୮% ଅଭିବୃଦ୍ଧି ହାସଲ ସମ୍ଭବ: ନୀତି ଆୟୋଗ

ନୂଆଦିଲ୍ଲୀ,୨୧-୯: ଜୁନ୍‌ରେ ଜିଡିପି ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତର ଛୁଇଁବା ପରେ ଦେଶରେ ଅର୍ଥନୀତିକୁ ନେଇ ସୃଷ୍ଟି ହୋଇଥିବା ନକାରାମତ୍କତା ଭିତରେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଶୁକ୍ରବାର କହିଛନ୍ତି ଯେ, ସରକାର ଘରୋଇ ସେକ୍ଟରକୁ ପ୍ରୋତ୍ସାହିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ। ବାର୍ଷିକ ୮% ଅଭିବୃଦ୍ଧି ହାସଲ ସମ୍ଭବ ହୋଇପାରିବ।
ସୂଚନାଥାଉ କି, ଦେଶର ଜିଡିପି ଅଭିବୃଦ୍ଧି ହାର ଜୁନ୍‌ରେ ୫%କୁ ହ୍ରାସ ପାଇଛି ଯାହା କି ୨୫ ତ୍ରୈମାସିକ ମଧ୍ୟରେ ସର୍ବନିମ୍ନ। କୁମାର କହିଛନ୍ତି ଯେ, କର୍ପୋରେଟ ଟିକସ ହ୍ରାସ କରିବା ଲାଗି ସରକାରଙ୍କ ଘୋଷଣା ଦ୍ୱାରା ନିବେଶକଙ୍କ ମଧ୍ୟରେ ବିଶ୍ୱାସ ବଢ଼ିବ। ସେମାନେ ଏହାର ଫାଇଦା ଉଠାଇପାରିବେ। ପବ୍ଲିକ ଆଫେୟାର୍ସ ଫୋରମ୍‌ ଅଫ୍‌ ଇଣ୍ଡିଆର ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ। ଅର୍ଥମନ୍ତ୍ରୀଙ୍କ ଘୋଷଣାରୁ ଏହା ସ୍ପଷ୍ଟ ହେଉଛି ସରକାର ଅର୍ଥନୀତିକୁ ମାନ୍ଦାବସ୍ଥାରୁ ବାହାର କରିବା ଲାଗି କେତେ ଜାଗ୍ରତ। ଘରୋଇ ଉଦ୍ୟୋଗ ସରକାରଙ୍କ ଘୋଷଣାରୁ ଫାଇଦା ଉଠାଇବା ଦ୍ୱାରା ଅର୍ଥନୀତି ଆଗେଇବ ବୋଲି କୁମାର କହିଛନ୍ତି। ଜିଡିପି ବୃଦ୍ଧି ହାର ୨ ଅଙ୍କରେ ପହଞ୍ଚତ୍ପାରିବ। ଏହା ହାସଲ କରିବା ସମ୍ଭବ। ତେବେ ଏଥିପାଇଁ ଏବେ ଠାରୁ ବାର୍ଷିକ ୮% ହାରରେ ଅଭିବୃଦ୍ଧି ହେବା ଆବଶ୍ୟକ ବୋଲି ସେମାନଙ୍କର ମତ ରହିଛି। କର୍ପୋରେଟ ଟିକସ ହ୍ରାସ ଦ୍ୱାରା ସରକାରଙ୍କ ଉପରେ ୧.୪୫ ଲକ୍ଷ କୋଟି ଟଙ୍କାର ରାଜସ୍ବ ବୋ୍‌ଝ ପଡିବାକୁ ଯାଉଛି ବୋଲି କୁହାଯିବାରୁ ସେ କହିଛନ୍ତି ଯେ, ସରକାର ଏହାକୁ ଅନ୍ୟବାଟେ ଭରଣା କରିନେବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରାଲୋନ୍‌ ଆକାଉଣ୍ଟରେ ୨୩୧୩ ଠକେଇ

ନୂଆଦିଲ୍ଲୀ, ୨-୭ – ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆକାଉଣ୍ଟରେ ୨୩୧୩ ଠକେଇ ସାମ୍ନାକୁ ଆସିଛି। ୨୦୧୬-୧୭ ଆର୍ଥିକ ବର୍ଷ ପରଠାରୁ ଏହି ମାମଲାଗୁଡିକ ସାମ୍ନାକୁ...

ମହିନ୍ଦ୍ରା ଥର୍‌ ଅଫ୍‌ ରୋଡ୍‌ ଅନୁଭୂତି

ଭୁବନେଶ୍ୱର,୨୪।୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍‌(ଏମ୍‌ଏମ୍‌ଏଲ୍‌) ପକ୍ଷରୁ ‘ମହିନ୍ଦ୍ରା ଥର୍‌’ ଗ୍ରାହକଙ୍କ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।...

‘ଊର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହୋଇ ରହିବ ଭାରତ’

ନୂଆଦିଲ୍ଲୀ,୧୨।୪: ଭାରତ ପୂର୍ବଭଳି ବିଶ୍ୱ ଊର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହୋଇ ରହିବ। କରୋନା ପରବର୍ତ୍ତୀ ସମୟରେ ମଧ୍ୟ ଊର୍ଜା ଚାହିଦା କ୍ଷେତ୍ରରେ ଭାରତ ଏହାର ପ୍ରମୁଖ...

ଅଧିକ ଢାଞ୍ଚାଗତ ସଂସ୍କାର ଲୋଡା: ଶକ୍ତିକାନ୍ତ ଦାସ

ମୁମ୍ବାଇ,୨୫-୧: ଆର୍ଥତ୍କ ବର୍ଷ ୨୦୨୦-୨୧ ଲାଗି ସାଧାରଣ ବଜେଟ ଆସିବାକୁ ଆଉ ଗୋଟିଏ ସପ୍ତାହ ବାକି ରହିଛି। ଦେଶର ଜିଡିପି ଅଭିବୃଦ୍ଧିକୁ ବଢାଇବା ଲାଗି ଅଧିକ...

ଖୁଚୁରା ଋଣ ଆବଣ୍ଟନ ୨୫% ବୃଦ୍ଧି

ଭୁବନେଶ୍ୱର,୨୪।୨: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବୁଧବାର ଏହାର ଆଗାମୀ ଯୋଜନା ଓ କାରବାର ସହିତ ଚଳିତ ଆର୍ଥିକ ବର୍ଷର ଓଡିଶା କାରବାର ସମ୍ପର୍କରେ ଏକ ଫଳାଫଳ...

ଜେଇଇ ଆଡଭାନ୍ସରେ ଫିଟ୍‌ଜି ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷର ଜେଇଇ ଆଡଭାନ୍ସ ଫଳାଫଳରେ ଫିଟ୍‌ଜି ଭୁବନେଶ୍ୱର-କଟକ ସେଣ୍ଟରର ବିଦ୍ୟାର୍ଥୀମାନେ ଭଲ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ସେଣ୍ଟରର ସୂଚନା ଅନୁସାରେ ସ୍ଥିତପ୍ରଜ୍ଞା...

ଲେଭିସ୍‌ର ନୂତନ କଲେକ୍ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ପ୍ରଦର୍ଶନକାରୀ ଲେଭିସ୍‌ ପକ୍ଷରୁ ପାର୍ବଣଋତୁ ଉପଲକ୍ଷେ ନୂତନ କଲେକ୍ସନ ସହ ସିଜନ-୩ର ମଧ୍ୟ ଶୁଭାରମ୍ଭ କରାଯାଇଛି। ବିଶେଷକରି ଉକ୍ତ...

ପୁଞ୍ଜି ବଜାରରେ ୫,୦୭୨ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୧-୧୦: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ପୁଞ୍ଜି ବଜାରରେ ୫,୦୭୨ କୋଟି ଟଙ୍କାର ନିବେଶ କରିଛନ୍ତି। ନିବେଶକଙ୍କୁ ବଜାର ସହ...

Advertisement
Archives

Model This Week