୭୫ ମିଟର ଭିତରେ ସୀମିତ ରହିବ ଉଚ୍ଛେଦ

ପୁରୀ ଅଫିସ,୨ା୯ : ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ କରାଯିବ। ଏହି ପରିସୀମା ମଧ୍ୟରେ ଥିବା ମଠ ଓ ମନ୍ଦିରର ଗାଦିଘର ଏବଂ ଦେବଦେବୀଙ୍କ ବିଜେସ୍ଥଳୀକୁ ସୁରକ୍ଷିତ ରଖାଯାଇ ଅନ୍ୟ ନିର୍ମାଣ ଭଙ୍ଗାଯିବ। କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ। ଏହି ୭୫ ମିଟର ମଧ୍ୟରେ ହିଁ ଉଚ୍ଛେଦ କାମ ସୀମିତ ରହିବ। ଏହାବାଦ୍‌ ସହରର ଅନ୍ୟ କୌଣସି ରାସ୍ତାଘାଟ ସମ୍ପ୍ରସାରଣ ଯୋଜନା ନାହିଁ ବୋଲି କହିଛନ୍ତି ଜିଲାପାଳ ବଲୱନ୍ତ ସିଂ।
ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଥିଲେ, ଉଚ୍ଛେଦକୁ ନେଇ ନାନା ପ୍ରକାର ଗୁଜବ ହେଉଛି। ବିଭିନ୍ନ ଗଳିକନ୍ଦିରେ ଉଚ୍ଛେଦ ହେବ, ବଡ଼ଦାଣ୍ଡ ସମ୍ପ୍ରସାରଣ କରାଯିବ ଏମିତି ନାନା ପ୍ରକାର ଆଲୋଚନା କରାଯାଉଛି। କିନ୍ତୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ କ୍ୟାାବିନେଟର ନିଷ୍ପତ୍ତି ମୁତାବକ କେବଳ ମେଘନାଦ ପାଚେରିଠାରୁ ୭୫ ମିଟର ମଧ୍ୟରେ ହିଁ ଏହି ଉଚ୍ଛେଦ କାର୍ଯ୍ୟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅସୁରକ୍ଷିତ ନିର୍ମାଣ ଭଙ୍ଗା ଯାଉଛି। ଏହାପରେ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ସର୍ଭେ ପରେ ଆଗକୁ ବଢିବ ପ୍ରଶାସନ। କିନ୍ତୁ କୌଣସି ଲେନ୍‌ କିମ୍ବା ଜାଗାରେ ରାସ୍ତା ପ୍ରଶସ୍ତ କରାଯିବାର ଯୋଜନା ନାହିଁ। ତେବେ ୭୫ ମିଟର ମଧ୍ୟରେ ଯେତେ ବି ମଠ ଆସିବ ସେଠାରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀ ଏବଂ ଗାଦି ଘରକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯିବ। ଏସବୁକୁ ସଂରକ୍ଷଣ, ବିକାଶ ଏବଂ ଆକର୍ଷଣୀୟ କରାଯିବ। ଏହି ଐତିହ୍ୟର ସଂରକ୍ଷଣ ଲାଗି ରାଜ୍ୟ ସରକାର ସଂରକ୍ଷଣ ସହାୟକଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି। ତେବେ ପୂର୍ବରୁ କୌଣସି ଦର୍ଶନାର୍ଥୀ ବା ଶ୍ରଦ୍ଧାଳୁ ମଠଗୁଡ଼ିକୁ ଯାଇ ସେଠାକାର ଦେବଦେବୀଙ୍କୁ ଭଲ ଭାବେ ଦର୍ଶନ କରିପାରୁ ନ ଥିଲେ। ଏବେ ମୁକ୍ତ ପରେ ସମସ୍ତେ ମଠରେ ପୂଜା ପାଉଥିବା ଦେବଦେବୀଙ୍କୁ ଦର୍ଶନ କରିପାରିବେ। ଉଚ୍ଛେଦ ଯୋଗୁ ବତ୍ତର୍ର୍ମାନ ସୁଦ୍ଧା ୮୧ ଜଣ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କୁ ଜଗନ୍ନାଥ ବଲ୍ଲଭ ମଠ କ୍ରାଫ୍ଟ କମ୍ପ୍ଲେକ୍ସରେ ଥଇଥାନ କରାଯାଯାଇଛି। ଅନ୍ୟମାନଙ୍କୁ ମଧ୍ୟ ଥଇଥାନ କରାଯିବ। ପୁରୁଣା ଜେଲ୍‌ ପରିସରରେ ନିର୍ମାଣାଧୀନ ଯାତ୍ରୀ ନିବାସ ତଳେ ପ୍ରାୟ ୪୦ ଦୋକାନ ଘର ବାହାରିବ। ଏଠାରେ ଦୋକାନୀମାନେ ତାଙ୍କ ବ୍ୟବସାୟ କରିପାରିବେ। ସରକାରଙ୍କ ପକ୍ଷରୁ ଯାତ୍ରୀକା ଏବଂ ଜଗନ୍ନାଥ ବଲ୍ଲଭ ପରିସରରେ ଯେଉଁ ମାର୍କେଟ କମ୍ପ୍ଲେକ୍ସ ହେବ ଏଠାରେ ଦୋକାନୀମାନଙ୍କୁ ଥଇଥାନ କରାଯିବ। ଅନ୍ୟପକ୍ଷରେ ୩ ତାରିଖ ସକାଳେ ବଡ଼ ଆଖଡା ମଠ ଉଚ୍ଛେଦ କରାଯିବ ବୋଲି ଏହି ଅବସରରେ ଜିଲାପାଳ ସୂଚନା ଦେଇଥିଲେ। ବଡ଼ ଆଖଡା ମଠ ଉପରେ ଚାଲୁଥିବା ସିଂହଦ୍ୱାର ଥାନା ବାଗେଡ଼ିଆ ଧର୍ମାଶାଳାକୁ ସ୍ଥାନାନ୍ତର ହୋଇଥିବା ବେଳେ ଥାନା ତଳେ ଦୋକାନ କରିଥିବା ବ୍ୟବସାୟୀମାନେ ସେମାନଙ୍କ ଜିନିଷପତ୍ର ଖାଲି କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେବା ମନ୍‌ଭାବ ଆଘେ ହାରମାନିଛେ ବଏସ୍‌

