୮ ମାସ ପରେ ସିଙ୍ଗରାଇଙ୍କୁ ମିଳିଲା ଚିକିତ୍ସା ସେବା

ଆନନ୍ଦପୁର,୧୭। ୧୦(ସ୍ବ.ପ୍ର.)-ଚିକିତ୍ସା ସେବା ଅପହଞ୍ଚ ଥିବା ଇଲାକାରେ ଏବେବି ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରୁଛନ୍ତି। ଲୋକମାନେ ଗୁଣିଗାରେଡି, ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସର ମୋହ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଏହିଭଳି ଏକ ନଜିର ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟଠାରୁ ମାତ୍ର ୧୨ କି.ମି. ଦୂର ଧକୋଠା ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ଆଦିବାସୀ ଯୁବକ କ୍ରିକେଟ ଖେଳୁଥିବା ସମୟରେ ବଲ ତାଙ୍କ ଗୋଡ଼ରେ ବାଜିବାରୁ ସେ ଆହତ ହୋଇଥିଲେ। ଝଡାଫୁଙ୍କାର ସହାୟତାରେ ଭଲ ହେବାକୁ ଉଦ୍ୟମ କରି ନିରାଶ ହେବା ପରେ ସ୍ଥାନୀୟ ଜଣେ ସାମାଜିକକର୍ମୀଙ୍କ ସହାୟତାରେ ବୁଧବାର ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ଧକୋଠା ଜଳନଣ୍ଡା ଗ୍ରାମର ଗଙ୍ଗା ମୁଣ୍ଡାଙ୍କ ପୁଅ ସିଙ୍ଗରାଇ ମୁଣ୍ଡା(୩୭) କ୍ରିକେଟ ଖେଳୁଥିବା ସମୟରେ ବଲ ଦ୍ୱାରା ଆହତ ହୋଇଥିଲେ। ଆର୍ଥିକ ଅଭାବ ଅନଟନରେ ରହୁଥିବା ଏହି ପରିବାର ଚିକିତ୍ସା ପାଇଁ ଝଡାଫୁଙ୍କାର ସହାୟତା ନେଇଥିଲେ। ଦୀର୍ଘ ୮ ମାସ ପରେ ବି ଗୋଡ଼ର ଫୁଲା କମିନଥିଲା। ଏହା କ୍ରମଶଃ ସେଫଟିକ୍‌ ହୋଇ ଗୁରୁତର ଅବସ୍ଥାକୁ ଗତି କରିଥିଲା। ନିକଟସ୍ଥ ବନ୍ଧ ଗ୍ରାମର ଜଣେ ସାମାଜିକ କର୍ମୀ ମଙ୍ଗୁଳୁ ପାତ୍ର ଜଳନଣ୍ଡା ବୁଲିଯାଇଥିବା ସମୟରେ ଏହି ଘଟଣା ଦେଖି ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରି ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେ ଏବେ ମେଡିକାଲରେ ଆଡମିଶନ ହୋଇ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ସିଙ୍ଗରାଇଙ୍କ ମା’ ଚମ୍ପା ମୁଣ୍ଡା କହିଛନ୍ତି ଯେ, ଆମେ ଗରିବ ଲୋକ ଆମ ପାଖରେ ପଇସା ନାହିଁ, ଡାକ୍ତରଖାନା ଆଣିପାରିଲୁନି। ଗାଁ ରେ ଝଡାଫୁଙ୍କା କରୁଥିଲୁ ହେଲେ ଫୁଲା କମିଲାନାହିଁ। ତେବେ ସରକାରୀ ସ୍ତରରେ ଆଦିବାସୀମାନଙ୍କୁ ଡାକ୍ତରୀ ଚିକିତ୍ସା ସୁବିଧା ଯୋଗାଇଦେବା ଓ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି। ହେଲେ ଆଦିବାସୀ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ପରିଲକ୍ଷିତ ହେବା ଏକ ପରିତାପର ବିଷୟ ସାଜିଛି। ଗାଁ ଗାଁ ରେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତି ପାଇଛନ୍ତି। ହେଲେ ଲୋକମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଦିଗରେ ଏମାନେ କେତେ ସଚେତନ ତାହା ସହଜାରେ ଅନୁମାନ କରିହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫନୀ କ୍ଷତିଗ୍ରସ୍ତଙ୍କ ଜୋରଦାର ଆନ୍ଦୋଳନ: ଆତ୍ମାହୁତି ଧମକକୁ ନେଇ ପ୍ରଶାସନ ସଜାଗ

ସାକ୍ଷୀଗୋପାଳ,୧।୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା ମିଳିନି ସରକାରୀ ସହାୟତା। ଏ ନେଇ ୭ ଦଫା ଦାବିରେ ଗତ ସପ୍ତାହ ବ୍ୟାପୀ ସାକ୍ଷୀଗୋପାଳ ଓଭରବ୍ରିଜ୍‌...

କରୋନା ପାଇଁ ସୀମାନ୍ତ ସିଲ୍‌ କଲା ପ୍ରଶାସନ

ସିନାପାଲି,୨୮।୩ (ଡି.ଏନ.ଏ): କରୋନା ସଂକ୍ରମଣ ରୋକିବା ପାଇଁ ସିନାପାଲି ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ଛତିଶଗଡ ସୀମାକୁ ସିଲ୍‌ କରିବା...

ବାହାଘର ଭୋଜି ଚାଲିଥିବା ବେଳେ ନୟାଗଡ଼ ଜିଲାପାଳଙ୍କ ଚଢ଼ାଉ: ଆଦାୟ କଲେ ୨୦ ହଜାର ଜରିମାନା

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଗୋଡ଼ିପଲ୍ଲୀ ଗାଁରେ ବୁଧବାର ଏକ ବାହାଘର ଭୋଜି ଚାଲିଥିବା ବେଳେ ଜିଲାପାଳ ପୋମା ଟୁଡୁ ଚଢ଼ାଉ କରିଛନ୍ତି।...

ବାଲିଯାତ୍ରାର ଚତୁର୍ଥ ଦିବସ: ଫାଷ୍ଟଫୁଡ ଷ୍ଟଲ୍‌ରେ ଭିଡ଼

କଟକ ଅଫିସ, ୧୬।୧୧: ଶୁକ୍ରବାର ଥିଲା ଐତିହାସିକ କଟକ ବାଲିଯାତ୍ରାର ଚତୁର୍ଥ ଦିନ। ଦିନତମାମ ପଡିଆରେ ଗହଳି ଚହଳି ଲାଗି ରହିଥିଲା। କେତେକ ଲୋକ ଦିନରେ...

ବାର୍‌ହା ଆକ୍ରମଣରେ ୨ ଗୁରୁତର

ମହାକାଳପଡ଼ା,୨୪।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ହରିଆବାଙ୍କ ଗାଁରେ ବାର୍‌ହା ଆକ୍ରମଣରେ ଦୁଇ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି...

ଶୌଚାଳୟ ଟାଙ୍କିରେ ଖସିପଡ଼ିଲେ ମା’, ଛୁଆହାତୀ: ବନ ବିଭାଗ କଲା ଉଦ୍ଧାର

ପରଜଙ୍ଗ,୨୨ା୬ (ଡି.ଏନ୍‌.ଏ)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ସାଆନ୍ଦା ତଳବେରଣା ଗ୍ରାମରେ ଶନିବାର ଭୋର ସମୟରେ ଗ୍ରାମର ପ୍ରମୋଦ ପାଳଙ୍କ...

ଏମାର ମଠର ଖନନ ସ୍ଥଳରେ ଚାଲିଛି ସର୍ଭେ

ପୁରୀ ଅଫିସ୍‌,୨୪।୫: ଏମାର ମଠର ଖନନ ସ୍ଥଳରେ ମଙ୍ଗଳବାର ଜିପିଆରଏସ୍‌ ସର୍ଭେ କରାଯାଇଛି। ଗୁଜୁରାଟ ଆଇଆଇଟି ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଉଛି। ଏଥିସହିତ ଏମାର...

ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

\ଭଞ୍ଜନଗର,୧୦।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଧନଞ୍ଜୟପୁର ଓ ଜଗନ୍ନାଥ ପ୍ରସାଦ ବ୍ଲକ ପାଟରାପଲ୍ଲୀରେ ସୋମବାର ସନ୍ଧ୍ୟାରେ ୨ଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ...

Advertisement
Archives

Model This Week