Posted inଜାତୀୟ

୮ଫୁଟ ପାଣିକୁ ଡେଇଁ ଶିଶୁଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ଜୟପୁର,୧୬।୯: ରାଜସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କୋଟ, ବୁନ୍ଦି, ଚିତୋରଗଡ଼ ଓ ଝାଲାବାଡର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଏଠାରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯାଇଛି। ଏହି ସମୟରେ ରାଜସ୍ଥାନ ପୋଲିସରେ କନଷ୍ଟେବଳ ଭାବେ କାମ କରୁଥିବା ରାକେଶ ମିଣାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। କାରଣ ରବିବାର ରାକେଶ ଡ୍ୟୁଟିକୁ ଯିବା ସମୟରେ ଛୋଟ ପିଲାଙ୍କ କାନ୍ଦ ଶୁଣିବାକୁ ପାଇଥିଲେ। ଏହାପରେ ସେ କାନ୍ଦଶୁଣି ନିକଟକୁ ଯିବା ସମୟରେ ଦୁଇଟି ଶିଶୁ ପାଣି ଭିତରେ ଫଶି ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେଠାରେ ଥିବା ପ୍ରାୟ ୮ ଫୁଟ ପାଣିକୁ ଏକ ଟ୍ୟୁବ ନେଇ ରାକେଶ ଡେଇଁ ପଡିବା ସହ ଶିଶୁ ଦୁଇଟିଙ୍କୁ ଉଦ୍ଧାର କରିଥିଲେ। ଅନ୍ୟମାନେ କେହି ସାହସ କରି ସେଠାକୁ ଯାଉ ନ ଥିବା ବେଳେ ରାକେଶଙ୍କ ସାହସକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନ୍‌ର ଟଏଲେଟ୍‌ ସାମ୍ନାରେ ବିବାହିତା ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଦେଲେ ଯୁବକ, କାରଣ ଜାଣିଲେ…

ପାଟଣା,୧୧ା୬: ବିହାରର ସୁଲତାନଗଞ୍ଜରୁ ଏମିତି ଏକ ବିବାହ ଖବର ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ ଘଟଣା। ଜଣେ ବିବାହିତା ମହିଳା...

ଶ୍ରମିକଙ୍କ ସହିତ ଏକାଠି ଭୋଜନ କଲେ ପ୍ରଧାନମନ୍ତ୍ରୀ…

କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ...

ଇନ୍ଦୋରରେ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ

ଇନ୍ଦୋର,୯।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଛି। କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି।...

‘ଜୟ ଶ୍ରୀରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ମାଡ଼ ମାରି ଦାଢ଼ି କାଟିଦେଲେ

ନୂଆଦିଲ୍ଲୀ,୧୪।୬: ନମାଜ ପାଠ କରିବା ପାଇଁ ମସ୍‌ଜୀଦ ଯାଉଥିବା ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ସହ ଦାଢ଼ି କାଟି ଦେଇଛନ୍ତି କିଛି ଦୁର୍ବୃତ୍ତ। ରାଜଧାନୀ...

୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ

ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା...

ଜମ୍ମୁ-କଶ୍ମୀର ତ୍ରାଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୬।୬: ଜମ୍ମୁ-କଶ୍ମୀର ତ୍ରାଲ ସେକ୍ଟରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଏହି ଏନ୍‌କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ...

ମୋଦିଙ୍କ ୭୦ତମ ଜନ୍ମଦିବସରେ ଦେଶ ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଜି ହେଉଛି ୭୦ତମ ଜନ୍ମଦିବସ । ଏହି ଦିବସକ୍‌ୁ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ସପ୍ତାହେ ପୂର୍ବରୁ ସେବା...

କଶ୍ମୀର: ୨୬ ଗୃହବନ୍ଦୀଙ୍କ ଉପରୁ ପିଏସ୍‌ଏ ହଟିଲା

ଶ୍ରୀନଗର,୧୧ା୧(ପି.ଟି.): ଇଣ୍ଟରନେଟ ବନ୍ଦ ଏବଂ ଉପତ୍ୟକାରେ କଟକଣାକୁ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ସମାଲୋଚନା କରିବା ପରେ ଜମ୍ମୁ-କଶ୍ମୀର ପ୍ରଶାସନ ଅଟକ ଥିବା ୨୬ ଜଣଙ୍କ ଉପରୁ...

Advertisement
Archives

Model This Week