୯. ୯୧ ଲକ୍ଷ ମେଟ୍ରିକ ଟନ୍‌ ଖରିଫ ଧାନ ସଂଗ୍ରହ ଲକ୍ଷ୍ୟ

ବାରିପଦା ଅଫିସ,୧୧ା୧୧- ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ମୁତାବକ, ଚଳିତ ବର୍ଷ ପାଇଁ ମୟୂରଭଞ୍ଜ ଜିଲାର ଚାଷୀମାନଙ୍କଠାରୁ ଧାନ କିଣାଯିବା ନେଇ ଜିଲାସ୍ତରୀୟ ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ମୋରଡ଼ା ବିଧାୟକ ରାଜକିଶୋର ଦାସ, ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସିଏସ୍‌ଓ କିଶୋର କୁମାର ମହାରଣା, ଜିଲା ଫସଲ ସୁରକ୍ଷା ଅଧିକାରୀ ଡ. ମନୋଜ କୁମାର ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଡିଆର୍‌ସିଏସ, ଆର୍‌ଏମ୍‌ସି ସମ୍ପାଦକ, ସମ୍ପୃକ୍ତ ବିଭାଗ କର୍ମଚାରୀ, ମିଲର୍ସ ଓ ଚାଷୀ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଧାନ ସଂଗ୍ରହ କରାଯିବା ନେଇ ସରକାରଙ୍କ ନିର୍ଦ୍ଦେଶିତ ନୀତି ନିର୍ଦ୍ଦେଶାବଳୀ ସମ୍ପର୍କିତ କାର୍ଯ୍ୟଖସଡ଼ା ଉପରେ ସବିଶେଷ ଆଲୋଚନା କରିଥିଲେ। ଚଳିତ ବର୍ଷ ଜିଲାରୁ ୯ ଲକ୍ଷ ୯୧ ହଜାର ମେଟ୍ରିକ୍‌ ଟନ୍‌ ଖରିଫ ଧାନ ସଂଗ୍ରହ କରାଯିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ଯୋଗାଣ ବିଭାଗ ଅଧିକାରୀ ସୂଚନା ଦେଇଥିଲେ।
ଚାଷୀମାନଙ୍କଠାରୁ ଧାନ ବିକ୍ରୟ ପାଇଁ ଅନ୍‌ଲାଇନରେ ନିଜର ପରିଚୟପତ୍ର ସହ ଚାଷଜମିର ପରିମାଣ ସମ୍ପର୍କିତ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଅଦ୍ୟାବଧି ୪୦ ହଜାର ୫୪୩ ଜଣ ଚାଷୀ ଲ୍ୟାମ୍ପ୍ସ ସମବାୟ ସମିତି ମାଧ୍ୟମରେ ନାମ ପଞ୍ଜୀକୃତ କରିସାରିଛନ୍ତି। ଚଳିତ ବର୍ଷ ଜିଲାରେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜିଲା ଯୋଗାଣ ବିଭାଗ, ଆରଏମ୍‌ସି, ଡିଆର୍‌ସିଏସ୍‌ ବିଭାଗ ତତ୍ତ୍ୱାବଧାନରେ ଥିବା ୫୨ଟି ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟାମ୍ପ୍ସ ଜରିଆରେ ସମ୍ପୃକ୍ତ ଅଞ୍ଚଳର ଚାଷୀ ସଙ୍ଗଠନ ଓ ପାଣି ପଞ୍ଚାୟତ ପ୍ରତିନିଧିମାନଙ୍କ ସମନ୍ବୟରେ କରାଯିବ। ନଭେମ୍ବର ୩୦ ତାରିଖଠାରୁ ଧାନକ୍ରୟ ଆରମ୍ଭ କରାଯିବ। ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ଏଫ୍‌ଏକ୍ୟୁ ସାଧାରଣ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୧୫ ଏବଂ ଏଫ୍‌ଏକ୍ୟୁ ଗ୍ରେଡ୍‌-ଏ ଧାନର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୩୫ ଟଙ୍କା ରହିଛି। ସେହିପରି ଚଳିତ ବର୍ଷ ପ୍ରଥମଥର ପାଇଁ ବାୟୋମେଟ୍ରିକ୍ସ ପଦ୍ଧତିରେ ଅନ୍‌ଲାଇନରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯିବ। କିଣାଯାଇଥିବା ଧାନର ମୂଲ୍ୟ ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ଟ୍ରାନ୍ସଫର କରାଯିବ। ଧାନର ମାନ ଓ ଗୁଣବତ୍ତା ଉପରେ ଜିଲା, ଉପଖଣ୍ଡ ଓ ବ୍ଲକସ୍ତରରେ ଭିଏଲ୍‌ଡବ୍ଲ୍ୟୁ, ବିଡିଓ, ଯୋଗାଣ ଅଧିକାରୀ, ଉପଜିଲାପାଳଙ୍କ ତତ୍ତ୍ୱାବଧାନରେ ସମ୍ପୃକ୍ତ ଅଞ୍ଚଳର ଲ୍ୟାମ୍ପ୍ସ ଏମ୍‌ଡି, ଜିପିଇଓ ଏବଂ ଚାଷୀ ପ୍ରତିନିଧିମାନଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟାସ୍କଫୋର୍ସ ଦ୍ୱାରା ତ୍ୱରାନ୍ବିତ କରାଯିବ। ଧାନ ବସ୍ତାଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ମଣ୍ଡିରୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ମିଲର୍ସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ଝଗଡ଼ପଲ୍ଲୀକୁ ହରାଇ ଗୋକର୍ଣ୍ଣପୁର ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଅଧୀନ ଗୋଲଣ୍ଡା ଗ୍ରାମରେ ଚାଲିଥିବା ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri