୮୪ ଲକ୍ଷ ଟଙ୍କା ଠକେଇ ଘଟଣା: ଜେଲ ଗଲେ ହନିକମ୍ବ ଏମ୍‌ଡି

ବ୍ରହ୍ମପୁର ଅଫିସ,୧୩ା୧୧-ଅଧିକ ସୁଧ ଦେବା ନାଁରେ ସୋନପୁର ଜିଲା ବିନିକା ଅଞ୍ଚଳର ୫୦ରୁ ଉର୍ଦ୍ଧ୍ୱ ଜମାକାରୀଙ୍କ ୮୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ସୋମବାର ହନି କମ୍ବ ହୋଲ୍ଡିଂ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥାର ଏମଡି ଅମିୟ କୁମାର ପାଢ଼ୀଙ୍କୁ ଅଟକ ରଖିଥିଲା। ତାଙ୍କୁ ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅମିୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ବୈଦ୍ୟନାଥପୁର ଥାନାରେ ନଂ.୨୬୩/୧୯ରେ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ଉକ୍ତ ଚିଟଫଣ୍ଡ ସଂସ୍ଥାର ଅନ୍ୟ ୨ ନିର୍ଦ୍ଦେଶକ ରଜନୀ କାନ୍ତ ପାଢ଼ୀ ଓ ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରାଯାଇଛି ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।
ହନିକମ୍ବ ସଂସ୍ଥା ନାଁ’ରେ ୨୦୧୨, ୨୦୧୩ ଓ ୨୦୧୪ରେ କଟକରେ ପୃଥକ ଭାବେ ୬ଟି ମାମଲା ରୁଜୁ ହୋଇଛି। ସଂସ୍ଥାର ଚେର ଅନ୍ୟ କେଉଁଆଡେ ଲମ୍ବିଛି ତାହାର ନେଇ ଖୋଳତାଡ଼ ଚାଲିଛି। ୨୦୦୯ ମସିହାରେ ଉକ୍ତ ସଂସ୍ଥା ବ୍ରହ୍ମପୁର ଜେନାନା ହସ୍ପିଟାଲ ଛକରେ ତା’ର କାର୍ଯ୍ୟାଳୟ ଖୋଲିଥିଲା। ୨୦୧୧ରେ ସଂସ୍ଥାର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସୁବୁଦ୍ଧି ସୋନପୁର ଜିଲା ବିନିକା ଅଞ୍ଚଳର ଚାଉଳ କଳ ମାଲିକ ବସନ୍ତ ସୁବୁଦ୍ଧିଙ୍କୁ ଲୋଭନୀୟ ସ୍କିମ ସମ୍ପର୍କରେ କହିଥିଲେ। ବସନ୍ତ ଏଥିରେ ପ୍ରଲୋଭିତ ହୋଇ ପ୍ରଥମେ ତାଙ୍କ ନାମରେ ୧୫ ଲକ୍ଷ ଓ ପୁଅ ନାମରେ ୧ ଲକ୍ଷ ଟଙ୍କା ଜମା କରିଥିଲେ। ୩ ମାସ ପରେ ପ୍ରଥମ କିସ୍ତିରେ ବସନ୍ତ ଅଧିକ ସୁଧରେ କିଛି ଟଙ୍କା ଫେରସ୍ତ ପାଇଥିଲେ। ତେଣୁ ତାଙ୍କ ଜରିଆରେ ପ୍ରଶାନ୍ତ ଅନ୍ୟାନ୍ୟ ଜମାକାରୀଙ୍କ ଠାରୁ ୮୪ ଲକ୍ଷ ଟଙ୍କା ଆଦାୟ କରିଥିଲେ। ୨୦୧୧ ଡିସେମ୍ବରରେ ସଂସ୍ଥା କାର୍ଯ୍ୟାଳୟରେ ତାଲା ପଡିଯାଇଥିଲା। ରାତାରାତି ସଂସ୍ଥାର ଏଡ଼ି ଓ ଅନ୍ୟ ନିର୍ଦ୍ଦେଶକ ଫେରାର ହୋଇଯାଇଥିଲେ। ବିନିକା ଅଞ୍ଚଳର ଜମାକାରୀମାନେ ବହୁବାର ବ୍ରହ୍ମପୁର ଆସି ନିରାଶ ହୋଇ ଫେରିଥିଲେ। ବସନ୍ତ ସୋମବାର ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିକଟରେ ଏ ନେଇ ଅଭିଯୋଗ କରିଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏଏସପି ପ୍ରଶାନ୍ତ କୁମାର ମିଶ୍ର ଓ ବ୍ରହ୍ମପୁର ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସଂସ୍ଥାର ଏମଡ଼ି ଅମିୟଙ୍କୁ ସୋମବାର ସନ୍ଧ୍ୟାରେ ଗୋବିନ୍ଦବିହାର ନିକଟରୁ କାବୁ କରାଯାଇଥିବା ବେଳେ ଅନେକ କାଗଜପତ୍ର ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବନ୍ଧ ପାଇଁ ଯାଉଥିଲେ: ଜଳ ଭଣ୍ଡାରରେ ଅଟକି ଗଲା ଲଞ୍ଚ

ଭବାନୀପାଟଣା/ଜୟପାଟଣା,୨୧।୧: କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରେ ୭ଜଣଙ୍କୁ ଧରି ଯାଉଥିବା ଏକ ଲଞ୍ଚ ଗୁରୁବାର ଅଟକି ଯାଇଥିଲା। ହେଲେ ଏକ ଆମ୍ବୁଲାନ୍ସ ଡଙ୍ଗା ପହଞ୍ଚି ୭ଜଣଙ୍କୁ...

ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି, ୨୧ା୩ : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ ପରେ ଗୁଳିକରି...

କ୍ୟାନ୍‌ସର ହସ୍ପିଟାଲରୁ ପୁଣି ୩୮ ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ୍‌,୪ା୭: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏଠାରେ ଶନିବାର ପୁଣି ଆଉ ୩୮ ଜଣ...

ପାଣିରେ ବୁଡ଼ିଛି ଚାଷଜମି: ସ୍ଥିତି ଅନୁଧ୍ୟାନ କଲେ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ

ତିହିଡ଼ି, ୨।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କୁବେରା ପଞ୍ଚାୟତର ୩ଟି ମୌଜାରେ ୩ ଶହ ଏକର ଚାଷଜମି ପାଣିରେ ବୁଡ଼ି...

ଗଞ୍ଜାମରୁ ନକଲି ମଦ କାରଖାନା ଠାବ

ବ୍ରହ୍ମପୁର ଅଫିସ , ୨୭।୨: ବ୍ରହ୍ମପୁର ମହାନଗରରୁ ଏବେ ପୁଣି ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବଡ଼...

ବତିଘରେ ଇଂରେଜଙ୍କ କମାଣ ମୂକସାକ୍ଷୀ ପାଲଟିଛି

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.): ପୂର୍ବ ଉପକୂଳ ବଙ୍ଗୋସାଗର ସଂଲଗ୍ନ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବତିଘର ରହିଛି। ବିଗତଦିନରେ କୁଜଙ୍ଗ ରାଜାଙ୍କ ଶାସନ ଅଧୀନରେ ଏହା ଥିଲା ନିର୍ଜନ ଦ୍ୱୀପ।...

ଦୋଳ ପାଇଁ ଉତ୍ସବମୁଖର ଗୁନେଇବିଲି

ଢେଙ୍କାନାଳ ଅଫିସ, ୨୩।୩ – ଦୋଳ ମହୋତ୍ସବକୁ ନେଇ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର ଗୁନେଇବିଲି ପଞ୍ଚାୟତର ୧୦୦ ବର୍ଷ ପୁରୁଣା ଏହି...

ପଦ୍ମପୁର ଉପନିର୍ବାଚନ: ୯ମ ରାଉଣ୍ଡ ସୁଦ୍ଧା ଆଗରେ ଅଛନ୍ତି ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା...

Advertisement
Archives

Model This Week