ଅଗଷ୍ଟ ୩ରୁ ‘ମେଟଲ୍‌ ମିଟ୍‌-୨୦୧୯’

ଭୁବନେଶ୍ୱର,୨।୭(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରୁଛି ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌- ୨୦୧୯’। ଅଗଷ୍ଟ ୩ ଓ ୪ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଚଳିତବର୍ଷ ଆହୁରି ଆକର୍ଷଣୀୟ ରହିବ। ଓଡିଶାର ଛାତ୍ରୀଛାତ୍ରମାନଙ୍କୁ କୁଇଜ୍‌ପ୍ରତି ଆକର୍ଷିତ କରିବା ଏବଂ ରାଜ୍ୟରେ କୁଇଜ୍‌ ଅନୁକୂଳ ବାତାବରଣ ସୃଷ୍ଟିକରିବା ଲକ୍ଷ୍ୟରେ ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ ଲଗାତର ୪ର୍ଥ ବର୍ଷ ପାଇଁ ଏହା ଆୟୋଜିତ ହେବ। ଚଳିତବର୍ଷ ମେଟଲ୍‌ ମିଟ୍‌ରେ ସମଗ୍ର ଓଡ଼ିଶାରୁ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଅଂଶଗ୍ରହଣ କରିବେ। ଏଥର ମଧ୍ୟ ଉଭୟ ଜୁନିୟର୍‌ ଏବଂ ସିନିୟର୍‌ କାଟାଗୋରୀରେ ଏହି ‘ବ୍ୟାଟଲ୍‌ ଅଫ୍‌ ବ୍ରେନ୍ସ’ ଅନୁଷ୍ଠିତ ହେବ।
ଅଗଷ୍ଟ ୩ରେ ‘ମେଟଲ୍‌ ମିଟ୍‌- ୨୦୧୯’ର ପ୍ରିଲିମ୍ସ ରାଉଣ୍ଡ୍‌ ଓ ୪ରେ ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ। ପ୍ରିଲିମ୍ସ ରାଉଣ୍ଡରେ ପ୍ରତିଯୋଗୀମାନେ ସାଧାରଣ ଜ୍ଞାନ କ୍ଷେତ୍ରରେ ରହିଥିବା ନିଜର ପ୍ରତିଭାର ପ୍ରଦର୍ଶନ କରିବେ। ପ୍ରିଲିମ୍ସରେ ଭଲ ପ୍ରଦର୍ଶନ କରିଥିବା ଜୁନିୟର ଏବଂ ସିନିୟର ବିଭାଗର ୮ଟି ଲେଖାଏ ଟିମ୍‌ ଗ୍ରାଣ୍ଡ୍‌ ଫିନାଲେକୁ ଯିବାକୁ ଯୋଗ୍ୟ ବିବେଚିତ ହେବ। କୁଇଜ୍‌ର ଏହି ମହାକୁମ୍ଭକୁ ଚଳିତବର୍ଷ ଲୋକପ୍ରିୟ ହୋଷ୍ଟ୍‌ ତଥା ଖ୍ୟାତନାମା କୁଇଜ୍‌ ମାଷ୍ଟର ଅଜୟ ପୁନିଆ ପରିଚାଳନା କରିବେ। ପୁରସ୍କାର ବାବଦରେ ମୋଟ ୩.୫ ଲକ୍ଷ ଟଙ୍କା ରହିଥିବାବେଳେ ଉଭୟ ବିଭାଗର ବିଜେତାଙ୍କୁ ୧ଲକ୍ଷ, ପ୍ରଥମ ରନର୍ସଅପ୍‌କୁ ୫୦ ହଜାର ଏବଂ ୨ୟ ରନର୍ସଅପ୍‌କୁ ୨୫ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯିବ। ଜୁନିୟର କାଟାଗୋରୀରେ ଯୁକ୍ତ ଦୁଇ ବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିପାରିବେ। ସେହିଭଳି ସିନିୟର୍‌ କାଟାଗୋରୀରେ ଯୁକ୍ତ ୩, ଇଞ୍ଜିନିୟରିଂ, ମେଡିକାଲ ଏବଂ ମ୍ୟାନେଜମେଣ୍ଟ ଛାତ୍ରୀଛାତ୍ରମାନେ ଭାଗନେବେ।
ସୂଚନାଯୋଗ୍ୟ, ‘ମେଟଲ୍‌ ମିଟ୍‌’ର ୩ୟ ୨୦୧୮ ସଂସ୍କରଣରେ ଜୁନିୟର ବିଭାଗରେ ଭୁବନେଶ୍ୱରର ମଦର୍ସ ପବ୍ଲିକ୍‌ ସ୍କୁଲ ଚାମ୍ପିୟନ୍‌ ହୋଇଥିବାବେଳେ ସିନିୟର ବିଭାଗରେ ପ୍ରଥମ ସ୍ଥାନରେ ରହିଥିଲା ଭୁବନେଶ୍ୱରର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି(ସିଇଟି)। ସେହିଭଳି ଜୁନିୟର ବିଭାଗରେ କଟକ ସିଡିଏ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ପ୍ରଥମ ରନର୍ସଅପ୍‌ ହୋଇଥିବା ବେଳେ ଡିଏଭି ପବ୍ଲିକ୍‌ ସ୍କୁଲ, ପୋଖରୀପୁଟ ୨ୟ ରନର୍ସଅପ୍‌ ହୋଇଥିଲା। ସିନିୟର ବିଭାଗରେ ବିଜୟୀ ଟିମ୍‌କୁ କଡା ଟକ୍କର ଦେଇ କିଟ୍‌ ପ୍ରଥମ ରନର୍ସଅପ୍‌ ଏବଂ ଭୁବନେଶ୍ୱରର ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏସ୍‌ଆଇଟି) ଦ୍ୱିତୀୟ ରନର୍ସଅପ୍‌ ସ୍ଥାନ ଅଧିକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri