ।

ମୂଷା ଶେପ୍‌ର ଓ୍ବାଟରିଂ କ୍ୟାନ୍‌: ଅବିକଳ ମୂଷା ପରି ଦେଖାଯାଉଥିବା ଏହି ଓ୍ବାଟରିଂ କ୍ୟାନ୍‌ଗୁଡ଼ିକ ବି ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

ହାତୀ ଶେପ୍‌ର ଓ୍ବାଟରିଂ କ୍ୟାନ୍‌: ହାତୀ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌ ବି ବହୁତ ସୁନ୍ଦର ଦେଖାଯାଇଥାଏ। ହାତୀ ଶୁଣ୍ଢ ଦେଇ ଫୁଲଗଛରେ ପାଣି ଦେଲାବେଳେ ଲାଗେ ସତେ ଯେମିତି ଛୋଟ କୁନି ହାତୀଟିଏ ତା’ର କୁନି ଶୁଣ୍ଢରେ ଫୁଲ ଗଛରେ ପାଣି ଦେଉଛି।

ମାଛ ଶେପ୍‌ବାଲା ଓ୍ବାଟରିଂ କ୍ୟାନ୍‌: ବିଭିନ୍ନ ପ୍ରକାର ମାଛ ଶେପ୍‌ରେ ବି ଓ୍ବାଟରିଂ କ୍ୟାନ୍‌ ଆସୁଛି, ଯାହା ଦେଖିବାକୁ ସୁନ୍ଦର ଲାଗିବା ସହ ନିଆରା ଅନୁଭୂତି ଦେଇପାରୁଛି।

କେବଳ ଏତିକି ନୁହେଁ, ଆହୁରି ଅନେକ ଅଜବ ଅଜବ ଡିଜାଇନ୍‌ବାଲା ଓ୍ବାଟରିଂ କ୍ୟାନ୍‌ ଏବେ ମାର୍କେଟ୍‌ରେ ଉପଲବ୍ଧ ହେଲାଣି, ଯାହାକୁ ଗ୍ରାହକ ନିଜ ପସନ୍ଦ ମୁତାବକ କିଣି ଗଛରେ ପାଣିଦେବା ସହ ବଗିଚାର ଶୋଭାବର୍ଦ୍ଧନ ମଧ୍ୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri