୭ ବର୍ଷର ରାକେଶଙ୍କ ଦୁଇ କିଡ୍‌ନୀ ନଷ୍ଟ: ଚିକିତ୍ସା ସହାୟତା ଲୋଡ଼ିଲା ପରିବାର

ଭୁବନ, ୨୧।୬(ଡି.ଏନ.ଏ.)-ଜୀବନ କ’ଣ ଜାଣିବା ଆଗରୁ ଦାରୁଣ ହୋଇଛି ସମୟ। ମାତ୍ର ୭ବର୍ଷ ବୟସରେ ଉଭୟ କିଡ୍‌ନୀ ହରାଇଛନ୍ତି ଅବୋଧ ଶିଶୁ ରାକେଶ। ଦୀର୍ଘ ୫ବର୍ଷ ହେଲା ରୋଗ କଲବଲ କରୁଥିବାବେଳେ ଖର୍ଚ୍ଚ ହେଲାଣି ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଚିକିତ୍ସାରେ ଆହୁରି ୬ଲକ୍ଷ ଖର୍ଚ୍ଚ ହେବ ବୋଲି ଜଣାପଡ଼ିବା ପରେ ମା’ବାପାଙ୍କ ମୁଣ୍ଡରେ ଛିଣ୍ଡି ପଡ଼ିଛି ଦୁଃଖର ପାହାଡ଼। ପୁଅର ଚିକିତ୍ସାରେ ସର୍ବସ୍ବାନ୍ତ ହୋଇପଡ଼ିଥିବା ଲକ୍ଷ୍ମୀଧର ବେହେରା ଏବେ ଅନାଇଛନ୍ତି ସହୃଦୟ ବ୍ୟକ୍ତିଙ୍କ ସହାୟତାକୁ।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତର ଅସୁରବନ୍ଧ ପାଟଣା ଗ୍ରାମରେ ରୁହନ୍ତି ଲକ୍ଷ୍ମୀଧର। ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ। ବଡ଼ପୁଅ ରାଜେଶ ୬ଷ୍ଠ ଶ୍ରେଣୀରେ ପଢୁଥିବାବେଳେ ରାକେଶ ୨ୟ ଶ୍ରେଣୀର ଛାତ୍ର। ଲକ୍ଷ୍ମୀଧରଙ୍କ କହିବା କଥା, ରାକେଶ ୨ବର୍ଷର ହୋଇଥିବାବେଳେ ହଠାତ୍‌ ତାଙ୍କ ମୁହଁ, ଗୋଡ଼ହାତ ଫୁଲିବା ଆରମ୍ଭ କଲା। ସ୍ଥାନୀୟ ଡାକ୍ତରଖାନାରେ ପ୍ରଥମେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ରୋଗ ଜଣା ନ ପଡ଼ିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରବର୍ତ୍ତୀ ସମୟରେ କଟକ ଶିଶୁଭବନରେ ରାକେଶଙ୍କୁ ଭର୍ତ୍ତି କରାଯାଇଥିଲା। ୨୦୧୯ ଜୁନ୍‌ ୧୭ରେ ତାଙ୍କର ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଶିଶୁ ଭବନରେ ଚିକିତ୍ସାଧୀନ ଥିବାବେଳେ ସେଠାକାର ଡାକ୍ତର ପୁଅର କିଡ୍‌ନୀ ଆଂଶିକ ନଷ୍ଟ ହୋଇଥିବା କହିଥିଲେ। ପୁଅର ଆରୋଗ୍ୟ କାମନା କରି ଜିଲା ପ୍ରଶାସନ ଏବଂ ସମ୍ପର୍କୀୟଙ୍କଠାରୁ ଧାରଉଧାର କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଥିଲେ। ତେବେ ରାକେଶଙ୍କ ଉଭୟ କିଡ୍‌ନୀ ନଷ୍ଟ ହୋଇଯାଇଥିବା ନିକଟରେ ଶିଶୁଭବନର ଡାକ୍ତର ସ୍ପଷ୍ଟ କରିବା ପରେ ଏବେ ପାଦତଳୁ ମାଟି ଖସିଯାଇଥିବା ଲକ୍ଷ୍ମୀଧର କହିଛନ୍ତି। ପୁଅ କିପରି ଭଲ ହେବ ଏବେ ସେହି ଚିନ୍ତା ଘାରିଛି। ସବୁଆଡୁ ନିରାଶ ହେବାପରେ ଏବେ ଠାକୁରଙ୍କ ଭରସାରେ ଅଛନ୍ତି ଲକ୍ଷ୍ମୀଧର ଏବଂ ତାଙ୍କ ସ୍ତ୍ରୀ। ପୁଅକୁ ପ୍ରତିଦିନ ମନ୍ଦିର ଦର୍ଶନ କରାଇ ଜୀବନ ଭିକ୍ଷା ମାଗୁଛନ୍ତି। ଯଦି କୌଣସି ସହାୟତା ବ୍ୟକ୍ତି ସହାୟତାର ହାତ ବଢ଼ାନ୍ତି ତେବେ ରାକେଶଙ୍କ ଜୀବନ ବଞ୍ଚତ୍ୟିବ ବୋଲି ଲକ୍ଷ୍ମୀଧର କହିଛନ୍ତି। ତାଙ୍କୁ ସହାୟତା ଦେବାକୁ ମୋବାଇଲ ନଂ ୮୦୧୮୧୬୩୫୨୪ରେ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବାହାରି ଯାଇ ଆଉ ଫେରି ନ ଥିଲେ , ୪ ଦିନ ପରେ ମିଳିଲା ମୃତଦେହ

ଢେଙ୍କାନାଳ ଅଫିସ, ୭।୧୧: ଦୀର୍ଘ ଚାରିଦିନ ପରେ ଶେଷରେ ବୋରାପଦା ସ୍ଥିତ ସରକାରୀ ଆଇଟିଆଇ ପଛପଟ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟବସାୟୀ ପୀତବାସ ଦାସଙ୍କ...

ସାଙ୍ଗିଆ କରିଛି ଅଡୁଆ

ଢେଙ୍କାନାଳ ଅଫିସ, ୨୯।୩:  ‘ସଅର’ ସାଙ୍ଗିଆ ପାଇଁ ଅଡୁଆରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାରେ ବସବାସ କରୁଥିବା ଜନଜାତି ବର୍ଗର ଶତାଧିକ ପରିବାର। ଜିଲାର ଆର୍‌ଆଇମାନେ ଜମିପଟ୍ଟାରେ...

‘ଜାଗା ସମ୍ପର୍କ’ ଆୟୋଜନ କଲା ପୌରସଂସ୍ଥା

ଢେଙ୍କାନାଳ ଅଫିସ, ୨୧।୧ ଢେଙ୍କାନାଳ ପୌରାଞ୍ଚଳର ୧ନଂ. ଓ୍ବାର୍ଡ କାଠଗଡ଼ା ପର୍ବତିଆ ସାହିରେ ପୌର ସଂସ୍ଥା ପକ୍ଷରୁ ନିର୍ବାଚନ ଲାଗି ଜାରି କରାଯାଇଥିବା ଆଦର୍ଶ ଆଚରଣ...

ବିପୁଳ ପରିମାଣର ନକଲି ମଦ ଜବତ, ୨ ଗିରଫ

ପରଜଙ୍ଗ, ୨୯ା୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଅଞ୍ଚଳରୁ ପରଜଙ୍ଗ ପୋଲିସ ବୁଧବାର ବିପୁଳ ପରିମାଣର ନକଲି ମଦ, ମଦ ତିଆରି ସାମଗ୍ରୀ ଜବତ...

ଚକା ଫାଟିବାରୁ ନଦୀକୁ ଖସିଲା ଟ୍ରକ୍‌

ପରଜଙ୍ଗ,୧୨।୧୨(ଡି.ଏନ.ଏ.)- ୫୩ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ-ଜଟିଆ ଛକ ନିକଟରେ ଏକ ଟ୍ରକ୍‌ ପୋଲ ଉପରୁ ବ୍ରାହ୍ମଣୀ ନଦୀକୁ ଖସିପଡ଼ିଛି।...

ସ୍ମୃତିରେ ସଜ୍ଜଳ କଳ୍ପନା: ପର୍ବତରାଣୀଙ୍କୁ ଝୁରୁଛି ଢେଙ୍କାନାଳ

ଢେଙ୍କାନାଳ ଅଫିସ, ୨୩।୫ – ଏଭରେଷ୍ଟର ଉତ୍ତୁଙ୍ଗ ଶିଖରରେ ତ୍ରିରଙ୍ଗା ଉଡ଼ାଇବା ସ୍ବପ୍ନ ସାକାର କରୁକରୁ ସବୁଦିନ ଲାଗି ନୀରବିଗଲେ ପର୍ବତରାଣୀ କଳ୍ପନା ଦାଶ। ଏହି...

ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଖୋଲିଲା ‘ଆହାର’

ଢେଙ୍କାନାଳ ଅଫିସ, ୧୧ା୭ – ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶୁକ୍ରବାର ନୂତନ ଆହାର କେନ୍ଦ୍ରରେ ଶୁକ୍ରବାର ନୂତନ ଆହାର କେନ୍ଦ୍ର ଲୋକାର୍ପିତ ହୋଇଛି।...

ଚେଇଁ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ:ଭୁବନ-ଯାଜପୁର ରାସ୍ତା ଡେଥ୍‌ ଜୋନ୍‌

ଭୁବନ, ୧୫।୬ (ଡି.ଏନ.ଏ.)ଢେଙ୍କାନାଳ ଜିଲା ଭୁବନରୁ ଯାଜପୁର ଜିଲାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ରାସ୍ତା ଡେଥ୍‌ ଜୋନ୍‌ ପାଲଟିଛି। ଖାଲଖମାରେ ଭର୍ତ୍ତି...

Advertisement
Archives

Model This Week