୯୮ କିଲୋ ଗଞ୍ଜେଇ, ସ୍କର୍ପିଓ ଜବତ

ସୋନପୁର,୨୮।୮(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ଅବକାରୀ ମୋବାଇଲ ଟିମ୍‌ ପକ୍ଷରୁ ତେଲନଦୀ ବ୍ରିଜ୍‌ ପାର୍ଶ୍ୱରେ ଶନିବାର ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଏକ ନୂଆ ସ୍କର୍ପିଓ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ବ୍ୟବସାୟୀ ଛତିଶଗଡର ଜଞ୍ଜଗିରଚପା ଜିଲା ମାଲଖୋରୋଦା ଗ୍ରାମର ଭୋଜରାମ ପଙ୍କେଇ(୩୨)ଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ସ୍କର୍ପିଓ ଡ୍ରାଇଭର ଛତିଶଗଡ ରାୟଗଡର ରାଜୁ ଯାଦବ ଫେରାର ହୋଇଯାଇଛନ୍ତି। ସେହିଭଳି ଗଞ୍ଜେଇ ଗାଡିକୁ ଆଗରେ ଏସକର୍ଟ ଦେଇ ଯାଉଥିବା ଅନ୍ୟ ଏକ ଗାଡି ଖସି ଯିବାରେ ସକ୍ଷମ ହୋଇଛି। ଅବକାରୀ ବିଭାଗର ତନଖି ସମୟରେ ସ୍କର୍ପିଓରୁ ୧୦୦ଟି ପ୍ୟାକେଟ୍‌ରେ ଥିବା ୯୮ କିଲୋ ଗଞ୍ଜେଇ ମିଳିଛି। ଗଞ୍ଜେଇ ବୌଦ୍ଧ ଜିଲା ଶଗଡାରୁ ଛତିଶଗଡର ବିଳାସପୁର ଅଞ୍ଚଳକୁ ଚାଲାଣ ହେଉଥିଲା। ବାଉଁଶୁଣୀ ଥାନା ଅଞ୍ଚଳର ଜଣେ ବ୍ୟବସାୟୀ ଏହି ଗଞ୍ଜେଇ ବିକ୍ରି କରିଥିବା ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷେ ସ୍କର୍ପିଓର ନମ୍ବର ନକଲି। ଗାଡିରେ ଲାଗିଥିବା ନମ୍ବର ପ୍ଲେଟ୍‌ରେ ଓଡିଶାର ନମ୍ବର ଓଡି୧୭ଏମ-୯୧୬୦ ଲେଖାଥିବା ବେଳେ ଗାଡି ଭିତରୁ ଛତିଶଗଡର ନମ୍ବର ପ୍ଲେଟ ସିଜି୧୨ଏଏକ୍ସ-୬୫୦୪ ମିଳିଛି। ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢାଉ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍‌ପି ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଳା। ପ୍ରକାଶ ଯେ, କନ୍ଧମାଳ ଓ ବୌଦ୍ଧ ଜିଲାରୁ ଗଞ୍ଜେଇ ସୁବର୍ଣ୍ଣପୁର ଜିଲା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମାଜ ସଂସ୍କାରରେ ବରିଷ୍ଠ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଅମରପାଲି, ୨୦।୧(ଡି.ଏନ.ଏ.) ସଂପ୍ରତି ସମାଜ ସଙ୍କୁଚିତ ହେବାରେ ଲାଗିଛି। ପରିବାରର ସଜ୍ଞା ଆମ ପରିବାର ନୁହେଁ, ମୋ ପରିବାରରେ ସୀମିତି ରହୁଛି। ବରିଷ୍ଠ ନାଗରିକଙ୍କୁ ପରିବାରର...

ଶୁକ୍ରବାରଠାରୁ ଧାନକିଣା, ଚାଷୀଙ୍କୁ ଅଡୁଆ ସମ୍ଭାବ୍ୟ ବାତ୍ୟା

ସୋନପୁର,୧୪ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ରବିଋତୁ ଧାନକିଣା ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ...

ଲବ କୁମାର ବିଜୟୀ

ଅମରପାଲି,୨୭।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ ରେ କଂଗ୍ରେସର ଲବ କୁମାର ସାହୁ ବିଜୟୀ ହୋଇଛନ୍ତି। ସେ ବିଜେଡିର ରଞ୍ଜିତ ରଥଙ୍କଠାରୁ ୧୮୮୩ ଖଣ୍ଡ ଭୋଟ...

ମାନସିକତାରେ ପରିବର୍ତ୍ତନ ହେଲେ ଦୁର୍ନୀତି ହଟିବ

ସୋନପୁର,୩୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ...

କର୍ନାଟକରେ ଅଟକି ରହିଛନ୍ତି ୭୦ ଦାଦନ ଶ୍ରମିକ

ବିନିକା,୩୦।୩(ଡି.ଏନ୍‌.ଏ)-ସୁବର୍ଣ୍ଣପୁର ଜିଲା ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ୭୦ଜଣ ଦାଦନ ଶ୍ରମିକ କର୍ନାଟକ ରାଜ୍ୟ ସିତାନ୍ୟାକାହ୍ଲିଠାରେ ଅଟକି ରହିଛନ୍ତି। ଦେଶବ୍ୟାପୀ ଲକ୍‌ ଡାଉନ୍‌ ଘୋଷଣା ପରଠାରୁ...

ତରଭା ବ୍ଲକ କାର୍ଯ୍ୟାଳୟ ଶଟ୍‌ଡାଉନ

ତରଭା,୧୩ା୮(ଡି.ଏନ.ଏ.)  ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ତରଭା ବ୍ଲକ କାର୍ଯ୍ୟାଳୟକୁ ୨୪ ଘଣ୍ଟା ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହିତ ବ୍ଲକ କାର୍ଯ୍ୟାଳୟର...

ତରଭା ବ୍ଲକରେ ଅନ୍‌ଲାଇନ ପାଠପଢାର ଶୁଭାରମ୍ଭ

ତରଭା,୧୩ା୮(ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ତରଭା ବ୍ଲକର ଚାରଭଟା, କମସରା, ଶିବତୁଲା ଓ ରାଣୀସର୍ଡା ଗ୍ରାମରେ ଥିବା ଗ୍ରାମୀଣ ପାଠାଗାର ଓ ସୂଚନା କେନ୍ଦ୍ରଠାରେ ବୁଧବାର ଅନ୍‌ଲାଇନ...

ଆବାସ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ବିକାଶ

ବିନିକା,୨।୧ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଅଧୀନ କଦଲିପାଲି ଗଁାର ସ୍ବର୍ଗତ ସୌରୀ ଭୁଏକଁର ପୁଓ ବିକାଶ ଭୁଏ(୧୮) ଜନ୍‌ମୁ ଦିବ୍ୟାଙ୍ଗ...

Advertisement
Archives

Model This Week