ବିନିକା,୧।୨(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଗଣେଶପୁରର ହଲକାପୁର ଗଁାର ଲକ୍ଷୀନ୍ଦ୍ର କାଣ୍ଡ(୭୫)। ପରିବାର କହେଲେ ମାଏକିନା ଉକିଆ(୭୦) ଆର ପୁଓ ଈଶ୍ୱର(୩୨)କୁଁ...

ବିସିସି ବ୍ୟାଙ୍କ ସଭାପତି ହେଲେ ଶିବରାମ ପାତ୍ର

ବ୍ରହ୍ମପୁର ଅଫିସ,୧୭ା୧୧: ବିସିସି (ବ୍ରହ୍ମପୁର ସମବାୟ କେନ୍ଦ୍ର) ବ୍ୟାଙ୍କ ସଭାପତି ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। କୁକୁଡ଼ାଖଣ୍ଡି ୧୧ନଂ ଜୋନର ନିର୍ଦ୍ଦେଶକ ଶିବରାମ ପାତ୍ର ନିର୍ଦ୍ୱନ୍ଦ୍ୱରେ...

ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୦।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୪୩୪, ପୁରୀରୁ ୨୭୪,...

ରାସ୍ତାରେ ଧାନବସ୍ତା ରଖି ଅବରୋଧ

ସଜନାଗଡ଼,୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅନ୍ତର୍ଗତ ଶେରଗଡ଼-ଉଦଳା ୧୯ନମ୍ବର ରାଜ୍ୟ ରାଜପଥ ଗରଡ଼ିହି ଛକଠାରେ ୪ଦଫା ଦାବି ନେଇ ଓଡ଼ିଶା କୃଷକ ସଭା ପକ୍ଷରୁ ରାସ୍ତାରେ ଧାନ...

ଦୁର୍ଘଟଣାରେ ମା’ ମୃତ, ଝିଅ ଗୁରୁତର

ଜଗନ୍ନାଥପ୍ରସାଦ, ୨୭ା୧୨ (ଡି.ଏନ୍‌.ଏ.) -ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଥିବା କୃଷି ଫାର୍ମ ସାମ୍ନାରେ ବୁଧବାର ରାତି ପ୍ରାୟ ୯ଟାରେ ଏକ୍ସଲକୁ ପଛରୁ ଏକ ଅଜଣା ଗାଡି...

ଭଉଣୀର ମୃତଦେହକୁ ମିଳିଲାନି କାନ୍ଧ: ସାଇକେଲରେ ବୋହି ଅନ୍ତିମ ସତ୍କାର କଲେ ୨ ଭାଇ

ଚନ୍ଦାହାଣ୍ଡି, ୧୨।୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରିଗୁଡ଼ା ପଞ୍ଚାୟତ ମଡ଼ିଗାଁରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭଉଣୀ ମୃତଦେହକୁ କାନ୍ଧ ନ...

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ...

ଜିଲାରେ ବେଆଇନ ଗୋଚାଲାଣ ବନ୍ଦ ଦାବି: ଏସ୍‌ପିଙ୍କୁ ସାକ୍ଷାତ କଲେ ଏମ୍‌ପି, ବିଧାୟକ

ବାରିପଦା ଅଫିସ,୧୪ା୧୦- ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ସୀମାବର୍ତ୍ତୀ ଜିଲା ହେଉଛି ମୟୂରଭଞ୍ଜ। ଏଠାରେ ପ୍ରତିଦିନ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ଏହି ଘଟଣାରେ ଜିଲା...

Advertisement
Archives

Model This Week