୯ବର୍ଷ ପରେ ଘରକୁ ଫେରିଲା ପୁଅ:  ଶୁଦ୍ଧିକ୍ରିୟା ସାରିଥିଲେ ପରିବାର

ହିଞ୍ଜିଳିକାଟୁ,୩ା୧୧(ଡି.ଏନ୍‌.ଏ.)- ୯ବର୍ଷ ତଳେ ନିଖୋଜ ହୋଇଯାଇଥିଲେ ପୁଅ। ମୃତ୍ୟୁ ହୋଇଥିବା ଭାବି ଶୁଦ୍ଧିକ୍ରିୟା ସାରିଦେଇଥିଲେ ପରିବାର ଲୋକେ। ତେବେ ଶୁକ୍ରବାର ରାତିରେ ହଠାତ୍‌ ପୁଅ ଘରେ ପହଞ୍ଚତ୍ବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପରିବାର ଲୋକେ। ପୁଅକୁ ପାଖରେ ଦେଖୁଥିଲେ ମଧ୍ୟ ବିଶ୍ୱାସ କରିପାରୁ ନ ଥିଲେ ମା’। ପରେ ପରିବାରର ଖୁସି କହିଲେ ନ ସରେ। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ।
ପ୍ରକାଶ ଯେ, ହିଞ୍ଜିଳିକାଟୁ ପୌରାଞ୍ଚଳ ୱାର୍ଡ ନଂ.୨ର ଭକ୍ତମାର୍ଗରେ ରୁହନ୍ତି ଊର୍ମିଳା ମୁନୀ। ତାଙ୍କର ୩ପୁଅ ଓ ଗୋଟିଏ ଝିଅ। ୨ୟ ସନ୍ତାନ ଅନିଲ ୨୦୧୦ ଅକ୍ଟୋବରରେ ପୁରୀ ଯାଇ ଏକ ହୋଟେଲରେ କାମ କରୁଥିଲେ। ସେଠାରେ କୌଣସି ସମସ୍ୟା ହେବାରୁ ପୁଣି କାମ ଅନ୍ବେଷଣରେ କଟକ ଯାଇଥିଲେ। ଏହାପରେ ସେ ଆଉ ଘରକୁ ଫେରି ନ ଥିଲେ କିମ୍ବା ପରିବାର ଲୋକଙ୍କ ସହ ଯୋଗାଯୋଗ ରଖି ନ ଥିଲେ। ୨୦୧୪ରେ ୨ଜଣ ବ୍ୟକ୍ତି ଆସି ଅନିଲଙ୍କ ବଡଭାଇଙ୍କୁ ଗଁା ମୁଣ୍ଡରେ ଭେଟିଥିଲେ। ସେମାନେ କଟକରୁ ଆସିଛନ୍ତି ଓ ସେଠାରେ ଅନୀଲଙ୍କ ମୃତ୍ୟୁ ହୋଇଥିବା କହିଥିଲେ। ଏହାକୁ ବିଶ୍ୱାସ କରି ପରିବାର ଲୋକେ ଶୁଦ୍ଧିକ୍ରିୟା କରିଥିଲେ।
ମାତ୍ର ହଠାତ୍‌ ଅନିଲ ଘରକୁ ଫେରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ। ଏନେଇ ଅନିଲଙ୍କୁ ପଚାରିବାରୁ ସେ କେଉଁଠି ଏତେଦିନ ହେଲା ଥିଲେ କିଛି କହିପାରୁନାହାନ୍ତି। ତେବେ ସେ ଦିଲ୍ଲୀରେ କୌଣସି ସ୍ଥାନରେ କାମ କରୁଥିବା ଓ ସେଠାରୁ ଏବେ ଘରକୁ ଫେରିଥିବା ମା’ ଊର୍ମିଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ୮ ବର୍ଷ ପରେ ହେଲା ବିଦ୍ୟୁତ୍‌ ସଂଯୋଗ

କୋଦଳା,୨୬।୧୨(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ୮ ବର୍ଷ ଧରି ଅନ୍ଧକାରରେ ରହୁଥିବା ସାହିବାସିନ୍ଦାଙ୍କ ମୁହଁରେ ହସ ଫୁଟିଛି। ସୋମବାର ବିଦ୍ୟୁତ୍‌ ସଂଯୋଗ ପରେ...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବୁଗୁଡ଼ା,୭ା୧୨(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ମତାଝରି ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଜଳିଯାଇଛି । ଘର ନିକଟ ଅଳିଆ ଗଦାରୁ...

ଗର୍ଭବତୀଙ୍କ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ ଗଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୧୯ା୮-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ଗତ ୧୪ ତାରିଖରେ ୪ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟି ଚିପି...

ଦୃଷ୍ଟି ବାଧିତ ଯାଁଳା ଭଉଣୀ, ଦୁନିଆ ଦେଖିବା ପାଇଁ ସହାୟତା ଲୋଡ଼ିଲେ ମାତାପିତା

ସୋରଡ଼ା,୧୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ ରତ୍ନପୁର ଗ୍ରାମରେ ସଞ୍ଜୟ ଗୌଡ଼ଙ୍କ ଦୁଇ ଝିଅ ଦୃଷ୍ଟି ବାଧିତ (ଯାଁଳା ଭଉଣୀ) ଥିବା...

ସୁମିତ-ତପସ୍ବିନୀ ଘଟଣାର ନୂଆମୋଡ଼: ଅଡିଓ, ଭିଡିଓ ପରେ ଏବେ ଫଟୋ ଭାଇରାଲ

ବ୍ରହ୍ମପୁର ଅଫିସ,୨୦।୧୨: ଡାକ୍ତର ସୁମିତ ସାହୁ ଓ ତପସ୍ବିନୀ ଦାଶଙ୍କ ପାରିବାରିକ ବିବାଦ ଛିଡ଼ୁ ଥିବା ବେଳେ ଦିନକୁ ଦିନ ଏଥିରେ ଯୋଡ଼ି ହେଉଛି ନୂଆ...

ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାଙ୍କ ଜୀବନ

କବିସୂର୍ଯ୍ୟନଗର,୬ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମ ଖଦାଳ ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। କେତେକ ଦୁର୍ବୃତ୍ତ ଗାଁ ଦାଣ୍ଡରେ ଗୋଟିଏ ପରିବାରର ବାପା...

ବାକି ମଜୁରୀ ଟଙ୍କା ମାଗିବାରୁ ନିସ୍ତୁକ ମାଡ଼ ଘଟଣା: ଅଭିଯୁକ୍ତଙ୍କ ନାମରେ ଏତଲା

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁର ଜି. ଭୀମ ରେଡ୍ଡୀଙ୍କୁ ଜଣେ ଠିକାଦାର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।...

କାର୍ତ୍ତିକରେ ପରିବା ଦର ଆକାଶଛୁଆଁ

ଛତ୍ରପୁର,୨୦ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ସବୁ ଅଞ୍ଚଳରେ ଏବେ ପରିବା ଦର ଆକାଶଛୁଆଁ ହୋଇଛି। କାର୍ତ୍ତିକ ମାସ ସାଙ୍ଗକୁ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା କାରଣରୁ...

Advertisement
Archives

Model This Week