Posted inଖେଳ

୯୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ କର୍ନଓ୍ବାଲ

କିଙ୍ଗ୍‌ଷ୍ଟନ (ଜାମାଇକା),୩୧।୮: ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ଅଫ୍‌ ସ୍ପିନିଂ ଅଲରାଉଣ୍ଡର ରଖିମ କର୍ନଓ୍ବାଲ ପଦାର୍ପଣ କରିଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠୁ ଓଜନଦାର କ୍ରିକେଟର ହେବାର ରେକର୍ଡ ସୃଷ୍ଟି କରିଛନ୍ତି। ୬ ଫୁଟ୍‌ ୬ ଇଞ୍ଚ ଉଚ୍ଚତା ବିଶିଷ୍ଟ କ୍ରିକେଟରଙ୍କ ଓଜନ ୧୪୦ କିଲୋ। ସେ ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଓ୍ବାଓର୍‌ବିକ ଆର୍ମଷ୍ଟଙ୍ଗଙ୍କୁ ଅତିକ୍ରମ କରିଛନ୍ତି। ୧୯୦୨ରୁ ୧୯୨୧ ମଧ୍ୟରେ ୫୦ ଟେଷ୍ଟ ଖେଳିଥିବା ଆର୍ମଷ୍ଟଙ୍ଗଙ୍କ ଓଜନ ୧୩୩-୧୩୯ ଥିଲା। ସେ ୧୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିଲେ। ୨୬ ବର୍ଷୀୟ କ୍ରିକେଟର  କର୍ନଓ୍ବାଲ ୫୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୨୬୦ ଉଇକେଟ ନେବା ସହ ୨,୨୨୪ ରନ୍‌ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିବାକୁ ସୁଯୋଗ ପାଇଛନ୍ତି। ସେ ପ୍ରଥମ ଟେଷ୍ଟରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସବିନା ପାର୍କଠାରେ ୨୭ ଓଭର ବୋଲିଂ କରି ଚେତେଶ୍ୱର ପୂଜାରାଙ୍କ ଉଇକେଟ ହାସଲ କରିଛନ୍ତି। ଏଥିସହିତ ଦୁଇ କ୍ୟାଚ୍‌ ନେଇ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ଆଉଟ୍‌ କରିବାରେ ଭୂମିକା ନେଇଛନ୍ତି। ଭାରତୀୟ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୨୬୪ ରନ୍‌ କରିଛି। ହନୁମା ବିିହାରୀ ୪୨ ଓ ରିଷଭ ପନ୍ତ ୨୭ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋଦିଙ୍କୁ ପ୍ରଶଂସା କରି ରାହୁଲଙ୍କୁ ଜୁମଲା ବୋଲି କହିଲେ ରେସଲର ଦ ଗ୍ରେଟ ଖଲି

ନୂଆଦିଲ୍ଲୀ,୨୧।୪: ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟେଜରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା କୁସ୍ତି ଯୋଦ୍ଧାମାନଙ୍କୁ ପରାସ୍ତ କରିଥିବା ଦି ଗ୍ରେଟ ଖଲି ଓରଫଦିଲୀପ ସିଂ ରାଣା ମଧ୍ୟ ଭାଜପା...

ଆର୍ୟଲ୍ୟାଣ୍ଡ-ସ୍କଟଲ୍ୟାଣ୍ଡ ଜର୍ସିରେ ଦେଖିବାକୁ ମିଳିବ ଦେଶି ଟଚ୍‌,ଏହି ଡେରି ପ୍ରୋଜେକ୍ଟ କରିବ ସ୍ପନସର

ନୂଅଦେିଲ୍ଲୀ,୨୧।୪: କର୍ନାଟକ ମିଲ୍କ ଫେଡେରେଶନ (କେଏମଏଫ) ଟି -୨୦ ବିଶ୍ୱକପରେ ସ୍କଟଲ୍ୟାଣ୍ଡ ଏବଂ ଆର୍ୟଲ୍ୟାଣ୍ଡ ଦଳକୁ ପ୍ରାୟୋଜିତ କରିବାକୁ ଯାଉଛି। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ...

‘ହାର୍ଦ୍ଦିକ କି ପନ୍ତ ନୁହନ୍ତି, ଏହି ୨୪ ବର୍ଷୀୟ ଖେଳାଳି ହେବେ ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ’

ନୂଆଦିଲ୍ଲୀ,୨୧।୪: ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ୨୪ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ଆଗାମୀ ଭାରତୀୟ ଅଧିନାୟକ ଭାବେ ଚୟନ କରିଛନ୍ତି। ସେ...

ଗ୍ରୀନ୍‌ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଲା ଆରସିବି: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରତିବର୍ଷ ଗ୍ରୀନ୍‌ ଜର୍ସି ପିନ୍ଧି ଟୁର୍ନାମେଣ୍ଟର ଗୋଟିଏ ମ୍ୟାଚ ଖେଳେ। ଆଜି କେକେଆର...

କୋହଲିଙ୍କ ବ୍ୟାଟ୍‌ ଭାଙ୍ଗିଦେଲେ ରିଙ୍କୁ ସିଂ: ପୁଣି ମାଗିବାରୁ ମିଳିଲା ଏମିତି ପ୍ରତିକ୍ରିୟା

କୋଲକାତା,୧।୪: କୋଲକାତାର ଇଡେନ ଗାର୍ଡେନ୍ସରେ କେକେଆର୍‌ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ଏକ ମଜାଦାର ବାର୍ତ୍ତାଳାପ ହୋଇଥିଲା। ଏହି ବାର୍ତ୍ତାଳାପ ଏତେ...

ଏହି କାରଣ ପାଇଁ ମାନସିକ ସମସ୍ୟା ଦେଇ ଗତି କରୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା: ରବୀନ ଉଥପ୍ପା

ନୂଆଦିଲ୍ଲୀ,୨୧।୪: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ଦିନରୁ ପ୍ରଶଂସକଙ୍କ ସମାଲୋଚନାର ଶିକାର ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ରୋହିତ ଶର୍ମାଙ୍କୁ ବାଦ ଦେଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ...

ଟେନିସରୁ ଅବସର ନେଲେ ପୂର୍ବତନ ନମ୍ବର ଓ୍ବାନ ଖେଳାଳି ମୁଗୁରୁଜା

ମାଡ୍ରିଡ,୨୧।୪: ସ୍ପେନର ଏକାଧିକ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଗାର୍ବିନ ମୁଗୁରୁଜା ଶନିବାର ଟେନିସରୁ ତାଙ୍କର ଅବସର ଘୋଷଣା କରିଛନ୍ତି।...

ଟି୨୦ ବିଶ୍ୱକପ୍‌ ପାଇଁ ମୁଁ ପ୍ରସ୍ତୁତ: କାର୍ତ୍ତିକ

କୋଲକାତା, ୨୧।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଚମତ୍କାର ଫର୍ମରେ ଥିବା ଭେଟେରାନ ଉଇକେଟ କିପର ଦୀନେଶ କାର୍ତ୍ତିକ ପୁଣିଥରେ ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri