୮୯୫ ହେକ୍ଟରରେ ହେବ ବନୀକରଣ

ଅନୁଗୋଳ ଅଫିସ, ୨୪।୬

ବର୍ଷା ଆରମ୍ଭ ହୋଇଯାଇଥିବାରୁ ଅନୁଗୋଳ ବନଖଣ୍ଡରେ ଚାରା ରୋପଣ ପାଇଁ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ବନଖଣ୍ଡ ପକ୍ଷରୁ ଏଥିପାଇଁ ପାଖାପାଖି ସାଢ଼େ ୧୮ ଲକ୍ଷ ଚାରା ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୪ ହଜାର ଚାରା ୮୯୫ ହେକ୍ଟରରେ ଲଗାଯିବ। ସେହିପରି ବିଭିନ୍ନ ରାସ୍ତା ପାର୍ଶ୍ୱରେ ୬୮ କିମି ଯାଏ ପ୍ଲାଣ୍ଟେଶନ କରାଯିବ। ବଳକା ୧୫ ଲକ୍ଷ ୨୮ ହଜାର ଚାରା ବିଭିନ୍ନ ସଂସ୍ଥା, ସଙ୍ଗଠନ ଓ ଜନସାଧାରଣଙ୍କୁ ବଣ୍ଟନ କରାଯିବାର ଯୋଜନା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବନୀକରଣ ହେବାକୁ ଥିବା ବନଖଣ୍ଡର ୮୯୫ ହେକ୍ଟର ଜମି ମଧ୍ୟରୁ ବନ୍ତଳା ରେଞ୍ଜରେ ୧୦, ୫୦୦ ଚାରା ଲଗାଯିବ। ସେହିପରି ଜରପଡ଼ା ରେଞ୍ଜରେ ୪୬, ୫୦୦, ଛେଣ୍ଡିପଦା ରେଞ୍ଜରେ ୮୪, ୫୦୦, ଅନୁଗୋଳ ରେଞ୍ଜରେ ୩୩, ୬୬୦, ତାଳଚେର ରେଞ୍ଜରେ ୪୭, ୫୦୦ ଓ କଣିହଁା ରେଞ୍ଜରେ ସର୍ବାଧିକ ୯୧, ୫୦୦ ଗମ୍ଭାରୀ, ଶିଶୁ, ଅଶନ, କରଞ୍ଜ, ଅର୍ଜୁନ, ଅଁଳା, ନିମ୍ବ, ଜାମୁ, ବାଉଁଶ ଆଦି ୧୫ କିସମର ଚାରା ଲଗାଯିବ। ଗତବର୍ଷ ଏହି ବନଖଣ୍ଡର ୧୭୫୭ ହେକ୍ଟର ଜମିରେ ୪ଲକ୍ଷ ୩୯ ହଜାର ୨୦୮ ଚାରା ରୋପଣ କରାଯାଇଥିଲା। ୫୭ କିଲୋମିଟର ରାସ୍ତା ପାର୍ଶ୍ୱରେ ପ୍ଲାଣ୍ଟେଶନ ହୋଇଥିଲା। ୮ ଲକ୍ଷ ୭୧ ହଜାର ୪୯୦ ଚାରା ବିଭିନ୍ନ ସଂସ୍ଥାକୁ ବଣ୍ଟନ କରାଯାଇଥିଲା। ୨୦୧୮-୧୯ରେ ମଧ୍ୟ ୧୭୫୨ ହେକ୍ଟର ଜମିରେ ବନୀକରଣ ହୋଇଥିଲା। ୩୭ କିଲୋମିଟର ରାସ୍ତା ପାର୍ଶ୍ୱରେ ଚାରା ରୋପଣ ସହ ୩ ଲକ୍ଷ ୪୩୦ ଚାରା ବଣ୍ଟନ କରାଯାଇଥିଲା। ୨୦୧୭-୧୮ରେ ୩୬୭.୫୩ ହେକ୍ଟର ଜମିରେ ୧ଲକ୍ଷ ୫୩ ହଜାର ୫୩୬ ଓ ୮ କିଲୋମିଟର ରାସ୍ତା ପାର୍ଶ୍ୱରେ ଚାରା ଲଗାଯାଇଥିଲା। ୩୩ ହଜାର ଅନ୍ୟମାନଙ୍କୁ ଦିଆଯାଇଥିଲା। ୨୦୧୬-୧୭ରେ ୨୯୯୬ ହେକ୍ଟରରେ ୮ ଲକ୍ଷ ୬୯ ହଜାର ୨୦୫ ଓ ୧୬୨ କିଲୋମିଟର ରାସ୍ତା ପାର୍ଶ୍ୱରେ ପ୍ଲାଣ୍ଟେଶନ କରାଯାଇଥିଲା। ୧୫ ଲକ୍ଷ ୮ ହଜାର ୭୬୦ ଚାରା ବଣ୍ଟାଯାଇଥିବା ବନଖଣ୍ଡ ପକ୍ଷରୁ କୁହାଯାଇଛି। ତେବେ ଏତେ ପରିମାଣର ଚାରା ରୋପଣ କରାଯାଉଥିଲେ ମଧ୍ୟ ଆବଶ୍ୟକ ଯତ୍ନ ନିଆଯାଉ ନ ଥିବାରୁ ଏହାର ଶତପ୍ରତିଶତ ଲାଭ ମିଳିପାରୁ ନାହିଁ ବୋଲି ପରିବେଶବିତମାନେ ଅଭିଯୋଗ କରିଛନ୍ତି। ଏ ନେଇ ଅନୁଗୋଳ ବନଖଣ୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଚାରା ରୋପଣ ପରେ ଯତ୍ନ ନିଆଯାଉଛି। କିନ୍ତୁ କେତେକ ସ୍ଥାନରେ ବଣ୍ଟାଯାଉଥିବା ଚାରାର ଯତ୍ନ ନିଆଯାଉନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରେଞ୍ଜ ଅଧିକାରୀମାନଙ୍କୁ କୁହାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ଭାଣିଜୀ ବାହାଘରକୁ ଆସିଥିଲେ, ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ହୋଇଗଲା ବାଇକ୍‌; ୩ ବ୍ୟକ୍ତି…

ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି…

ଦୁଃଖ ଦେଲା କାଳବୈଶାଖୀ: ଧାନ ଭିଜିଲା, ଗଛ ଭାଙ୍ଗିଲା

ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ…

ବାଲିଅନ୍ତା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

ଭୁବନେଶ୍ୱର, ୯।୫(ସୁନିତ୍‌ ମିଶ୍ର):ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଠିକ୍‌ ଓ ପୁଙ୍ଖାନୁପୁଙ୍ଖ ତଦନ୍ତ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଆମ୍ବୁଲାନ୍ସ ଅଭାବ, ଗୁରୁତର ରୋଗୀ ହଟହଟା: ହସ୍ପିଟାଲରେ ଚାପା ଉତ୍ତେଜନା, ଧାରଣା ଦେବାକୁ…

ଦାରିଙ୍ଗବାଡି, ୯।୫ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଆମ୍ବୁଲାନ୍ସ ଅଭାବ କୁ ନେଇ ଦେଖାଯାଇଛି ଉତ୍ତେଜନା। ଦିନ ଦ୍ବିପ୍ରହରରୁ ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri