୮ଘଣ୍ଟାରେ ୧୮ କିଲୋମିଟର କାନ୍ଧରେ ବୋହି ପ୍ରସୂତିଙ୍କୁ ହସ୍ପିଟାଲ ନେଲେ ପରିବାରଲୋକେ

କୁଲୁ,୧୭।୨: ସବୁ ରାଜ୍ୟରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରାୟ ସମୟରେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ବହୁଥର ପ୍ରସୂତିଙ୍କୁ କାନ୍ଧରେ କିମ୍ବା ଭାରରେ ବୋହି ହସ୍ପିଟାଲକୁ ନିଆଯାଉଥିବା ଖବର ସାମ୍ନାକୁ ଆସୁଛି କିନ୍ତୁ ଏହାପରେ ବି ସରକାରଙ୍କ ଚେତା ପଶୁନି। ପୁଣି ଥରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶ କୁଲୁ ଜିଲାରେ। ଜଣେ ପ୍ରସୂତିଙ୍କୁ ଚେୟାରରେ କାନ୍ଧ ଉପରେ ବସାଇ ଦୀର୍ଘ ୧୮ କିଲୋମିଟର ଚାଲି ହସ୍ପିଟାଲକୁ ନିଆଯାଇଥିଲା। ସୂଚନାଯୋଗ୍ୟ, ସ୍ବାଧୀନତାର ୭୩ ବର୍ଷ ପରେ ବି ହିମାଚଳ ପ୍ରଦେଶରେ ସ୍ବାସ୍ଥ୍ୟ ଓ ସଡ଼କ ସୁବିଧାର ଘୋର ଅଭାବ ରହିଥିବା ବେଳେ ଦୁର୍ଗମ ଅଞ୍ଚଳ ସୁବେର କଥା ନ କହିବା ଭଲ। କୁଲୁ ଜିଲାର ସେଞ୍ଜ ଘାଟିର ଅତି ଦୁର୍ଗମ ଅଞ୍ଚଳ ଗଡାପାରଲି ପଞ୍ଚାୟତର ସାକଟି ଗାଁର ସୁନୀତା(୨୭) ନାମ୍ନୀ ଜଣେ ମହିଳାଙ୍କୁ ରବିବାର ପ୍ରସୂତି ବେଦନା ହୋଇଥିଲା। ରାସ୍ତା ଖରାପ ଥିବାରୁ ପରିବାରଲୋକେ ତାଙ୍କୁ ଚେୟାରରେ ବାନ୍ଧି କାନ୍ଧରେ ବୋହି ଦୀର୍ଘ ୧୮ କିଲୋମିଟର ଚାଲି ଚାଲି ନିହାନି ପର୍ଯ୍ୟନ୍ତ ନେଇଥିଲେ। ଏହି ମୁଖ୍ୟ ରାସ୍ତାକୁ ଯିବା ପାଇଁ ସେମାନଙ୍କୁ ପ୍ରାୟ ୮ଘଣ୍ଟା ସମୟ ଲାଗିଥିଲା। ସେଠାରୁ ତାଙ୍କୁ ଏକ ଗାଡିରେ ହସ୍ପିଟାଲକୁ ନିଆଯାଇଥିଲା। ଏବେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା

ନୂଆଦିଲ୍ଲୀ,୧୬।୧୨: ଦେଶର ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହା...

୫ ଲକ୍ଷ ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଏହି ମହିଳା, ସବୁ ବିଗାଡ଼ିଲା ଟାଟୁ, ଜାଣନ୍ତୁ କେମିତି…

ଦୁନିଆରେ ଅନେକ ପ୍ରକାରର ଲୋକଙ୍କ ବିଷୟରେ ଜାଣିଥିବେ। କିଏ ଅର୍ଥ ବଳରେ ନାଁ କରିବାକୁ ଚାହାନ୍ତି ତ କିଏ ଗୀତ ଗାଇ ପ୍ରସିଦ୍ଧ ହେବା ପାଇଁ...

ବାପପୁଅଙ୍କ ହାଜତ ମୃତ୍ୟୁର ସିବିଆଇ ତଦନ୍ତ ହେବ

ସଲେମ,୨୯ା୬(ପି.ଟି.): ତାମିଲନାଡୁର ଟୁଟିକୋରିନ ଜିଲାରେ ବାପପୁଅଙ୍କ ହାଜତ ମୃତ୍ୟୁ ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ। ଏହି ମାମଲାକୁ ରାଜ୍ୟ ସରକାର ସିବିଆଇକୁ...

ବଳାତ୍କାର ପରେ ନାବାଳିକାଙ୍କୁ ଜାଳିଦେଲେ: ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ପୀଡ଼ିତା

ହାଇଦ୍ରାବାଦ,୨୯ା୨: ତେଲଙ୍ଗାନାର ସୂର୍ଯ୍ୟପେଟ ଜିଲାରେ ଜଣେ ନାବାଳିକା(୧୭)ଙ୍କୁ ବଳାତ୍କାର କରାଯିବା ପରେ ନିଆଁରେ ପୋଡ଼ି ଦିଆଯାଇଛି। ପୀଡ଼ିତା ଏବେ ଗୁରୁତର ଅବସ୍ଥାରେ ଓ୍ବାରାଙ୍ଗଲ ସରକାରୀ ହସ୍ପିଟାଲରେ...

ମନ୍ଦିର ବାବରଙ୍କ ନିର୍ଦ୍ଦେଶରେ ହୋଇଥିଲା ଭଙ୍ଗା: ପ୍ରମାଣ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୪।୮: ରାମଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ସୁପ୍ରିମ୍‌କୋର୍ଟରେ ପ୍ରତିଦିନ ଜାରି ରହିଛି। ଏନେଇ ବୁଧବାର ରାମଲଲାଙ୍କ ଆଇଜନୀବୀ ସି.ଏସ୍‌. ବୈଦନାଥନ୍‌ ଐତିହାସିକ ଯୋଶେଫ୍‌ ଟାଇଫେନ୍ଥଲରଙ୍କ ଦ୍ୱାରା...

ଫାଦର୍ସ ଡେ’: କୋଟିପତି ବାପାଙ୍କ ସଫଳ ଝିଅ

ବାପା ଏବଂ ଝିଅର ସମ୍ପର୍କ ସବୁଠାରୁ ଭିନ୍ନ। ସବୁ ଝିଅଙ୍କ ପାଇଁ ସେମାନଙ୍କ ବାପା ହେଉଛନ୍ତି ପ୍ରଥମ ହିରୋ। ଜୁନ୍‌ ମାସର ତୃତୀୟ ରବିବାରକୁ ଫାଦର୍ସ...

ଚଳିତ ଦଶନ୍ଧିର ସବୁଠାରୁ ଦେବାଳିଆ ବଜେଟ: ଅଖିଳେଶ

ନୂଆଦିଲ୍ଲୀ,୧।୨: ଦ୍ୱିତୀୟ ଥର ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ଲୋକ ସଭାରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା...

ମନମୋହନଙ୍କୁ ଭେଟିବାକୁ ଫଟୋଗ୍ରାଫର ଧରି ଯାଇଥିଲେ ମାଣ୍ଡବ୍ୟ

ନୂଆଦିଲ୍ଲୀ,୧୮।୧୦: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡବ୍ୟ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ବିଭିନ୍ନ କାର୍ଯ୍ୟକୁ ନେଇ ସମାଲୋଚିତ ହୋଇଆସୁଛନ୍ତି। ସେ କେତେବେଳେ ଟିକାକରଣକୁ ନେଇ ବିଭ୍ରାନ୍ତିକର...

Advertisement
Archives

Model This Week