୭୫ ମିଟର ଭିତରେ ସୀମିତ ରହିବ ଉଚ୍ଛେଦ

ପୁରୀ ଅଫିସ,୨ା୯ : ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ କରାଯିବ। ଏହି ପରିସୀମା ମଧ୍ୟରେ ଥିବା ମଠ ଓ ମନ୍ଦିରର ଗାଦିଘର ଏବଂ ଦେବଦେବୀଙ୍କ ବିଜେସ୍ଥଳୀକୁ ସୁରକ୍ଷିତ ରଖାଯାଇ ଅନ୍ୟ ନିର୍ମାଣ ଭଙ୍ଗାଯିବ। କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯିବ। ଏହି ୭୫ ମିଟର ମଧ୍ୟରେ ହିଁ ଉଚ୍ଛେଦ କାମ ସୀମିତ ରହିବ। ଏହାବାଦ୍‌ ସହରର ଅନ୍ୟ କୌଣସି ରାସ୍ତାଘାଟ ସମ୍ପ୍ରସାରଣ ଯୋଜନା ନାହିଁ ବୋଲି କହିଛନ୍ତି ଜିଲାପାଳ ବଲୱନ୍ତ ସିଂ।
ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଥିଲେ, ଉଚ୍ଛେଦକୁ ନେଇ ନାନା ପ୍ରକାର ଗୁଜବ ହେଉଛି। ବିଭିନ୍ନ ଗଳିକନ୍ଦିରେ ଉଚ୍ଛେଦ ହେବ, ବଡ଼ଦାଣ୍ଡ ସମ୍ପ୍ରସାରଣ କରାଯିବ ଏମିତି ନାନା ପ୍ରକାର ଆଲୋଚନା କରାଯାଉଛି। କିନ୍ତୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ କ୍ୟାାବିନେଟର ନିଷ୍ପତ୍ତି ମୁତାବକ କେବଳ ମେଘନାଦ ପାଚେରିଠାରୁ ୭୫ ମିଟର ମଧ୍ୟରେ ହିଁ ଏହି ଉଚ୍ଛେଦ କାର୍ଯ୍ୟ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅସୁରକ୍ଷିତ ନିର୍ମାଣ ଭଙ୍ଗା ଯାଉଛି। ଏହାପରେ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ସର୍ଭେ ପରେ ଆଗକୁ ବଢିବ ପ୍ରଶାସନ। କିନ୍ତୁ କୌଣସି ଲେନ୍‌ କିମ୍ବା ଜାଗାରେ ରାସ୍ତା ପ୍ରଶସ୍ତ କରାଯିବାର ଯୋଜନା ନାହିଁ। ତେବେ ୭୫ ମିଟର ମଧ୍ୟରେ ଯେତେ ବି ମଠ ଆସିବ ସେଠାରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀ ଏବଂ ଗାଦି ଘରକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖାଯିବ। ଏସବୁକୁ ସଂରକ୍ଷଣ, ବିକାଶ ଏବଂ ଆକର୍ଷଣୀୟ କରାଯିବ। ଏହି ଐତିହ୍ୟର ସଂରକ୍ଷଣ ଲାଗି ରାଜ୍ୟ ସରକାର ସଂରକ୍ଷଣ ସହାୟକଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି। ତେବେ ପୂର୍ବରୁ କୌଣସି ଦର୍ଶନାର୍ଥୀ ବା ଶ୍ରଦ୍ଧାଳୁ ମଠଗୁଡ଼ିକୁ ଯାଇ ସେଠାକାର ଦେବଦେବୀଙ୍କୁ ଭଲ ଭାବେ ଦର୍ଶନ କରିପାରୁ ନ ଥିଲେ। ଏବେ ମୁକ୍ତ ପରେ ସମସ୍ତେ ମଠରେ ପୂଜା ପାଉଥିବା ଦେବଦେବୀଙ୍କୁ ଦର୍ଶନ କରିପାରିବେ। ଉଚ୍ଛେଦ ଯୋଗୁ ବତ୍ତର୍ର୍ମାନ ସୁଦ୍ଧା ୮୧ ଜଣ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କୁ ଜଗନ୍ନାଥ ବଲ୍ଲଭ ମଠ କ୍ରାଫ୍ଟ କମ୍ପ୍ଲେକ୍ସରେ ଥଇଥାନ କରାଯାଯାଇଛି। ଅନ୍ୟମାନଙ୍କୁ ମଧ୍ୟ ଥଇଥାନ କରାଯିବ। ପୁରୁଣା ଜେଲ୍‌ ପରିସରରେ ନିର୍ମାଣାଧୀନ ଯାତ୍ରୀ ନିବାସ ତଳେ ପ୍ରାୟ ୪୦ ଦୋକାନ ଘର ବାହାରିବ। ଏଠାରେ ଦୋକାନୀମାନେ ତାଙ୍କ ବ୍ୟବସାୟ କରିପାରିବେ। ସରକାରଙ୍କ ପକ୍ଷରୁ ଯାତ୍ରୀକା ଏବଂ ଜଗନ୍ନାଥ ବଲ୍ଲଭ ପରିସରରେ ଯେଉଁ ମାର୍କେଟ କମ୍ପ୍ଲେକ୍ସ ହେବ ଏଠାରେ ଦୋକାନୀମାନଙ୍କୁ ଥଇଥାନ କରାଯିବ। ଅନ୍ୟପକ୍ଷରେ ୩ ତାରିଖ ସକାଳେ ବଡ଼ ଆଖଡା ମଠ ଉଚ୍ଛେଦ କରାଯିବ ବୋଲି ଏହି ଅବସରରେ ଜିଲାପାଳ ସୂଚନା ଦେଇଥିଲେ। ବଡ଼ ଆଖଡା ମଠ ଉପରେ ଚାଲୁଥିବା ସିଂହଦ୍ୱାର ଥାନା ବାଗେଡ଼ିଆ ଧର୍ମାଶାଳାକୁ ସ୍ଥାନାନ୍ତର ହୋଇଥିବା ବେଳେ ଥାନା ତଳେ ଦୋକାନ କରିଥିବା ବ୍ୟବସାୟୀମାନେ ସେମାନଙ୍କ ଜିନିଷପତ୍ର ଖାଲି କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri