୭୫ ଲକ୍ଷ ବ୍ୟୟରେ ବଡବିଲରେ ନିର୍ମାଣ ହେବ ବିଶାଳ ଘଣ୍ଟାସ୍ତମ୍ଭ

ବଡବିଲ,୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସହର ମଧ୍ୟଭାଗରେ ଥିବା ପୂର୍ତ୍ତ ଓ ଗୃହ ବିଭାଗ ଡାକବଙ୍ଗଳା ପରିସରରେ ସୁଦୂର ଦୃଶ୍ୟମାନ ଲାଗି ଏକ ଘଣ୍ଟାସ୍ତମ୍ଭର ନିର୍ମାଣ ନିମନ୍ତେ ବୁଧବାର ଚମ୍ପୁଆ ଉପଜିଲାପାଳ ପାରୁଲ ପଟାୱାରୀ ଶିଳାନ୍ୟାସ କରିଛନ୍ତି। ଉପଜିଲାପାଳ ପଟାୱାରୀ ପ୍ରଥମେ ଶିଳାନ୍ୟାସ ନିମନ୍ତେ ଏକ ଫଳକ ଉନ୍ମୋଚନ କରିବା ପରେ ଇଟା ସିମେଣ୍ଟ ଦେଇ ଶିଳାନ୍ୟାସ କରିଥିଲେ। ସିଏସଆର ଯୋଜନାରେ ରୁଙ୍ଗଟା କମ୍ପାନୀା ମୋଟ ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସ୍ତମ୍ଭର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଡିସେମ୍ବର ଶେଷ ସୁଦ୍ଧା ଏହାର ଉଦ୍‌ଘାଟନର ଲକ୍ଷ୍ୟ ରଖାଯାଇଥିବା ଏଚ୍‌ଆର ଓ ଆଡମିନ୍‌ ଯୁଗ୍ମ ସଭାପତି ରାମୁ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକୁ ପୌରପରିଷଦ ଓ ପୂର୍ତ୍ତ ବିଭାଗୀୟ ଅଧିକାରୀ ତଦାରଖ କରିବେ ବୋଲି ଜଣାପଡିଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ପୌରନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ହୀରକ ମଜୁମଦାର, ଲଳିତ ନାରାୟଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫୦ ପରିବାର ସ୍ଥାନାନ୍ତର

ବନ୍ତଳା,୧୫ା୮ (ଡି.ଏନ.ଏ.) ମହାନଦୀରେ ବନ୍ୟା ଯୋଗୁ ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡା ପଞ୍ଚାୟତର ୪ ଗାଁ ପାଣି ଘେରରେ ରହିଛି। ତେବେ ଉକ୍ତ ଗାଁରୁ...

ବେଢା ଭିତରେ ହେଲା ବାହୁଡା ଯାତ୍ରା

ଧରାକୋଟ,୨ା୭(ଡି.ଏନ୍‌.ଏ.)- ଓଡ଼ିଶାର ଯେତେ ଗଡ଼ଜାତ ରାଜ୍ୟ ରହିଛି ସେଥିମଧ୍ୟରୁ ଧରାକୋଟ ଗଡ଼ର ବାହୁଡ଼ା ଯାତ୍ରା ନିଆରା। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ଶହ ଶହ...

ଜରପଡା ପିଆଜ ସଂରକ୍ଷଣ କେନ୍ଦ୍ର; ନିର୍ମାଣ ସତ୍ତ୍ୱେ କାର୍ଯ୍ୟକ୍ଷମ ହେଉନି

ଛେଣ୍ଡିପଦା,୧୦ା୬(ଡି.ଏନ.ଏ.) ପିଆଜ ସଂରକ୍ଷଣ ଓ ଚାଷୀଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ୍‌ ଦୂରେଇ ରଖିବା ଲକ୍ଷ୍ୟରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା ହାଟପଦାଠାରେ ନିର୍ମାଣ ହୋଇଛି ଏକ...

ସମାଧାନ ହୋଇପାରୁନି ମହାନଦୀ ଜଳ ବିବାଦ: ୧୫ ଜଣିଆ ଟିମ୍‌ର ମହାନଦୀ ଯାତ୍ରା

ଝାରସୁଗୁଡ଼ା ଅଫିସ,୨୦ା୫: ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା-ଛତିଶଗଡ଼ ଉଭୟ ରାଜ୍ୟ ମଧ୍ୟରେ ଦେଖା ଦେଇଥିବା ବିବାଦ ଅଦ୍ୟାବଧି ସମାଧାନ ହୋଇପାରିନାହିଁ। ଏନେଇ ମହାନଦୀ ବଞ୍ଚାଅ...

ଗୁରୁତରଙ୍କୁ ନେଲାନି ଆମ୍ବୁଲାନ୍ସ: ଚାଲିଗଲା ମନୋଜଙ୍କ ଜୀବନ

ବ୍ରହ୍ମପୁର ଅଫିସ,୨୮।୭: କରୋନା ମହାମାରୀ ଭୟରେ ହଜିଯାଉଛି ମାନବିକତା। ସଂକ୍ରମଣ ଯୋଗୁ ମଣିଷ ଅଛୁଅଁା ପାଲଟିଯାଉଛି। ଏଭଳି ଅମାନବିକତା ଯୋଗୁ ସୋମବାର ଚାଲିଯାଇଛି ଜଣେ ବ୍ୟକ୍ତିଙ୍କ...

ସହରରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ

ଅନୁଗୋଳ ସହର, ୩।୨: ଅନୁଗୋଳ ସହର ହୁଲୁରିସିଂହାଠାରେ ବେଆଇନ ଭାବେ ଏକ ଆପାର୍ଟମେଣ୍ଟ ନିର୍ମାଣ ହେଉଥିବା ଅଭିଯୋଗ ହୋଇଛି। ଜିଲାପାଳ, ତାଳଚେର-ଅନୁଗୋଳ-ମେରାମଣ୍ଡଳି ଡେଭଲପମେଣ୍ଟ ଅଥରିଟି(ତାମଡା) ସେକ୍ରେଟାରି ଏବଂ...

ଡୁମ୍ବୁଳା ଗ୍ରାମରେ ମାତିଲେ ଦୁର୍ବୃତ୍ତ; କବାଟ ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା

ଦିଗପହଣ୍ଡି,୧।୬(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡଡୁମ୍ବୁଳା ପଞ୍ଚାୟତ ଅଧୀନ ସାନ ଡୁମ୍ବୁଳା ଗ୍ରାମରେ ରବିବାର ରାତିରେ ଲୁଟ୍‌ ହୋଇଛି। ଗ୍ରାମର ଜି.ରାଧାକାନ୍ତ ପ୍ରଧାନ ଓ ତାଙ୍କ...

ମହିଳାଙ୍କୁ ହତ୍ୟା, ଜେଲ୍‌ ଗଲେ ପଡ଼ୋଶୀ

ଦିଗପହଣ୍ଡି,୨୭ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡା ଗ୍ରାମ ନୂଆସାହିରେ ଘର କାନ୍ଥ ବିବାଦକୁ କେନ୍ଦ୍ରକରି ଗତ ମଙ୍ଗଳବାର ଅପରାହ୍ନରେ ବିଜୟଲକ୍ଷ୍ମୀ ମହାନ୍ତି ଓରଫ କୁନା...

Advertisement
Archives

Model This Week