Posted inଫୁରସତ

୭୬ ବର୍ଷୀୟ ବୃଦ୍ଧଙ୍କ ଅଟୋ ଆମ୍ବୁଲାନ୍ସ ସେବା : ୯୦ ଦିନରେ ବଞ୍ଚାଇଛନ୍ତି ୧୦୦ ଜଣଙ୍କ ଜୀବନ

ହରଜିନ୍ଦର ସିଂହ ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ ଦିଲ୍ଲୀ ରାସ୍ତାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ କୁହନ୍ତି, ଗତ ୩ ମାସ ଭିତରେ ୧୦୦ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ପ୍ରତିଦିନ ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ଆହତମାନଙ୍କୁ ସେବା ଯୋଗାଇଥାନ୍ତି। ଟ୍ରାଫିକ ନିୟମ ଭଙ୍ଗ କରି ସେ ଲୋକଙ୍କୁ ତୁରନ୍ତ ନେଇ ମେଡିକାଲରେ ପହଞ୍ଚାଇଥାନ୍ତି। ଅଟୋରେ ସେ ପାଷ୍ଟଏଡ୍‌ ବକ୍ସ ମଧ୍ୟ ରଖିଛନ୍ତି। ଏଥିରେ ବିଭିନ୍ନ ପ୍ରକାର ଔଷଧ ବି ରଖିଛନ୍ତି। ସାମାନ୍ୟ ଆହତ ହୋଇଥିବା ଲୋକ ଏଥିରୁ ଆରୋଗ୍ୟ ହୋଇଥାନ୍ତି। ଗୁରୁତର ରୋଗୀଙ୍କୁ ମାଗଣାରେ ସେ ନେଇ ମେଡିକାଲରେ ପହଞ୍ଚାଇ ଦିଅନ୍ତି। ରାସ୍ତାରେ ଦୁର୍ଘଟଣା ଘଟିବା ସମୟରେ ଲୋକେ ଭିଡିଓ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାବେଳେ କାଳବିଳମ୍ବ ନ କରି ହରଜିନ୍ଦର ଆହତଙ୍କୁ ନେଇ ମେଡିକାଲରେ ପହଞ୍ଚାଇ ଦିଅନ୍ତି। ହରଜିନ୍ଦର ଦିଲ୍ଲୀର ଭଜନାପୁରରେ ସପରିବାର ରହୁଛନ୍ତି। ସକାଳ ୮ଟାରୁ ସେ ନିତ୍ୟକର୍ମ ସାରି ଅଟୋ ଧରି ବାହାରି ପଡ଼ନ୍ତି। ଏପରିକି ଔଷଧ ଏବଂ ମେଡିକାଲ ଖର୍ଚ୍ଚ ସେ ନିଜେ ବହନ କରିଥାନ୍ତି। ଏଥିପାଇଁ ସେ ଅଟୋରେ ଏକ ଦାନବାକ୍ସ ରଖିଛନ୍ତି। ଏଥିରୁ ମିଳୁଥିବା ଅର୍ଥକୁ ସେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଚିକିତ୍ସାରେ ଖର୍ଚ୍ଚ କରିଥାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷତ

ପୂଜା ପାର୍ବଣ ସମୟରେ ଯାହା ସବୁଠୁ ଆବଶ୍ୟକ ତାହା ହେଉଛି ତିଳତଣ୍ଡୁଳ। ତିଳ ତଣ୍ଡୁଳ ବିନା ହିନ୍ଦୁ ଧର୍ମାବଲମ୍ବୀଙ୍କ ପୂଜା ଆରାଧନାର କୌଣସି ମାନେ ରହେନାହିଁ।...

ଆଗକୁ ବିପଦ: ବିଶ୍ୱକୁ ସଞ୍ଜୀବନୀ କୋଭିଡ୍‌-୧୯

କୋଭିଡ୍‌-୧୯ ମଣିଷକୁ ଅନେକ ଶିକ୍ଷା ଦେଇଛି। ହେଲେ ପରିବେଶରେ ଯେଉଁ ସ୍ବଚ୍ଛତା ଆସିଛି ତାହା ୧୦୦ ବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା। ବାୟୁ...

ବିଶ୍ୱର ସବୁଠୁ ବଡ଼ ସମାଧିସ୍ଥଳ

ଦୁନିଆରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠାରେ ବିଶ୍ୱର ସବୁଠୁ ବଡ଼ ସାମୂହିକ ସମାଧିସ୍ଥଳର ସନ୍ଧାନ ମିଳିଛି। ଏକସଙ୍ଗେ ପ୍ରାୟ ୨୩୦ଟି କଙ୍କାଳ ବରାମଦ୍‌ ହୋଇଛି...

ବଲ୍‌ବ ପରି ଜଳେ ଏହି ଛତୁ

ଛତୁ ଅନେକଙ୍କର ପ୍ରିୟ ଖାଦ୍ୟ। ଏହାର ବିଭିନ୍ନ ପ୍ରକାର ରହିଛି। ଆଉ ଖାଇବାଯୋଗ୍ୟ ସବୁ ଛତୁର ସ୍ବାଦ ଏକକୁ ଆରେକ। ଖାଇବା ଥାଳିରେ ଛତୁର କୌଣସି...

ବାସ୍ତୁଶାସ୍ତ୍ର: କ୍ୟାରିୟର-ପାରିବାରିକ କଳହକୁ ନେଇ ଚିନ୍ତିତ;ଜାଣନ୍ତୁ କେଉଁ ଦିଗରେ ଲଗାଇବେ କେଉଁ ପରଦା

କ୍ୟାରିୟର ଓ ପାରିବାରିକ କଳହକୁ ନେଇ ଚିନ୍ତିତ ଥିଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପରଦା ଲଗାନ୍ତୁ। ଦେଖିବେ ସମସ୍ୟା ଅନେକାଂଶରେ କମିଯିବ। ଚାକିରିକୁ ନେଇ ଚିନ୍ତିତ...

ଯେଉଁଠି ବାଦୁଡିଙ୍କୁ କରାଯାଏ ପୂଜା

ଏମିତି ତ ଆପଣ ବାଦୁଡ଼ି ଦେଖିଥିବେ। ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ...

ଜୋର୍‌ରେ ହସିଲେ ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଏବେ ସମସ୍ତେ ସତର୍କ। ସେଥିପାଇଁ ଏବେ ସମସ୍ତେ ସାନିଟାଇଜ୍‌ ସହ ସାମାଜିକ ଦୂରତା ଉପରେ ଜୋର ଦେଉଛନ୍ତି। କିନ୍ତୁ...

ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୁଇଜରଲ୍ୟାଣ୍ଡ୍‌: ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି  ଚାହାନ୍ତି...

Coronavirus Update

Archives

Model This Week

Why Dharitri