୭ରୁ ଭିତରକନିକା ମହୋତ୍ସବ: ପ୍ରସ୍ତୁତି କାର୍ଯ୍ୟର ସ୍ଥିତି ପରଖିଲେ ଜିଲାପାଳ

ଋାଜନଗର, ୫।୨ (ଡି.ଏନ୍‌.ଏ.):ଆସନ୍ତା ୭ ତାରିଖରୁ ରାଜନଗର-ଭିତରକନିକା ମୁଖ୍ୟରାସ୍ତା ପାର୍ଶ୍ୱ ନଳିତାପାଟିଆଠାରେ ପ୍ରଥମ କରି ଭିତରକନିକା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଏହି ୩ ଦିନିଆ ମହୋତ୍ସବ ଆୟୋଜନ କରାଯାଉଛି। ଏ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲାପାଳ ମହୋତ୍ସବ ପଡ଼ିଆଠାରେ ପହଞ୍ଚତ୍ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଏଥିସହ ମହୋତ୍ସବକୁ କିପରି ସରସ ସୁନ୍ଦର କରିହେବ ଓ ଗମନାଗମନ ସୁବିଧା ନିମନ୍ତେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପୂର୍ବାହ୍ନ ୧୦ଟା ସମୟରେ ଜିଲାପାଳ ବର୍ମା ରାଜନଗରରେ ପହଞ୍ଚତ୍ ହଂସୁଆ ନଦୀତଟରେ ନିର୍ମାଣାଧୀନ ବିଜୁ ଶିଶୁ ଉଦ୍ୟାନ କାର୍ଯ୍ୟ ତଦାରଖ କରିଥିଲେ। ଏହାପରେ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଡାଙ୍ଗମାଳ ପଞ୍ଚାୟତଠାରେ ନିର୍ମାଣ କରାଯାଉଥିବା ପାର୍କ କାର୍ଯ୍ୟକୁ ଅନୁଧ୍ୟାନ କରି ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲାପାଳ ବର୍ମାଙ୍କ ଏହି ଗସ୍ତ ସମୟରେ ଉପଜିଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ତହସିଲଦାର ଦିବ୍ୟେନ୍ଦୁ କୁମାର ଦାସ, ବିଡିଓ ମନ୍ଦରଧର ମହାଳିକ, ସହକାରୀ ନିର୍ବାହୀଯନ୍ତ୍ରୀ ଇଂ. ଜଳଧର ବେହେରା, କନିଷ୍ଠଯନ୍ତ୍ରୀ ଦେବରଞ୍ଜନ ବେହେରା, ପ୍ରଭାତ କୁମାର ମାଝି, ଡାଙ୍ଗମାଳ ସରପଞ୍ଚ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଥାଉ କି, ୩ ଦିନିଆ ଏହି ମହୋତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା ସହ ଜିଲାର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ ହାତ ତିଆରି ବିଭିନ୍ନ ସାମଗ୍ରୀ ବିକ୍ରି ପାଇଁ ଷ୍ଟଲ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପଦବୀ ପାଇଁ ଲଢ଼ିବେ ସ୍ବାମୀ,ସ୍ତ୍ରୀ

ନୂଆଗାଁ,୨୩।୧(ଡି.ଏନ.ଏ.): ରାଜନୀତିରେ ନାହିଁ ପାରିବାରିକ ସମ୍ପର୍କ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ୍‌ ପାରାଢିପି ପଞ୍ଚାୟତରେ ଏକ ଦମ୍ପତି ଗୋଟିଏ ପଦବୀ ପାଇଁ ନିର୍ବାଚନ ମଇଦାନକୁ...

ଧୀରେ ଧୀରେ କୋଳ ଭରୁଛି ଇନ୍ଦ୍ରାବତୀ

ଭବାନୀପାଟଣା,୨୩।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଅର୍ଥନୈତିକ ବିକାଶ ପାଇଁ ଇନ୍ଦ୍ରାବତୀର ଜଳ ସେଚନ ଏକ ନିର୍ଭର ଯୋଗ୍ୟ ମାଧ୍ୟମ ପାଲଟିଛି। ହେଲେ ଚଳିତବର୍ଷର ନିଅଣ୍ଟିଆ...

ସାପ କାମୁଡ଼ାରେ ନାବାଳିକା ମୃତ

ପାଟପୁର,୨୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ରବିବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର...

ଭାଉଜଙ୍କୁ କଟୁରୀରେ ହାଣି ହତ୍ୟାକଲେ ଦିଅର

ଚଣ୍ଡିଖୋଲ/ଛତିଆ, ୫।୪(ଡି.ଏନ୍‌ ଏ): ଯାଜପୁର ଜିଲା ବୈରୀ ଥାନା ଅନ୍ତର୍ଗତ କପାଷ୍ଟିକିରି ଗ୍ରାମରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ଗ୍ରାମର ଗୌରାଙ୍ଗ ନାୟକଙ୍କ ସ୍ତ୍ରୀ...

ମିଶର, ଗ୍ରୀସ୍‌ ସହ ରହିଛି ପୁରୀର ସାମଞ୍ଜସ୍ୟ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ପ୍ରାଚୀନ ଇଜିପ୍ଟ, ବେବିଲୋନ୍‌ ଓ ମିଶର ସଂସ୍କୃତି ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଅନେକ ସାମଞ୍ଜସ୍ୟ ରହିଛି। ପଣ୍ଡିତ ନୀଳକଣ୍ଠ ଦାସ ଏକଦା କହିଥିଲେ ଶ୍ରୀଜଗନ୍ନାଥ...

ଲୋକଙ୍କ ପାଇଁ ମୋ ଦୁଆର ସର୍ବଦା ଖୋଲା ରହିବ

୨୦୧୩ ବ୍ୟାଚ ଆଇପିଏସ୍‌ ଅଫିସର ଜଗମୋହନ ମୀନା ଶୁକ୍ରବାର ଅନୁଗୋଳ ଜିଲାର ୧୪ତମ ଏସ୍‌ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି। ରାଜସ୍ଥାନର ଆଲୱାରଠାରେ ୧୯୮୯ରେ ଜନ୍ମଗ୍ରହଣ କରିଥିବା...

ବିଶ୍ୱର ସବୁଠୁ କ୍ଷୁଦ୍ର ରଥ :ନ୍ୟାଶନାଲ ବୁକ ଅଫ ରେକର୍ଡରେ ସ୍ଥାନିତ ,ଗିନିଜ ବୁକ ଅଫ ରେକର୍ଡ ଦେବ ସ୍ବତନ୍ତ୍ର ମାନ୍ୟତା

ବ୍ରହ୍ମପୁର ଅଫିସ,୪ା୭-ପୁଣି ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା । ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ କାଠରେ ସେ ବିଶ୍ୱର ସବୁଠୁ...

ଭୀତି ବଢାଉଛି ଅଶାନ୍ତ ସମୁଦ୍ର

ଭୋଗରାଇ/ବାଲେଶ୍ୱର ଅଫିସ, ୯।୧୧(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ବୁଲବୁଲ’ ଆଗକୁ ଆଗକୁ ଯେତିକି ଅଗ୍ରସର ହେଉଛି ସେତିକି ସମୁଦ୍ର ଉତ୍ତାଳ ହୋଇଉଠୁଛି। ଶୁକ୍ରବାର ସନ୍ଧ୍ୟାରୁ ପବନର ବେଗ...

Advertisement
Archives

Model This Week