୭ ସପ୍ତାହ ଧରି କୋଇଲା ସଙ୍କଟ: ନାଲ୍‌କୋର ୮୦ ପଟ୍‌ ବନ୍ଦ

ବଅଁରପାଳ, ୧୭।୧୦ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାରେ ଥିବା ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ ଲାଗି ରହିଛି। ଗତ ୭ ସପ୍ତାହ ହେଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲଡ୍‌ସ ଲିମିଟେଡ୍‌ (ଏମ୍‌ସିଏଲ୍‌)ରୁ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ହୋଇପାରୁ ନ ଥିବାରୁ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଫଳରେ ପ୍ଲାଣ୍ଟ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର (ସିପିପି)ର ୩ ୟୁନିଟ୍‌ ସହ ୮୦ଟି ପଟ୍‌କୁ ବନ୍ଦ ରଖାଯାଇଛି। ତେବେ ପ୍ଲାଣ୍ଟ ଚଳାଇବା ପାଇଁ ରାଜ୍ୟ ଗ୍ରୀଡ୍‌ରୁ ଚଢ଼ା ଦରରେ ବିଦ୍ୟୁତ୍‌ ଶକ୍ତି କିଣାଯାଉଥିବା ନାଲ୍‌କୋ ପକ୍ଷରୁ ବୁଧବାର ପ୍ରେସ୍‌ ବିବୃତିରେ ପ୍ରକାଶ କରାଯାଇଛି।
ନାଲ୍‌କୋ ପକ୍ଷରୁ କୁହାଯାଇଛି ଯେ, ଅନୁଗୋଳ ସ୍ଥିତ ନିଜସ୍ବ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର (ସିପିପି) ଏବଂ ଦାମନଯୋଡ଼ିର ଷ୍ଟିମ୍‌ ଓ ପାୱାର ପ୍ଲାଣ୍ଟ କାର୍ଯ୍ୟ ପାଇଁ ନାଲ୍‌କୋ ସମ୍ପୂର୍ଣ୍ଣ ଭାବେ ଏମ୍‌ସିଏଲ୍‌ ଉପରେ ନିର୍ଭରଶୀଳ। ଅନୁଗୋଳର ସିପିପି ପାଇଁ ଦୈନିକ ୧୭ ହଜାର ଟନ୍‌ କୋଇଲା ଆବଶ୍ୟକ। ହେଲେ ବର୍ତ୍ତମାନ ୮ରୁ ୯ ହଜାର ଟନ୍‌ କୋଇଲା ଏମ୍‌ସିଏଲ୍‌ରୁ ମିଳୁଛି। ୭ ସପ୍ତାହ ଧରି ଏହି ନିଅଣ୍ଟିଆ ସ୍ଥିତି ଯୋଗୁ ଗଚ୍ଛିତ କୋଇଲା ଶେଷ ହୋଇଗଲାଣି। ଏବେ ପ୍ଲାଣ୍ଟ ଚଳାଇବା ପାଇଁ ନାଲ୍‌କୋକୁ ରାଜ୍ୟ ଗ୍ରୀଡ୍‌ରୁ ୧୯୦ ମେଗାୱାଟ ବିଦ୍ୟୁତ କିଣିିବାକୁ ପଡ଼ୁଛି। ଏହି ସମସ୍ୟା ପାଇଁ ବୁଧବାର ସୁଦ୍ଧା ସ୍ମେଲଟର ପ୍ରକଳ୍ପର ୮୦ଟି ଇଲେକ୍ଟ୍ରୋନିକ୍ସ ପଟ୍‌ ବନ୍ଦ କରିବାକୁ ପଡ଼ିଛି। କୋଇଲା ଯୋଗାଣରେ ସୁଧାର ନ ଆସିଲେ ପର୍ଯ୍ୟାୟ କ୍ରମେ ୨୨୭ଟି ପଟ୍‌ ବନ୍ଦ କରିବାକୁ ପଡ଼ିପାରେ। ସେହିପରି ୧୨୦ ମେଗାଓ୍ବାଟ୍‌ ଲେଖାଏ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ସିପିପିର ମୋଟ୍‌ ୧୦ଟି ୟୁନିଟ୍‌ ମଧ୍ୟରୁ ୩ଟିରେ କାର୍ଯ୍ୟ ବନ୍ଦ ରଖାଯାଇଛି। ଆଉ ଏକ ୟୁନିଟ୍‌କୁ ମଧ୍ୟ ବନ୍ଦ କରାଯିବା ଆଶଙ୍କା ପ୍ରକାଶ ପାଇଛି। କୋଇଲା ଯୋଗାଣ ଓ ବିଦ୍ୟୁତ୍‌ ଉତ୍ପାଦନରେ ହ୍ରାସ ଯୋଗୁ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ ହୋଇଛି। ଏହି ପରିସ୍ଥିତିର ମୁକାବିଲା ପାଇଁ କୋଇଲା ଯୋଗାଣ ବୃଦ୍ଧି କରିବାକୁ ନାଲ୍‌କୋ ୟୁନିୟନ ଓ ଆସୋସିଏଶନ ପକ୍ଷରୁ ଏମ୍‌ସିଏଲ୍‌, କୋଲ ଇଣ୍ଡିଆ ଲିମିଟେଡ ଓ କୋଇଲା ମନ୍ତ୍ରାଳୟକୁ ନିବେଦନ କରାଯାଇଛି।
ଏ ସମ୍ପର୍କରେ ନାଲ୍‌କୋ ଶ୍ରମିକ କଂଗ୍ରେସ ୟୁନିୟନର କାର୍ଯ୍ୟକାରୀ ସଭାପତି ବିଭବ ଜେନା କହିଛନ୍ତି, କୋଇଲା ସଙ୍କଟ ଯୋଗୁ କର୍ତ୍ତୃପକ୍ଷ ଚଢ଼ା ଦରରେ ବାହାରୁ ବିଦ୍ୟୁତ୍‌ କ୍ରୟ କରି ପ୍ଲାଣ୍ଟକୁ ବଞ୍ଚାଇ ରଖିଛନ୍ତି। ଷ୍ଟକୟାର୍ଡରେ ୫ରୁ ୬ ଲକ୍ଷ ମେଟ୍ରିକ ଟନ୍‌ ପରିବର୍ତ୍ତେ ମାତ୍ର ୨୦ ହଜାର ମେଟ୍ରିକ ଟନ୍‌ କୋଇଲା ରହିବା ପ୍ରଥମ ଘଟଣା। ନେସ୍‌ ସାଧାରଣ ସମ୍ପାଦକ ନିର୍ମଳ ସାମଲ କହିଛନ୍ତି, କୋଇଲା ଅଭାବ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଆଲୁମିନିୟମ ମଜଦୁର ସଂଘ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ବେହେରା ଏମ୍‌ସିଏଲ୍‌ ପକ୍ଷରୁ ତୁରନ୍ତ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ ପରେ ପ୍ରତାରଣା, ବଳାତ୍କାର ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା; ସରକାରଙ୍କ ବଡ଼ ଘୋଷଣା, ପିପିଲି ଟୋଲ୍‌ ଗେଟ୍‌ରେ ଏହି ଗାଡ଼ିକୁ ଦେବାକୁ ପଡ଼ିବନି ଫି

ଭୁବନେଶ୍ବର,୨୪।୬: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।…

ପୂରଣ ହେବାକୁ ଯାଉଛି ହରିଜନ ସାହି ବାସିନ୍ଦାଙ୍କ ସ୍ବପ୍ନ, ବିଧାୟକ କଲେ….

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲୀ ହରିଜନ ସାହିରେ ନିର୍ମାଣ ହେବ ମା ଠାକୁରାଣୀଙ୍କ ମନ୍ଦିର । ଏଥିପାଇଁ ବୁଧବାର ଛତ୍ରପୁର…

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି; କେସିଙ୍ଗାରେ ବିକାଶ ଧାରା,ଓଡିଶା ସାରା

କେସିଙ୍ଗା,୨୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ଏକ ଭିଡିଓ କନଫରେନ୍ସ ଦ୍ଵାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା, ଓଡିଶା…

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ…

ଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମାଗୁର ଆମ୍ବଠା  ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ କାମ…

ଦଶମ ପରୀକ୍ଷାଫଳ, ସାନଖେମୁଣ୍ଡି ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଖୋଲଡ଼ି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଇସିତା ସାହୁଙ୍କୁ ସମ୍ବର୍ଦ୍ଧିତ…

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଣୀ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁଚିତ୍ରା ପାଣିଗ୍ରାହୀ, କହିଦେଲେ ବଡ଼ କଥା

ଛତ୍ରପୁର,୨୪।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ନୂତନ ଶିକ୍ଷା ଅଧିକାରୀଣୀ (ବି.ଇ.ଓ.) ଭାବେ ସୁଚିତ୍ରା କୁମାରୀ ପାଣିଗ୍ରାହୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ୨୦୨୧ ବ୍ୟାଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri